DABIPATRA---2018-PHOTO-TIHIDI

ଜିଲ୍ଲା ଓ ବ୍ଲକ ସ୍ୱାସ୍ଥ୍ୟାଧିକାରୀଙ୍କ ପାଇଁ ସପ୍ତମ ବେତନ ମିଳୁନି

60

୨୧ ପାରା ମେଡିକାଲ କର୍ମ·ରୀଙ୍କ ଜିଲ୍ଲାପାଳଙ୍କୁ ଗୁହାରି
ତିହିଡି,୧୩ାା୩(ଆପ୍ର): ଜିଲ୍ଲା ସିଡିଏମ୍ଓ ଓ ତିହିଡି ମେଡିକାଲ୍ ଅଫିସର ଅବହେଳା ଯୋଗୁ୨୧ ଜଣ ପାରା ମେଡିକାଲ କର୍ମ·ରୀଙ୍କ ସପ୍ତମ ବେତନ କମିଶନର ପାଉଣ ପାଇବାରୁ ବଞ୍ଚିତ ହୋଇଛନ୍ତି । ରାଜ୍ୟ ସରକାର ୨୦୧୭ ସେପ୍ଟେମ୍ବର ୧୨ ତାରିଖରେ ଏହି ପାରା ମେଡିକାଲ କର୍ମ·ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ ସପ୍ତମ ବେତନ କମିଶନର ଯୋଜନାରେ ସାମିଲ କରିବା ପାଇଁ । ସ୍ୱାସ୍ଥ୍ୟ ବିଭାଗ ଅଧିନରେ ଚୁକ୍ତିଭିତ୍ତିକ କର୍ମ·ରୀ ବହୁଳ ପରିମାଣରେ କାମ କରୁଛନ୍ତି ଓ ସେମାନଙ୍କର ମାସିକ ଦରମା ୯.୬୦୦ ଟଙ୍କା ରହିଛି । ସ୍ୱଳ୍ପ ବେତନରେ ଦୀର୍ଘ ଦିନ କାମ କରି ପରିବାର ପୋଷିବା କଷ୍ଟକର ହୋଇଥିବାରୁ ପାରା ମେଡିକାଲ କର୍ମ·ରୀ ରାଜ୍ୟ ସରକାରଙ୍କୁ ସଂଘ ମାଧ୍ୟମରେ ଦାବିପତ୍ର ଜଣାଇଥିଲେ । ସରକାରଙ୍କ ତରଫରୁ ଜି.ଏ. ଡିପାର୍ଟମେଣ୍ଟ ଚିଠି ନଂ-୧୯୫୭୪/ଜେନେରାଲ ୨୦୧୭ ସେପ୍ଟେମ୍ବର ୧୨ରେ ଏକ ଗେଜେଟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଖାଲି ସେତିକି ନୁହଁ ଚିଠି ନଂ-୧୪୭୪ ବଳରେ ୨୦୧୮ ଜାନୁଆରୀ ୧୬ରେ ସିଡିଏମ୍ଙ୍କୁ ପତ୍ର ଲେଖିଥିଲେ । ଏହାକୁ ଆଧାର କରି ୨୧ଜଣ ପାରା ମେଡିକାଲ କର୍ମ·ରୀ ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନେହୁରା ହୋଇଥିଲେ ଯେ ଅର୍ଥ ବିଭାଗର ଆଦେଶ ନଂ-୭୭୭/୧୮କୁ କାର୍ଯ୍ୟକାରୀ କରିବା ପାଇଁ । କିନ୍ତୁ ଆଜିଯାଏଁ ଏହା କାର୍ଯ୍ୟକାରୀ କରୁନାହାନ୍ତି ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ନୋଟିଫିକେଶନ କାର୍ଯ୍ୟକାରୀ ହେଲେ ପାରା ମେଡିକାଲ କର୍ମ·ରୀ ଅଧିକ ୪.୯୦୦ରେ ମୋଟ ୧୪.୫୦୦ ଟଙ୍କା ପର୍ଯ୍ୟନ୍ତ ବେତନ ପାଇପାରିବେ । ଏହି ମର୍ମରେ ପାରା ମେଡିକାଲ କର୍ମ·ରୀ ସଂଘ ତରଫରୁ ଚନ୍ଦ୍ରମଣି ମହାଳିକ, ଦୀପକ ପଣ୍ଡା, ଧରଣୀଧର ପାଢୀ, ସୂର୍ଯ୍ୟମଣି ସାହୁ, ଦୟାନିଧି ଦାସ, ଶ୍ରୀକାନ୍ତ ନାୟକ ପ୍ରମୁଖ ଜିଲ୍ଲାପାଳ ଙ୍କୁ ନିବେଦନ ପତ୍ର ଦେଇଛନ୍ତି ।




Powered by odothemes.com