TIHIDI

ଉଚ୍ଛେଦ ପରେ ବି ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି

52

ମାଫିଆଙ୍କୁ ଘାରିଛି ଲକ୍ଷପତି ନିଶା
ତିହଡ଼ି (ଆପ୍ର): ଧାମରା ଅଞ୍ଚଳର କେତେକ ଚିଙ୍ଗୁଡି ମାଫିଆଙ୍କୁ ଘାରିଛି ଲକ୍ଷପତି ନିଶା । ସରକାରୀ ନିୟମକୁ ମାନିବାକୁ ନାରାଜ । ଜଙ୍ଗଲ ଜମିରେ ଜେସିବି ମାଧ୍ୟମରେ ଚିଙ୍ଗୁଡି ଘେରି ଖୋଳିଥିବା ସାଧାରଣରେ ଅଭିଯୋଗ ହେଉଛି । ଧାମରାସ୍ଥିତ କରଞ୍ଜମାଳ ଆର୍ଆଇ ଅଫିସ୍ ଅଧିନ ହୃଦୟପ୍ରସାଦ ମୌଜାରେ ଥିବା ଜଙ୍ଗଲ ଜମିରେ ଚିଙ୍ଗୁଡି ଚାଷ ଆରମ୍ଭ ହୋଇଛି । ଏ ସମ୍ପର୍କରେ ଚାନ୍ଦବାଲି ତହସିଲ୍ରୁ ସଚିବାଳୟ ପର୍ଯ୍ୟନ୍ତ ଅଭିଯୋଗ ଫର୍ଦ୍ଦ ଲମ୍ବିଛି । ମୌଜାର ଖାତା ନଂ-୯୦, ପ୍ଲଟ ନଂ-୨୪୯ରେ ପ୍ରାୟ ୭୨.୮ ଏକର, ଖାତା ନଂ-୮୭, ପ୍ଲଟ ନଂ-୨୪୮ରେ ୫.୨୫ ଏକର ଜଙ୍ଗଲ ଜମିରେ ଚିଙ୍ଗୁଡି ଫାର୍ମ କରାଯାଇଛି । ପଞ୍ଚାୟତର କେତେକ ରାଜନୈତିକ ଦଳ ଆଗୁଆ କର୍ମୀ ବେଆଇନ କାମରେ ହାତ ମାରିଛନ୍ତି । ଗ୍ରାମ୍ୟ ଜଙ୍ଗଲ ଜମି ଉପରେ ସେମାନଙ୍କର ଲୋଲୁପ ଦୃଷ୍ଟି ପଡିଥିବା ଅଭିଯୋଗ ହୋଇଛି । ଆର୍ଆଇ ଅଫିସ୍କୁ ଏହା ନିକଟତର ହୋଇଥିଲେ ମଧ୍ୟ ଏହାକୁ କାହିଁକି ବିରୋଧ କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠିଛି । ସିଆରଜେଡ୍-୧ରେ ଥିବା ଜଙ୍ଗଲ କିସମ ଜମିରେ ଦୀର୍ଘ ୧୦ବର୍ଷ ଧରି ଚାଷ କରାଯାଉଛି । ଧାମରା ଅଞ୍ଚଳର ଜଣେ ନେତା ଏହି ଚିଙ୍ଗୁଡି ଚାଷର ମାଷ୍ଟର ମାଇଣ୍ଡ ବୋଲି ସାଧାରଣରେ ଆଲୋଚନା ହେଉଛି । ଜଙ୍ଗଲ ଜମିରେ ପୋଖରୀ ଖୋଳି ଚିଙ୍ଗୁଡି ଚାଷ ଆରମ୍ଭ କରିଛନ୍ତି । ଜଙ୍ଗଲ ଜମିରେ ଚିଙ୍ଗୁଡି ଚାଷ କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ବାରଣ କରିଛନ୍ତି । ବାରଣକୁ ମାଫିଆ ଅବମାନନା କରୁଥିବା ଅଭିଯୋଗରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ ଯେ, ୨୦୧୧-୧୨ ମସିହାରେ ରାଜ୍ୟ ବନ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ବନିକରଣ ସହ ନୂତନ ଜଙ୍ଗଲ ସୃଷ୍ଟି କରାଯାଇଛି । ଏହା ନିକଟରେ ରହିଛି ରାଜ୍ୟ ସରକାରଙ୍କର ବନି ଜଙ୍ଗଲ । ଯାହା ସ୍ଥାନୀୟ ଅଚଂଳକୁ ସାମୁଦ୍ରିକ ଝଡ ଓ ଜୁଆର ପ୍ରଭାବରୁ ସୁରକ୍ଷା ଦେଉଛି । ବେଆଇନ ଚିଙ୍ଗୁଡି ଘେରି ପାଇଁ ପରିବେଶ ପ୍ରଦୂଷଣର ଆଶଙ୍କା ଦେଖାଦେଇଛି । ଚାଷ ପାଇଁ ସମୁଦ୍ର ଜଳରେ ରାସାୟନିକ ପଦାର୍ଥ ମିଶୁଛି । ଏହା ଅଲିଭରିଡେଲ କଇଁଛ ପ୍ରତି ବିପଦ ଅଛି ବୋଲି ବନ୍ୟପ୍ରାଣୀ ବିଭାଗର ଜଣେ କର୍ମଚାରୀ କହିଛନ୍ତି । ପ୍ରକାଶ କି ଆର ଆଇ ଅଫିସ୍ ଅଧିନସ୍ଥ ନରେନ୍ଦ୍ରପୁର ମୌଜାର ପ୍ଲଟ ନଂ-୧୨୦, ୨୦୩, ୨୦୫ , ୭୧୧, ୭୩୪, ୭୫୧, ୭୫୩, ୭୫୪, ୭୫୫ରେ ପ୍ରାୟ ୨୫୦ ଏକର ଜଙ୍ଗଲ ଜମିରେ ବେଆଇନ ଚିଙ୍ଗୁଡି ଚାଷ ହେଉଥିଲା । ଏ ସମ୍ପର୍କରେ ଅଭିଯୋଗ ହେବା ପରେ ୨୦୧୫ ମସିହା ମଇ ମାସରେ ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶରେ ଏହି ଘେରି ଉଚ୍ଛେଦ ହୋଇଥିଲା । ଏହା ପରେ ବି ମାଫିଆ ମାନଙ୍କର ଚିଙ୍ଗୁଡି ଚାଷ ନିଶା ଛାଡି ନାହିଁ । ପୁଣି ଏହି ଜଙ୍ଗଲ ଜମିରେ ଚଳିତ ବର୍ଷ ଫେବ୍ରୁଆରୀ ମାସରୁ ଚାଷ କରିବା ଆରମ୍ଭ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।




Powered by odothemes.com