PMG-bivina-dabi-re-sikshya-sahayaka-sangha-pakhyaru-bidhansabha-samukhare-dharana-(6)

ଶିକ୍ଷା ସହାୟକଙ୍କ ଦାବି ମାନିଲେ ସରକାର

118

ଭୁବନେଶ୍ୱର, ୧୨ା୩(ବୁ୍ୟରୋ): ଶିକ୍ଷା ସହାୟକଙ୍କ ୭ ଦଫା ଦାବି ମଧ୍ୟରୁ ୪ଟିକୁ ରାଜ୍ୟ ସରକାର ମାନିନେଇଛନ୍ତି । ଶିକ୍ଷା ସହାୟକ ସଂଘର ପ୍ରତିନିଧି ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ରଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଆଲୋଚନା ପରେ ଶିକ୍ଷା ସହାୟକ ସଂଘ ତା’ର ଆଭିମୁଖ୍ୟ ଭିନ୍ନ କରିଛି । ରାଜ୍ୟ ସରକାରଙ୍କ ବିରୋଧରେ ନୁହେଁ । ଏଣିକି କେନ୍ଦ୍ର ସରକାରଙ୍କ ବିରୋଧରେ ଆନେ୍ଦାଳନ କରିବାକୁ ସଂଘ ସ୍ଥିର କରିଛି । ନିଷ୍ପତ୍ତି ଅନୁଯାୟୀ ଶିକ୍ଷା ସହାୟକ ପଦବୀକୁ ଉଚ୍ଛେଦ କରାଯାଇ କନିଷ୍ଠ ଶିକ୍ଷକଭାବେ ନାମିତ କରାଯିବ । ୬ ବର୍ଷ କାର୍ଯ୍ୟ କଲାପରେ କନିଷ୍ଠ ଶିକ୍ଷକମାନେ ନିୟମିତ ଶିକ୍ଷକର ମାନ୍ୟତା ପାଇବେ । ୨୦୧୧ରେ ନିଯୁକ୍ତ ହୋଇଥିବା ସମସ୍ତ ଶିକ୍ଷା ସହାୟକଙ୍କୁ ନିୟମିତ କରାଯିବ । ମୃତୁ୍ୟ କାଳିନ ସହାୟତା ମିଳିବ ଓ ସପ୍ତମ ବେତନ କମିଶନ ସୁପାରିଶରେ ୨୫ % ବୃଦ୍ଧି ଦରମା ଦେବାକୁ ରାଜ୍ୟ ସରକାର ରାଜି ହୋଇଛନ୍ତି ବୋଲି ସଂଘ ସଭାପତି ମଳୟ କୁମାର ଜେନା ସୂଚନା ଦେଇଛନ୍ତି । ପୂର୍ବ ଚେତାବନୀ ଅନୁଯାୟୀ ଶିକ୍ଷା ସହାୟକମାନେ ସମୂହ ଛୁଟି ନେବା ସହ ଆଜି ଲୋୟର ପିଏମ୍ଜିରେ ଆନେ୍ଦଳନରେ ବସିଥିଲେ । ସନ୍ଧ୍ୟାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ସଭାପତି ଉପରୋକ୍ତ ସୂଚନା ଦେଇଛନ୍ତି । ହେଲେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନେ୍ଦାଳନ ଜାରି ରହିବ ବୋଲି ଶ୍ରୀ ଜେନା କହିଛନ୍ତି । ନିୟମ ଅନୁସାରେ ସପ୍ତମ ବେତନ କମିଶନଙ୍କ ସୁପାରିଶର ୬୦ % କେନ୍ଦ୍ର ଦେବା କଥା । ୪୦ % ରାଜ୍ୟ ଦେବାକୁ ନିୟମ ରହିଛି । ଏହି ଅର୍ଥ ଦେବାକୁ ରାଜ୍ୟ ସରକାର କେନ୍ଦ୍ରକୁ ତିନି ଥର ଚିଠି ଦେଇଛନ୍ତି । ଏହାପରେ ମଧ୍ୟ କେନ୍ଦ୍ର ସରକାର ସ୍ୱୀକୃତି ଦେଇନଥିବା ଶ୍ରୀ ଜେନା କହିଛନ୍ତି । କେନ୍ଦ୍ର ସରକାର ଏହି ପ୍ରସ୍ତାବରେ ରାଜି ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ୭ ଦଫା ଦାବି ପୂରଣ ନହେଲେ ୧୨ ତାରିଖରୁ ସମୂହ ଛୁଟିରେ ରହିବେ ଶିକ୍ଷା ସହାୟକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଦାବି ପୂରଣ ନହେବାରୁ ଶିକ୍ଷା ସହାୟକମାନେ ସମୂହ ଛୁଟି ନେଇଥିଲେ । ଆଜି ପୂର୍ବାହ୍ନରେ ହଜାର ହଜାର ଶିକ୍ଷା ସହାୟକ ମାଷ୍ଟରକ୍ୟାଣ୍ଟିନ୍ରୁ ଏକ ବିଶାଳ ର୍ୟାଲିରେ ବାହାରି ଲୋୟର ପିଏମ୍ଜିରେ ପହଞ୍ଚିଥିଲେ । ଗଣତାନ୍ତ୍ରିକ ପଦ୍ଧତିରେ ସେଠାରେ ବସିରହିଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଉଠିବେ ନାହିଁ ବୋଲି ଆନେ୍ଦଳନକାରୀମାନେ ଅଡିବସିଥିଲେ । ହେଲେ ସେମାନଙ୍କ ଦାବିକୁ ବିଚାର କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । ରାତି ପ୍ରାୟ ୮ଟାରେ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ସଂଘର କର୍ମକର୍ତ୍ତାଙ୍କ ବୈଠକ ହୋଇଥିଲା । ସଂଘର ଅନୁରୋଧକୁ ସରକାର ଗ୍ରହଣ କରିବା ସହ ଉପରୋକ୍ତ ୪ଟି ଦାବିକୁ ମାନିନେଇଥିଲେ । ଏଥିସହ ମାନିନେଇଥିବା ଦାବି ଗୁଡିକ ଆସନ୍ତା ୩ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବା ସଭାପତି ଶ୍ରୀ ଜେନା କହିଛନ୍ତି । ୪ଟି ଦାବିକୁ ରାଜ୍ୟ ଗଣଶିକ୍ଷା ବିଭାଗ ପୂରଣ କରିବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଏହି ଆଲୋଚନାରେ ଓଡ଼ିଶା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଂଘ ସଭାପତି ଯୁଧିଷ୍ଠିର ସାହୁ, ମହାସଚିବ ଜିତ୍ ରଞ୍ଜନ ମହାପାତ୍ର, ସାଧାରଣ ସମ୍ପାଦକ ଆରତ ଭଞ୍ଜନ ସାହୁ, ଓଡ଼ିଶା ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା ଓ ଉପଦେଷ୍ଟା ସୁନିଲ୍ କୁମାର ପ୍ରଧାନ, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।




Powered by odothemes.com