dD

ଟ୍ୟାଙ୍କର ଯୋଗେ ଜଳଯୋଗାଣ ଦାବି

42

ତେହେରାନପୁରରେ ପାନୀୟଜଳ ସାତସପନ
ଡେରା,୧୨ା୩(ମନିଲ କୁମାର ମହାରଣା): ତାଳଚେର ବ୍ଲକ୍ ଜଗନ୍ନାଥପୁର ପଞ୍ଚାୟତ ଅନ୍ତର୍ଗତ ତେହେରାନପୁର ଗ୍ରାମବାସୀଙ୍କ ପାଇଁ ବିଶୁଦ୍ଧ ପାନୀୟଜଳ ସାତସପନ ପାଲଟିଛି । ପ୍ରାୟ ୬୦୦ ଜନସଂଖ୍ୟା ବିଶିଷ୍ଟ ଗ୍ରାମରେ ଗ୍ରୀଷ୍ମଋତୁରେ ପ୍ରବଳ ଜଳାଭାବ ଦେଖା ଦେଇଥାଏ । ଫଳରେ ଲୋକେ ବାଧ୍ୟ ହୋଇ ନନ୍ଦିରାଯୋରର ଜଳକୁ ବ୍ୟବହାର କରୁଛନ୍ତି । ଯଦ୍ୱାରା ଲୋକେ ଝାଡ଼ା, ବାନ୍ତି, ଚର୍ମରୋଗ ଓ ପେଟରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବର୍ଷ ଏପରି ଜଳାଭାବରେ ଲୋକେ ସମ୍ମୁଖୀନ ହୋଇ ଆସୁଥିବାବେଳେ ଏଥିପାଇଁ ସ୍ଥାନୀୟ ପ୍ରଶାସନକୁ ପୂର୍ବରୁ ଅନେକବାର ଅବଗତ ମଧ୍ୟ କରାଇଛନ୍ତି । କିନ୍ତୁ ସେମାନଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ । ତାଳଚେରରେ ପାନୀୟ ଜଳଯୋଗାଣ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଏବେ ସୁଦ୍ଧା ଅନେକ ଗ୍ରାମରେ ପାନୀୟଜଳ ସମସ୍ୟା ପୂର୍ବ ପରି ଜାରୀ ରହିଛି । ଜଳକ୍ଲିଷ୍ଟ ଗ୍ରାମଗୁଡ଼ିକୁ ଟ୍ୟାଙ୍କର ଯୋଗେ ଜଳ ଯୋଗାଇ ଦେବାକୁ ନିୟମ ରହିଥିଲେ ମଧ୍ୟ ତାହାକୁ ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଅଞ୍ଚଳରେ ସରକାରଙ୍କ ବିଭିନ୍ନ ଜଳଯୋଗାଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଦିଗହରା ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି । ତେବେ ଏପରି ଭାବେ ଉକ୍ରଟ ଜଳସମସ୍ୟାକୁ ଦୃଷ୍ଟିରେ ରଖି ତେହେରାନପୁର ଗ୍ରାମକୁ ପ୍ରତ୍ୟେକ ଦିନ ୬ଟି ଲେଖାଏଁ ଟ୍ୟାଙ୍କରରେ ପାଣିଯୋଗାଇ ଦିଆଗଲେଗଲେ ଲୋକେ ପାନୀୟଜଳ ଠିକ୍ଭାବେ ପାଇପାରନ୍ତେ ବୋଲି ଗ୍ରାମର ଅମୁଲି ନାଏକ, ମମତା ନାହାକ, ଅପରାଜିତା ଭୋଇ, ଝିଲି ନାହାକ, ପାଞ୍ଚାଳୀ ଭୋଇ, ସୁଜାତା ଗଡ଼ନାୟକ, ରିତା ବାରିକଙ୍କ ସମେତ ବହୁଗ୍ରାମବାସୀ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ତରଫରୁ ତାଳଚେର ଉପଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ସୋମବାର ପୂର୍ବାହ୍ନରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।




Powered by odothemes.com