PMG-bivina-dabi-re-nabanirman-krusaka-sangathan-pakhyaru-bidhansabha-samukhare-bikhyov-samabesa-(20)

ଚାଷୀଙ୍କ ରଣହୁଙ୍କାର

106

ନବନିର୍ମାଣ କୃଷକ ସଂଗଠନର ବିଶାଳ ସମାବେଶ, ଅନଶନରେ ବସିଲେ ୧୮ଠ
ଭୁବନେଶ୍ୱର(ବୁ୍ୟରୋ): ପୁଣିଥରେ ରାଜରାସ୍ତାରେ ରଣହୁଙ୍କାର ଦେଇଛନ୍ତି ଚାଷୀ । ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନ୍ସନ୍ ଦାବି ନେଇ ପୂର୍ବରୁ ଦାବି କରିଆସୁଥିବା ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସୋମବାର ରାଜଧାନୀରେ ବିଶାଳ ସମାବେଶର ଆୟୋଜନ କରାଯିବା ସହ ଅନିର୍ଦ୍ଦିଷ୍ଟକାଳ ଯାଏ ଗଣସତ୍ୟାଗ୍ରହ ଆରମ୍ଭ ହୋଇଛି । ଏହି ଆନେ୍ଦାଳନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଚାଷୀ ଆସି ସାମିଲ୍ ହୋଇଛନ୍ତି । ଏହାସହ ପ୍ରାୟ ୧୮ଠ ଚାଷୀ ଆନେ୍ଦାଳନସ୍ଥଳରେ ଅନଶନରେ ବସିଛନ୍ତି । ୩୬ ଲକ୍ଷ ଚାଷୀଙ୍କ ପାଇଁ ୨୦ବର୍ଷ ବୟସରୁ ଅଧିକଙ୍କ ପାଇଁ ୫ ହଜାର ଟଙ୍କା ହିସାବରେ ୨୧ ହଜାର ୬୦୦କୋଟି ଟଙ୍କାର ଅର୍ଥରାଶି ବଜେଟ୍ରେ ପାରିତ କରିବା ପାଇଁ ଦାବି ଜୋର୍ଦାର୍ ହୋଇଛି । ସରକାର ଯଦି ସବୁଥର ପରି ଏଥର ଚାଷୀଙ୍କ ଦାବି ନମାନନ୍ତି ତେବେ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଏହାସହ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) କ୍ୱିଣ୍ଟାଲ୍ ପିଛା ୫ ହଜାର ଟଙ୍କାକୁ ବୃଦ୍ଧି କରିବା ସହ ଭତ୍ତା ପ୍ରଦାନ ପାଇଁ ମଧ୍ୟ ସେମାନେ ଦାବି ରଖିଛନ୍ତି । ଚାଷୀ ବାରମ୍ବାର ଫସଲରେ କ୍ଷତି ସହି ଆତ୍ମହତ୍ୟା କରୁଥିବାବେଳେ ସରକାର ତାଙ୍କୁ କ୍ଷତିପୂରଣ ଦେବା ତ ଦୂରର କଥା ଚାଷୀ ମୃତ୍ୟକୁ ବି ଅସ୍ୱୀକାର କରୁଛନ୍ତି ବୋଲି ସେମାନେ କହିଛନ୍ତି । ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ହଜାର ହଜାର ଚାଷୀ ଲୋୟର୍ ପିଏମ୍ଜିରେ ଏକତ୍ରିତ ହୋଇଥିଲେ । ସଭାରେ ସଂଗଠନର ଜାତୀୟ ସଂଯୋଜକ ଅକ୍ଷୟ କୁମାର ସରକାରଙ୍କ ଉପରେ ବର୍ଷିିଥିଲେ । ଚାଷୀ ହାତରେ ଦେଶର ଭାତହାଣ୍ଡି ଓ ଭୋଟ୍ବାକ୍ସ ନିର୍ଭର କରୁଥିବା ବେଳେ ସରକାର ସବୁୂବେଳେ ଚାଷୀଙ୍କୁ ଉପେକ୍ଷା କରିଆସୁଛନ୍ତି । ଏହାର ତୀବ୍ର ବିରୋଧ କରାଯିବ ଓ ଦାବି ପୂରଣ ନ ହେବା ଯାଏ ଏହି ଆନେ୍ଦାଳନ ଚାଲୁରହିବ । ସେହିପରି ଭୋଟ୍ ବର୍ଜନ ଲାଗି ମଧ୍ୟ ଚାଷୀ ଧମକ ଦେଇଛନ୍ତି । ଚାଷୀମାନେ ତାଙ୍କର ହକ୍ ପାଇଁ ଦାବି କରୁଥିଲେ ବି ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଚାଷୀ ଫସଲ ନଷ୍ଟ ହେବାପରେ ବି ତାକୁ ଉପଯୁକ୍ତ ସାହାଯ୍ୟ ମିଳୁନି । ଚାଷୀ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛନ୍ତି । ଏହାର ବହୁ ଉଦାହରଣ ନିକଟ ଅତୀତରେ ଦେଖିବାକୁ ମିଳିଛି । ତେବେ ସେମାନଙ୍କୁ ସରକାରୀ ସାହାଯ୍ୟ କି କ୍ଷତିପୂରଣ ମିଳୁନି । କେବଳ ଭୋଟ୍ ବେଳେ ଚାଷୀଙ୍କ କଥା ମନେପଡୁଛି ବୋଲି ଆନେ୍ଦାଳନର ନେତୃତ୍ୱ ନେଉଥିବା ନେତାମାନେ ପ୍ରକାଶ କରିଛନ୍ତି । ପୂର୍ବରୁ ହୋଇଥିବା ସବୁ ଆନେ୍ଦାଳନ ବେଳେ ମିଛ ପ୍ରତିଶ୍ରୁତି ଦେଇ ଚାଷୀଙ୍କୁ ସରକାର ଠକିଛନ୍ତି । କିନ୍ତୁ ଏଥର ଆଉ ନ୍ୁହେଁ ଦାବି ପୂରଣ ନହେଲେ ବିଧାନସଭା ଘେରାଉ କରାଯିବ ବୋଲି ଆନେ୍ଦାଳନକାରୀ ଚେତାଇ ଦେଇଛନ୍ତି । ଏହି ଆନେ୍ଦାଳନରେ ସଂଗଠନର ରାଜ୍ୟ ସଂଯୋଜକ, ଜାତୀୟ ସଂଯୋଜକଙ୍କ ସହ ଉମାକାନ୍ତ ରାଉତ, ରଶ୍ମୀରଞ୍ଜନ ସ୍ୱାଇଁ, ନିମାଁଇ ରାୟ, ରବୀନ୍ଦ୍ର ସାହୁ, ଅଶୋକ ଜେନା, ଦୁର୍ଗାପ୍ରସାଦ ଦାଶ, ଦୁର୍ଗାଚରଣ ସ୍ୱାଇଁ ପ୍ରମୁଖ ବହୁନେତା ଧାରଣାରେ ବସିଛନ୍ତି ।




Powered by odothemes.com