Pak

ନିରୀହ ଲୋକଙ୍କୁ ଟାର୍ଗେଟ୍ କରୁଛି କାୱାର୍ଡ ପାକିସ୍ତାନ୍

44

ନୂଆଦିଲ୍ଲୀ(ଏଜେନ୍ସି): ପାକିସ୍ତାନ ଏବେ ଭାରତୀୟ ସେନାକୁ ସିଧାସଳଖ ସାମ୍ନା କରିବାକୁ ଭୟକରୁଛି । ତେଣୁ ସୀମା ଅଞ୍ଚଳରେ ରହୁଥିବା ନିରୀହ ଜନସାଧାରଣଙ୍କୁ ଟାର୍ଗେଟ୍ କରୁଛି । ସେମାନଙ୍କୁ ଭୟଭୀତ କରିବାକୁ ଏବଂ ଉକ୍ତ ସ୍ଥାନ ଛାଡି ଚାଲିଯିବାକୁ ମୋର୍ଟାର ମାଡ କରୁଛି, କ୍ରସ ଫାୟାରିଂ କରୁଛି । ପାକିସ୍ତାନର ଏଭଳି କାର୍ଯ୍ୟକୁ ଭାରତୀୟ ସ୍ଥଳସେନା ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଉପରୋକ୍ତ ମନ୍ତବ୍ୟ ଦିଆଯାଇଛି । ଇଣ୍ଡିଆନ୍ ଆର୍ମିର ଅନ୍ୟତମ ସେନାଧିକାରୀ ବ୍ରିଗେଡିୟର ୱାଇଏସ୍ ଅହଲାୱତ୍ କହିଛନ୍ତି ଯେ, ପାକିସ୍ତାନ ସରକାର ଓ ସେନା କାୱାର୍ଡଙ୍କ ଭଳି ଆଚରଣ କରୁଛନ୍ତି । ଫେବ୍ରୁଆରୀ ୧୯ରୁ ପାକିସ୍ତାନ ସୀମାରେ ଅନବରତ ଗୁଳିମାଡ କରିବା ସହ ସାଧାରଣ ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି, ଯାହାକି ଏକ ସଭ୍ୟ ରାଷ୍ଟ୍ରର ନିଦର୍ଶନ ନୁହେଁ । ପାକିସ୍ତାନକୁ ଭାରତୀୟ ସେନା ମଧ୍ୟ କଡା ଜବାବ ଦେଉଛି । ତେବେ ସାଧାରଣ ଲୋକଙ୍କ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତାକୁ ସେନା ଅନୁଭବ କରୁଥିବାରୁ ପାକିସ୍ତାନ ପ୍ରତି ଆକ୍ରମଣକୁ ତୀବ୍ରତର କରାଯାଇପାରୁନାହିଁ । ଏହାର ଫାଇଦା ଉଠାଇବାକୁ ଯାଇ ପାକିସ୍ତାନ ପକ୍ଷରୁ ବରାବର ଏପ୍ରକାର ଘଟଣା ଘଟାଯାଉଛି । ତେବେ ପାକିସ୍ତାନକୁ ଜବାବ ଦେବାକୁ କରାଯାଉଥିବା ପ୍ରତି ଆକ୍ରମଣରେ ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଭାରତୀୟ ସେନା ଏବେ କୌଣସି ଅପରେସନ୍ କରିବା ପୂର୍ବରୁ ପ୍ରଥମେ ସ୍ଥାନୀୟ ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଚେଷ୍ଟା କରୁଛି । ସେ ସୂଚନା ଦେଇ କହିଥିଲେ ଯେ, ଗତ ୧ଠମାସ ମଧ୍ୟରେ ପାକ୍ ସେନା ସହ ହୋଇଥିବା ମୁହାଁମୁହିଁରେ ଅନୁ୍ୟନ ୬ଜଣ ସାଧାରଣ ଲୋକଙ୍କ ମୃତୁ୍ୟ ହୋଇଥିବା ବେଳେ ୧୩ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ପାକ୍ ସେନାଙ୍କ ଦୈନିନ୍ଦିନ ଗୁଳିମାଡରେ ଜଣେ ଦୁଇଜଣଙ୍କ ମୃତୁ୍ୟ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ସୀମାରୁ ପ୍ରାୟ ୪୬ଠଠ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିସାରିଛନ୍ତି । ତେବେ ସ୍ଥାନୀୟ ଲୋକଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ମିତ ୮୬ଟି ବଙ୍କରରେ ସେମାନଙ୍କୁ ସାମୟିକ ଭାବେ ଥଇଥାନ କରାଯାଇଛି । ତାଙ୍କ କହିବାନୁସାରେ ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ପଟୁ ଗୁଳିମାଡରେ ସାଧାରଣ ଲୋକଙ୍କ ୧୬୯ଟି ଘର, ୧୨ଟି ସରକାରୀ ଗୃହ ନଷ୍ଟ ହୋଇସାରିଥିବା ବେଳେ ସୀମାବର୍ତ୍ତୀ ଅଞ୍ଚଳରେ ଥିବା ପ୍ରାୟ ୮ଠଟି ସ୍କୁଲକୁ ପିଲାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବନ୍ଦ ରଖାଯାଇଛି । ଏଦିଗରେ ଭାରତୀୟ ସେନା ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମୟେ ସମୟେ ଅବଗତ କରାଯାଉଥିବା ସେ ଏହି ଅବସରରେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com