11-3-2018=1

ଆଉ ୫ଠ କୋର୍ଟ ଖୋଲିବ: ମୁଖ୍ୟମନ୍ତ୍ରୀ

36

ଭୁବନେଶ୍ୱର, ୧୧ା୩(ବୁ୍ୟରୋ): ଚଳିତବର୍ଷ ରାଜ୍ୟରେ ୫୦ଟି ଅଧିକ କୋର୍ଟ ଖୋଲାଯିବ । ଇତିମଧ୍ୟରେ ଫ୍ୟାମିଲି କୋର୍ଟ, ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ ମଧ୍ୟ ରହିଛି । ନିକଟରେ ସରକାର ୩ଟି ବାଣିଜି୍ୟକ କୋର୍ଟ ପ୍ରତିଷ୍ଠା କରିଛନ୍ତି, ଯାହା ରାଜ୍ୟରେ ପୁଞ୍ଜି ନିବେଶ ଅନୁକୂଳ ବାତାବରଣ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଜିଲ୍ଲା କୋର୍ଟ ପରିସରରେ ଜୁଡ଼ିସିଆଲ୍ କୋର୍ଟ କମ୍ପ୍ଲେକ୍ସ ଲାଗି ଆୟୋଜିତ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି । ସେହିଭଳି ଏହି କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଦୀପକ ମିଶ୍ର ଯୋଗଦେଇଥିଲେ । ୟୁନିଟ୍-୧, ରାଜମହଲ ଛକଠାରେ ଓଡ଼ିଶା ହାଇକୋର୍ଟର ଆର୍ବିଟ୍ରେସନ୍ ଓ ମେଡିଏସନ୍ କେନ୍ଦ୍ରର ଲୋକାର୍ପଣ କରିବା ସହ ଭୁବନେଶ୍ୱର ଜିଲ୍ଲା କୋର୍ଟ ପରିସରରେ ଜୁଡ଼ିସିଆଲ୍ କୋର୍ଟ କମ୍ପ୍ଲେକ୍ସ ପାଇଁ ଆୟୋଜିତ ଭୂମି ପୂଜନ କାର୍ଯ୍ୟରେ ଯୋଗଦେଇ ପ୍ରସ୍ତାବିତ କମ୍ପ୍ଲେକ୍ସର ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଣତନ୍ତ୍ରର ୩ଟି ସ୍ତମ୍ଭ ମଧ୍ୟରେ ବିଚାର ବିଭାଗ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଆଇନ୍ର ଶାସନ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ବିଚାର ପ୍ରଧାନ ବ୍ୟବସ୍ଥାରେ ସବ୍ଅର୍ଡିନେଟ୍ ବିଚାର ବିଭାଗୀୟ ବ୍ୟବସ୍ଥାର ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଜ୍ୟ ସରକାର କେବଳ ନ୍ୟାୟ ପ୍ରଦାନ ପାଇଁ ନୁହେଁ, ଲୋକଙ୍କ ନିକଟରେ କିଭଳି ନ୍ୟାୟ ପହଞ୍ଚô ପାରିବ ସେଥିପାଇଁ ପ୍ରତିଶ୍ରୁତିବଦ୍ଧ । ଏଥିଲାଗି ଗତ ୪ ବର୍ଷ ମଧ୍ୟରେ ସରକାର ୧୭୦ କୋର୍ଟ ସ୍ଥାପନ କରିଛନ୍ତି । ଗରିବ ଲୋକମାନଙ୍କୁ କିଭଳି ନ୍ୟାୟ ମିଳିବ, ସେଥିପାଇଁ ସରକାର ନିୟମିତ ଭାବରେ ବିଭିନ୍ନ ବ୍ୟବସ୍ଥା କରିବା ସହ ବିଚାର ବିଭାଗର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଲାଗିଛନ୍ତି । ଗତ କିଛିବର୍ଷ ମଧ୍ୟରେ କୋର୍ଟ ଭିତ୍ତିଭୂମିରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି । ଭୁବନେଶ୍ୱର କୋର୍ଟର ନୂଆ ଘର ଲାଗି ଥିବା ସ୍ୱପ୍ନ ଏବେ ସତ ହେବାକୁ ଯାଉଛି । ଏଥିଲାଗି ମୁଁ ସମସ୍ତ ଆଇନଜୀବୀ ଓ ଅନ୍ୟାନ୍ୟ ଅତିଥିମାନଙ୍କୁ ଅଭିନନ୍ଦନ ଜଣାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭିନିଥ୍ ଶରଣ, ଖୋର୍ଦ୍ଧା ଜିଲ୍ଲା ବିଚାରପତି ରାଧାଚରଣ ପଟ୍ଟନାୟକ ଓ ଓଡ଼ିଶା ହାଇକୋର୍ଟର ବିଚାରପତି ଉପସ୍ଥିତ ଥିଲେ ।




Powered by odothemes.com