sp-nku-vetile-routpada-gramabasi

ଉଗ୍ରରୂପ ଧାରଣ କରୁଛି ଗୋଷ୍ଠୀ ସଂଘଷ

71

ସବର୍ଣ୍ଣ-ଅସବର୍ଣ୍ଣ ବିବାଦରୁ ରାଉତପଡ଼ା ଅଶାନ୍ତ
ଦୁଇ ଜଣଙ୍କୁ ହାଣି ବିକୃତ କଲେଣି, କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍ପି ଅଫିସ୍ରେ ୫ଠ ଗ୍ରାମବାସୀ
ଯାଜପୁର(ଆପ୍ର): କୋରାଇ ଥାନା ବନ୍ଦାଳୋ ପଞ୍ଚାୟତ ରାଉତପଡ଼ାର ଦଳିତଙ୍କ ଆତଙ୍କରେ ଆତଙ୍କିତ ହୋଇ ପୁଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଏକାଠି ହୋଇଛନ୍ତି ୫୦ରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷ । ପ୍ରକାଶ ଯେ ଚନ୍ଦ୍ରମଣୀ ପଡ଼ିହାରୀଙ୍କ ପତ୍ନୀ ନୟନୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ବାବୁଲି ସହ କାମରୁ ସୋମବାର ୫ଟା ବେଳେ ଗାଁକୁ ଫେରୁଥିବା ସମୟରେ ରାଉତପଡ଼ା ହରିଜନ ସାହିର ପର୍ଶୁରାମ ଜେନା, ନୃସିହଂ ଜେନା, ଶରତ ଜେନା, ଲକ୍ଷ୍ମୀଧର ଜେନା, ବାପିନ ଜେନା, ରମେଶ ଜେନା, ବାପି ଜେନା, ଅଶୋକ ଜେନା, ଧୁକୁଡି ଜେନା, ନିତ୍ୟାନନ୍ଦ ଜେନା, ଜଡ଼ା ଜେନା, ମଙ୍ଗୁଳି ଜେନା, ଟିକି ଜେନା ପ୍ରମୁଖ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଳିତ ଆକ୍ରମଣ କରିଥିଲେ । ଏଥିରେ ଚନ୍ଦ୍ରମଣୀଙ୍କ ମୁଣ୍ଡରେ ଗଭିର ଆଘାତ ହେବା ସହ ତାଙ୍କର ଏକ ଆଖି ଫୁଟି ଯାଇଛି । ଏଥି ସହିତ ବାବୁଲିଙ୍କ ଗୋଡ଼ ଭାଙ୍ଗି ହାଡ଼ମାଂସ ପଦାକୁ ବାହାରି ଆସିଛି । ସେମାନଙ୍କୁ ପ୍ରଥମେ ଯାଜପୁରରୋଡ କ୍ଷେତ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ସହ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସମ୍ପର୍କରେ ନୟନୀ କୋରାଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କେବଳ ମାମଲା ରୁଜ୍ଜୁ କରି ଚୁପ୍ ବସିଥିବାରୁ ଦଳିତମାନେ ଆତଙ୍କରାଜ ବଢ଼ିଚାଲିଛି । ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ଦାବିରେ ମଙ୍ଗଳବାର ୫୦ରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ ପାଣିକୋଇଲିସ୍ଥିତ ଏସପିଙ୍କ କାର୍ଯ୍ୟାଳୟକୁ ଆସି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏସପିଙ୍କ ଅନୁପସ୍ଥିତିରେ ଉପଆରକ୍ଷୀ ଅଧୀକ୍ଷକ ଗୋପାଳକୃଷ୍ଣ ପଟ୍ଟନାୟକଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଥାଉକି ଗତ ମାଚ୍ଚ ୨ତାରିଖ ସବର୍ଣ୍ଣ ଓ ଅସବର୍ଣ୍ଣ ମଧ୍ୟରେ ଗଣ୍ଡଗୋଳ ଘଟି ୨ଟି ମାମଲା(୩୫/୧୮, ୩୬/୧୮) ରୁଜୁ ହେବା ସହ ଏହି ମାମଲାରେ ୬ ଜଣଙ୍କୁ ପୁଲିସ କୋର୍ଟଚାଲାଣ କରିଥିଲା । ଏହି ଗଣ୍ଡଗୋଳ କ୍ରମଶଃ ଉଗ୍ରରୂପ ଧାରଣ କରିଛି ।




Powered by odothemes.com