PHOTO12bhu-Barpali-CM-Naveen-3

ବିଜେପୁରବାସୀ ମନୋବଳ ଦ୍ୱିଗୁଣିତ କରିଛନ୍ତି

85

ପ୍ରତିଶ୍ରୁତି ପାଇଁ ବିଜେପୁରରେ ନବୀନ
ଭୁବନେଶ୍ୱର (ବୁ୍ୟରୋ): ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତାରାଣୀ ସାହୁଙ୍କୁ ସେଠାକାର ଜନସାଧାରଣ ବିପୁଳ ସଂଖ୍ୟାରେ ମତଦାନ କରିଥିବାରୁ ସେମାନଙ୍କୁ ଜୁହାର ଜଣାଇବା ଲାଗି ବିଜେପୁରରେ ପହଞ୍ଚିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ସହ ବିଜେପୁରବାସୀ ତାଙ୍କର ମନୋବଳ ଦ୍ୱିଗୁଣିତ କରିଛନ୍ତି ବୋଲି କହିଥିଲେ । ସେ ନିର୍ବାଚନକାଳୀନ ପ୍ରତିଶ୍ରୁତି ରକ୍ଷା କରିବାକୁ ଯାଇ ୨୦ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବରପାଲୀ ଫୁଟବଲ ପଡ଼ିଆଠାରେ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇ ଆଗାମୀ ଦିନରେ ବିଜେପୁରରେ ବହୁ ବିକାଶମୂଳକ କାର୍ଯ୍ୟ କରାଯିବ । ସମଗ୍ର ବିଜେପୁରକୁ ଅଗଷ୍ଟ ୧୫ସୁଦ୍ଧା ବିଦୁ୍ୟତକରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇ କହିଛନ୍ତି । ବୁଣାକାରଙ୍କ ସାମଗ୍ରୀରେ ଜିଏସ୍ଟି ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ କେନ୍ଦ୍ର ନିକଟରେ ଦାବି ଅଧିକ ଶାଣିତ କରାଯିବ ବୋଲି କହିଛନ୍ତି । ବିଜେପୁର ବିଜୟ, ବିକାଶର କାର୍ଯ୍ୟକ୍ରମ ପାଇଁ ଅଧିକ ପ୍ରେରଣା ଯୋଗାଇଛି । ମହାନଦୀ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି । ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ତାଙ୍କ ସରକାର ଲୋକଙ୍କ ସାଙ୍ଗରେ ରହିଛି ଏବଂ ଆଗକୁ ମଧ୍ୟ ରହିବ ବୋଲି କହିଛନ୍ତି ।
ସୋମବାର ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ ୱେକୁ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଲୋକାର୍ପିତ କରିଛନ୍ତି । ସମ୍ବଲପୁର ଠାରୁ ରାଉରକେଲା ୧୦ନମ୍ବର ରାଜ୍ୟ ରାଜପଥରେ ବିଜୁ ଏକ୍ସପ୍ରେସ୍କୁ ଲୋକାର୍ପିତ କରିଛନ୍ତି । ୧୭୩ କିଲୋମିଟର ଦୀର୍ଘ ବିଶିଷ୍ଟ ଏହି ରାସ୍ତା ନିର୍ମାଣ ପାଇଁ ୧୨ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅପରାହ୍ନ ୩ଟା ୨୫ମିନିଟ୍ରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ଠାରୁ ସିଧା ବିଜେପୁରରେ ପହଞ୍ଚିଥିଲେ । ବରପାଲୀରେ ଅନୁଷ୍ଠିତ ଜୁହାର ଭେଟ୍‌ ଉତ୍ସବରେ ଯୋଗଦେଇ ବରଗଡ଼ ଉପନିର୍ବାଚନରେ ବିଜେଡିର ବାଜିମାତ ପରେ ବିଜେପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭୋଟର୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବେନିଆଚାଲ, ପୁଟୁକା, ମନହରପାଲ୍ଲୀ ଓ ଗଇଁଠାପାଲ୍ଲୀ ଗ୍ରାମ ଗୁଡ଼ିକରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେହିଭଳି ଦିପ୍ତୀପୁର ଗାଇସିଲେଟ୍‌ ରାସ୍ତାର ଉନ୍ନତିକରଣର ଶୁଭାରମ୍ଭ କରିଛନ୍ତି । ନାବାର୍ଡ ସହାୟତାରେ ୨୩୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଜାମୁଟପାଲୀ ଠାରେ ୨୫କୋଟି ଟଙ୍କା ବ୍ୟୟରେ ଏକ ମେଗା ଉଠା ଜଳସେଚନା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେହିଭଳି ବରପାଲୀ ବ୍ଲକ୍ସ୍ତରୀୟ ଔଷଧ ଗୋଦାମ ଗୃହକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୧୦୧କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ ବାହ୍ୟପଦର-ବାଡଜପାଲି ରାସ୍ତାର ଉନ୍ନତିକରଣର ଶିଳାନ୍ୟାସ କରିଛନ୍ତି । ବିଜେପୁର ବ୍ଲକ୍ରେ ପଡ଼ା, ଲାଉମୁଣ୍ଡା, ବୁଢ଼ାଦର୍ହା, ଝାଲପାଲି ଠାରେ ଏବଂ ଗାଇସଲେଟ୍‌ ବ୍ଲକର ଭରତପୁର, ଚାଣ୍ଟିପାଲି ଭୁନ୍ଦୁବାହାଲ ଠାରେ ନବ ନିର୍ମିତ ଅଙ୍ଗନୱାଡି ଗୃହଗୁଡ଼ିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି । ଗାଇସଲେଟ ବ୍ଲକ୍ର ନୂତନ ଗୃହ ନିର୍ମାଣର ଶିଳାନ୍ୟାସ ସହ ସାନ ବାଉଁସେନ ଗ୍ରାମରେ ଥିବା ସେବାଶ୍ରମ ସ୍କୁଲରେ ୧୦୦ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ, ଗେରେନମୁଣ୍ଡା, ବିନାଡୋର ଗ୍ରାମ, ବୁରୋ ମୁଣ୍ଡା ଭଳି ବିଭିନ୍ନ ଗ୍ରାମରେ ସରକାର ଉନ୍ନତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉଦ୍ଘାଟନ କରିଥିଲେ ।
ବରପାଲୀରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ଉତ୍ସବରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ସୁଶାନ୍ତ ସିଂ, ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ସେହ୍ନାଙ୍ଗିନୀ ଛୁରୀଆ ପ୍ରମୁଖ ଉପସ୍ଥିତ ଥିଲେ । ଅରୁଣ ସାହୁ, ସଞ୍ଜୟ ଦାସବର୍ମା, ପ୍ରଣବ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ପ୍ରଭାସ ସିଂ, ପ୍ରଶାନ୍ତ ନନ୍ଦ, ରାଶେଶ୍ୱରୀ ପାଣିଗ୍ରାହୀ, ଦେବେଶ ଆଚାର୍ଯ୍ୟ, ଏ.ୟୁ. ସିଂଦେବ, ବିଜେପୁର ବିଧାୟିକ ରୀତା ସାହୁ, ବିଜେଡି ନେତା ବିଜୟ ରଞ୍ଜନ ସିଂ ବରିହା, ବ୍ୟୋମକେଶ ରାୟ, ପ୍ରୀତିରଞ୍ଜନ ଘଡ଼େଇ, ପ୍ରଣବ ବଳବନ୍ତରାୟ କୃତଜ୍ଞତା ଜଣାଇଥିଲେ । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ଲାଲ ବିକ୍ରମ ସିଂଦେବ, ନାରୟଣ ସାହୁ, ଜିଲ୍ଲା ବିଜେଡି ଉପସଭାପତି ଜନାର୍ଦ୍ଦନ ପାଣିଗ୍ରାହୀ ପ୍ରମ୍ମୁଖ ଉପସ୍ଥିତ ଥିଲେ ।




Powered by odothemes.com