JALESWAR-VIKASH-MANCHA-TARAPHARU-TAHASIL-KARJYALAYA-SAMMUKHARE-JAIL-BHORA-AANDOLAN-1

ଘରଡିହ ଦାବିରେ ଆନେ୍ଦାଳନ, ଶତାଧିକ ଗିରଫ

49

ଜଳେଶ୍ୱର,୧୨ ।୩(ଆପ୍ର): ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ଅଧିନରେ ବସବାସ କରୁଥିବା ହଜାର ହଜାର ଆଦିବାସୀ ,ଦଳିତ ଏବଂ ଅନ୍ୟାନ୍ୟ ଶ୍ରେଣୀର ଗରିବ ଲୋକମାନେ ଅଛନ୍ତି । ଯେଉଁ ମାନେ ଭୂମିହୀନ ଏବଂ ବାସହୀନ ଥାଇ କୈାଣସି ସରକାରୀ ଯୋଜନା ପାଇପାରୁ ନାହାନ୍ତି, ସେମାନଙ୍କର ହକ୍ ପାଇଁ ଯେପରିକି ଭୂମିହୀନ ମାନଙ୍କୁ ଘରଡିହ ଓ ବାସହୀନ ମାନଙ୍କୁ ଘର ଦାବିକରି ଆଜି ସୋମବାର ପୂର୍ବାହ୍ନ ୧୧ ଟାରେ ଆଗାମୀ ଓଡ଼ିଶା, ଜଳେଶ୍ୱର ବିକାଶ ମଂଚ(ଜେଭିଏମ୍) ଓ ଏକତା ପରିଷଦର ମିଳିତ ଆୟୋଜନରେ ଜେଲଭରୋ ଆନେ୍ଦାଳନ ଅନୁଷ୍ଠିତ ହୋଇଯାଇଛି । ୨ ହଜାର ରୁ ଉଦ୍ଧ୍ୱର୍ ଭୂମିହୀନ ଓ ବାସହୀନ ମହିଳା ପୁରୁଷ ମାନେ ନିଜ ପିଲା ଛୁଆଙ୍କୁ ଧରି ଡହଡହ ଖରାରେ ଘରଡିହ ଓ ଘର ଦାବିରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ଜେଭିଏମ୍ ର ସଭାପତି ସୁଦର୍ଶନ ଦାସ ଙ୍କ ନେତୃତ୍ୱ ତଥା ଆବାହକତ୍ୱରେ ହୋଇଥିବା ଏହି ଜେଲଭରୋ ଆନେ୍ଦାଳନରେ ଉପ ସଭାପତି ସଂଗ୍ରାମକେଶରୀ ବେହେରା ,ସାଧାରଣ ସମ୍ପାଦକ ପଦ୍ମଲୋଚନ ବେହେରା,ସମ୍ପାଦକ ଶ୍ରିକାନ୍ତ ସିଂ, ଏକତା ପରିଷଦର ଓଡ଼ିଶା ଆବାହକ ବିଜୟ ପ୍ରଧାନ,ସାମାଜିକ କର୍ମୀ ଅରୁଣ ଜେନା ,ପ୍ରାଣକୃଷ୍ଣ ଦେ ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟ ମାଧ୍ୟମରେ ଶାସନ ତଥା ପ୍ରଶାସନ ନିକଟରେ ଦୃଢ଼ ଦାବି ରଖିଥିଲେ । ଆନେ୍ଦାଳନକାରୀ ମାନଙ୍କ ନିକଟକୁ ତହସିଲଦାର ଅଭିମନୁ୍ୟ ପଣ୍ଡା,ଅତିରିକ୍ତ ତହସିଲଦାର ମହେନ୍ଦ୍ର କୁମାର ବେହେରା ପହଂଚି ପ୍ରତିଶୃତି ଦେଇ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷ ୨୦୧୭-୧୮ ର ବର୍ତ୍ତମାନ ସୁଦ୍ଧା ୩୪୨ ଜଣଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯାଇଛି । ଚଳିତ ମାସ ୧୭ ତାରିଖରେ ୧୪ ଜଣଙ୍କୁ ଘରଡିହ ପଟ୍ଟା ପ୍ରଦାନ କରାଯିବ । ଘରଡିହ ପଟ୍ଟା ପାଇବା କୁ ଯୋଗ୍ୟଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ଯଥାଶୀଘ୍ର ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସମସ୍ତ ଆରଆଇ ସର୍କଲର ଆରଆଇ ମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏପ୍ରିଲ ମାସ ଶେଷସୁଦ୍ଧା ସମସ୍ତ ଯୋଗ୍ୟ ଆବେଦନକାରୀ ମାନଙ୍କୁ ତହସିଲଦାର ପଣ୍ଡା ଘରଡିହ ପଟ୍ଟା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ଆନେ୍ଦାଳନକାରୀ ମାନେ ତହସିଲ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଜଳେଶ୍ୱର ଥାନାଧିକାରୀ ଚନ୍ଦନ କୁମାର ଘଡ଼ାଇ ପୋଲିସ ବଳ ସହାୟତାରେ ଆନେ୍ଦାଳନକାରୀ ମାନଙ୍କୁ ଆଇନ୍ ଅମାନ୍ୟ କରିବା ଅଭିଯୋଗରେ ଗିରଫ୍ କରି ନେଇଯାଇ ଥାନା ରେ କିଛି ସମୟ ଅଟକ ରଖି ଛାଡ଼ିଥିଲେ ।




Powered by odothemes.com