SAM_0462

ରଙ୍ଗତୂଳୀରେ ରୂପାୟିତ ନବକଳେବର

23

ଭୁବନେଶ୍ୱର,୨୪ା୫(ବୁ୍ୟରୋ):ଛୋଟ ଛୋଟ ପିଲାଙ୍କୁ ନବକଳେବର ସଂପର୍କରେ ସଚେତନ କରିବା ପାଇଁ ଆଜି ପଠାଣି ସାମନ୍ତ ପ୍ଲାନେଟୋରିୟମରେ ଦ୍ୱାଦଶ ଇଟିକିଲି ମିଟିକିଲିି ଉତ୍ସବର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଯାଇଛି । ଏହି ଅବସରରେ ୧୯୪ଜଣ ପିଲାଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା । ଏଥିରେ ବସ୍ତି ପିଲାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଥମରୁ ତୃତୀୟ ଶ୍ରେଣୀର ପିଲାଙ୍କ ବିଷୟବସ୍ତୁ ଥିଲା ‘ଶ୍ରୀ ଜଗନ୍ନାଥ’, ଚତୁର୍ଥରୁ ଷଷ୍ଠ ଶ୍ରେଣୀର ପିଲାଙ୍କ ପାଇଁ ‘ରତ୍ନବେଦୀରେ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା’ ଏବଂ ସପ୍ତମରୁ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ‘ନବକଳେବର ୨୦୧୫’ । ଏସବୁ ବିଷୟକୁ ପିଲାମାନେ ବେଶ୍‍ ସୁନ୍ଦର ଭାବରେ ନିଜ ରଙ୍ଗ ଓ ତୂଳୀରେ ରୂପ ଦେଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତା ଆରମ୍ଭରେ ଅନୁଷ୍ଠାନର ସଭାପତି ଦାଶ ବେନହୁର, ପ୍ଲାନେଟାରିୟମର ସହକାରୀ ନିର୍ଦ୍ଧେଶକ ଶୁଭେନ୍ଦୁ ପଟ୍ଟନାୟକ, ଏମ୍‍ସିଏଲ୍‍ର ବରିଷ୍ଠ ଅଧିକାରୀ ରଜନୀକାନ୍ତ ଦାଶ ପ୍ରମୁଖ ପିଲାଙ୍କୁ ସେମାନଙ୍କ ସୃଜନଶୀଳତାର ବେଶ୍‍ ପ୍ରଶଂସା କରିଥିଲେ । ଏହି ଅବସରରେ ଅଭିଭାବକଙ୍କ ମଧ୍ୟରେ ଏକ ସାଧାରଣଜ୍ଞାନ ପ୍ରତିଯୋଗିତା ହୋଇଥିଲା । ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜିରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତା ମଇ ୩୦ ଓ ୩୧ତାରିଖରେ ଏବଂ ପୁରସ୍କାର ବିତରଣ ଉତ୍ସବ ଜୁନ ୨୮ତାରିଖ ଦିନ ଜୟଦେବ ଭବନରେ ଅନୁଷ୍ଠିତ ହେବ ।




Powered by odothemes.com