meeting

୧୭ ବର୍ଷରେ ଅଂଶୁଘାତ ମୃତୁ୍ୟ ୧ଠ୩

177

ଗ୍ରୀଷ୍ମ ପ୍ରବାହର ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରସ୍ତୁତି
ଢେଙ୍କାନାଳ,୧୩ା୩(ଆପ୍ର): ଢେଙ୍କାନାଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମିତ୍ତ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଉପଜିଲ୍ଲାପାଳ ଶିଳ୍ପା ଶର୍ମା ପ୍ରମୁଖ ଯୋଗଦେଇ ଗ୍ରୀଷ୍ଣ ପ୍ରବାହର ମୁକାବିଲା ନିମିତ୍ତ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇଥିଲେ । ଭାରତୀୟ ପାଣିପାଗ ସଂସ୍ଥା ଗ୍ରୀଷ୍ଣ ପ୍ରବାହ ଜନିତ ତାପମାତ୍ରା ୪୦ ଡିଗ୍ରୀରୁ ଊର୍ଦ୍ଧ୍ୱ ହେଲେ ଅଂଶୁଘାତ ସମ୍ଭାବନା ରହିଥାଏ ବୋଲି ସତର୍କ ସୂଚନା ପ୍ରଦାନ କରିଥାନ୍ତି । ଅଂଶୁଘାତ ଜନିତ ମୃତୁ୍ୟ ୧୯୯୯ ମସିହାରୁ ୨୦୧୬ ମଧ୍ୟରେ ଜିଲ୍ଲାରେ ସର୍ବାଧିକ ୧୦୩ ଥିଲା । ୨୦୧୭ ମସିହାରେ ତହସିଲ୍ସ୍ତରରେ କାମାକ୍ଷାନଗରରେ ୨, ଢେଙ୍କାନାଳ ଓ ଭୁବନରେ ଜଣେ ଲେଖାଏଁ ମୃତୁ୍ୟ ବରଣ କରିଥିଲେ । ରାଜ୍ୟ ସରକାର ଅଂଶୁଘାତ ଜନିତ ମୃତୁ୍ୟ ପାଇଁ ଅପ୍ରେଲ୍ ୧, ୨୦୧୫ ଠାରୁ ୧୦ ହଜାର ଟଙ୍କାରୁ ୫୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରି ଆସୁଛନ୍ତି । ଓଡ଼ିଶା ରାଜ୍ୟ ଦୁର୍ବିପାକ ପରିଚାଳନା ସଂସ୍ଥା ମାଧ୍ୟମରେ ବିଭିନ୍ନ ଗଣମାଧ୍ୟମ ଦ୍ୱାରା ଗ୍ରୀଷ୍ମପ୍ରବାହ ସତର୍କ ସୂଚନା ପ୍ରଦାନ କରାଯାଉଛି । ପଞ୍ଚାୟତିରାଜ ବିଭାଗ ମାଧ୍ୟମରେ ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସତର୍କ ସୂଚନା ପ୍ରଦାନ କରିବା ସହିତ ଜଳଛତ୍ର, ଟୁ୍ୟବ୍ ୱେଲ୍, ପାଣି ଟାଙ୍କି ମାଧ୍ୟମରେ ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଅଂଶୁଘାତ ଚିକିତ୍ସା କୋଠରି ଖୋଲିବା, ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟ୍, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ନିମନ୍ତେ ତାଲିମ୍ ପ୍ରଦାନ, ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ବସ୍ ଚାଲିବା ସମୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବନ୍ଦ, ସମସ୍ତ ଯାନ ଗୁଡିକରେ ପାନୀୟ ଜଳ, ଓଆରଏସ୍, ବରଫ ଇତ୍ୟାଦି ଗଚ୍ଛିତ ରଖିବା ସହ ବସ୍ ଓ ଟ୍ରକ୍ ଯାନ ଚାଳକଙ୍କୁ ଅଂଶୁଘାତର ମୁକାବିଲା ପାଇଁ ସଚେତନ କରିବା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ଶ୍ରମବିଭାଗର ସମସ୍ତ ଶ୍ରମିକଙ୍କୁ ଦିନ ୧୧ଟାରୁ ୩ଟା ମଧ୍ୟରେ କ୍ଷେତ୍ରରେ କାର୍ଯ୍ୟ କରିବାକୁ ବାରଣ କରିବାକୁ ପଦକ୍ଷେପ ନେଇଥିଲେ । ଜଳ ସମ୍ପଦ ବିଭାଗ ଦ୍ୱାରା ଗ୍ରଷ୍ମ ପ୍ରବାହ ସମୟରେ କେନାଲଗୁଡିକ ଦ୍ୱାରା ଜଳଯୋଗାଣ, ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ପାନୀୟ ଜଳଯୋଗାଣ, ନଳକୂପ ଖନନ ଏବଂ ମରାମିତ ବ୍ୟବସ୍ଥା କରିବାକୁ କୁହାଯାଇଛି । ବିଦ୍ୟାଳୟ ସମୟ ସକାଳ ୬ଟା ୩୦ରୁ ୧୦ଟା ୩୦ ମଧ୍ୟରେ ସୀମିତ ରଖିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲା ଜରୁରୀକାଳୀନ ଶାଖାରେ ଏକ ନିୟନ୍ତ୍ରଣ କକ୍ଷ ଅପ୍ରେଲ୍ ୧ରୁ ୨୦୧୮ ଜୁନ୍ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ ପ୍ରକାଶ କରିଥିଲେ । ଶେଷରେ ଜରୁରୀକାଳୀନ ଶାଖାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ନିମାଇଁ ଚରଣ ଦାସ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସଂପୃକ୍ତ ଶାଖାର କର୍ମଚାରୀ ଉପସ୍ଥିତ ଥିଲେ ।




Powered by odothemes.com