News-2-(1)

ମଦ କାରବାର ବିରୋଧରେ ମହିଳାଙ୍କ ରାଲୀ

31

ତୁରୁମୁଙ୍ଗା(ଆପ୍ର): କେନ୍ଦୁଝର ସାହାରପଡ଼ା ବ୍ଲକ ଉଦୟପୁର ପଞ୍ଚାୟତରେ ଅବାଧ ଦେଶୀମଦ କାରବାର ଓ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ଥ ସ୍ୱାସ୍ଥ୍ୟସେବାକୁ ନେଇ ସ୍ଥାନୀୟ ମହିଳାମାନେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ଠାରୁ ଏକ ର୍ୟାଲିରେ ବାହାରି ମହିଳାମାନେ ଗ୍ରାମ ପରିକ୍ରମା କରିବା ସହ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅବକାରୀ ବିଭାଗ ଓ ପୁଲିସ ବିଭାଗ ସଳାସୁତୁରାରେ ବେଆଇନ୍ ମଦଭାଟି ଓ ମଦକାରବାର ଚାଲିଥିବା ଅଭିଯୋଗ କରିଛନ୍ତି । ଅବାଧ ମଦକାରବାର ଯୋଗୁ ପାରିବାରିକ ଅଶାନ୍ତି ବଢ଼ିବା ସହ ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହୋଇଥିବା ମହିଳାମାନେ ପ୍ରକାଶ କରିଥିଲେ । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ପରିମାଣର କର୍ମୀ ଓ ଡାକ୍ତରଙ୍କ ଅଭାବରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବା ନେଇ ମହିଳାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ନଦେଲେ ଆଗାମୀ ଦିନରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଆନେ୍ଦାଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦେଇଛନ୍ତି ।




Powered by odothemes.com