Chief-Secretary-Sri-Aditya-Prasad-Padhi--reviewing-the-progress-of-Gopalpur-&-Astarang-Port-at-2nd-floor-Conf

ଜୁନ ୨୦୧୯ ସୁଦ୍ଧା ଗୋପାଳପୁର ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ

77

ଧାମରାରେ ପ୍ରତିଷ୍ଠା ହେବ ନୂତନ ଏୟାର-ଷ୍ଟ୍ରିପ୍‌
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଶିଳ୍ପାୟନ ଏବଂ ରତ୍ପାନୀ କାର୍ଯ୍ୟର ଅଭିବୃଦ୍ଧି ନିମନ୍ତେ ବନ୍ଦର ପ୍ରକଳ୍ପର ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମୀକ୍ଷା କରିଛନ୍ତି । ସଚିବାଳୟରେ ଅନୁଷ୍ଠିତ ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଜି. ଶ୍ରୀନିବାସ ଗୋପାଳପୁର, ଅସ୍ତରଙ୍ଗ ଏବଂ ସୁବର୍ଣ୍ଣରେଖା ଆଦି ବନ୍ଦରର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟବସ୍ତୁ ଉପରେ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ସମ୍ପୃକ୍ତ ବନ୍ଦର କର୍ତ୍ତୃପକ୍ଷଙ୍କର ପ୍ରତିନିଧିମାନେ ବନ୍ଦରର ଅଗ୍ରଗତି ଏବଂ କ୍ଷେତ୍ରସ୍ତରୀୟ ସ୍ଥିତିର ସବିଶେଷ ତଥ୍ୟ ରଖିଥିଲେ । ବନ୍ଦର ନିର୍ମାଣ ଓ ସଂପ୍ରସାରଣ ପଥରେ ସୃଷ୍ଟି ହେଉଥିବା ସମସ୍ୟାର ଆଲୋଚନା କରାଯାଇ ସେ ସବୁର ଆଶୁ ସମାଧାନ ପନ୍ଥା ନିର୍ଦ୍ଧାରଣ ବୈଠକରେ କରାଯାଇଥିଲା । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍ଫରେନସିଂ ମାଧ୍ୟମରେ ବୈଠକରେ ଯୋଗଦେଇ ଆବଶ୍ୟକୀୟ ତଥ୍ୟ ଓ ପରାର୍ମଶ ଦେଇଥିଲେ । ସମୀକ୍ଷାରୁ ଜଣାପଡ଼ିଛି ଯେ, ଧାମରା ପୋର୍ଟ ୨୦୧୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହେବା ପରେ ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ବନ୍ଦରର ୨ଟି ବର୍ଥ ଏବଂ ୧୮କି.ମି. ନାଭିଗେସନ୍ ଚାନେଲ୍‌ କରାଯାଇଛି । ଫଳରେ ବନ୍ଦର କ୍ଷମତା ବାର୍ଷିକ ୨୫ମିଲିୟନ ଟନ୍କୁ ବୃଦ୍ଧି ପାଇଛି । ଯାହାକି ୨୦୧୫-୧୬ ବର୍ଷ ତୁଳନାରେ ୪୦% ଅଧିକ । ବନ୍ଦରରେ ବର୍ତ୍ତମାନ ସୁଦ୍ଧା ୩୨୭୨ଜଣଙ୍କୁ ନିଯୁକ୍ତି ମିଳିଛି । ଯେଉଁଥିରେ ୮୮% ରୁ ଊଦ୍ଧ୍ୱର୍ ସ୍ଥାନୀୟ ଓଡ଼ିଆ ଯୁବକଯୁବତୀ ଅଛନ୍ତି । ୨୦୧୮ ମାର୍ଚ୍ଚ ମଧ୍ୟରେ କଣ୍ଟେନର୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ବନ୍ଦରର ୨ୟ ପର୍ଯ୍ୟାୟ ସଂପ୍ରସାରଣ ନିମନ୍ତେ ୭୬୩ଏକର ଜମି ଯୋଗାଇ ଦିଆଯାଇଛି । ୨ୟ ପର୍ଯ୍ୟାୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ବନ୍ଦରର ୩ୟ ପର୍ଯ୍ୟାୟ ଯୋଜନା ଚୂଡ଼ାନ୍ତ କରିବା ସହ ଧାମରା ନିକଟରେ ଏକ ଏୟାର-ଷ୍ଟ୍ରିପ୍‌ ବିକଶିତ କରିବା ନିମନ୍ତେ ଶ୍ରୀ ପାଢ଼ୀ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଳି ବନ୍ଦର ନିକଟରେ ଥିବା ସମସ୍ତ ସରକାରୀ ଜମିକୁ ସୁରକ୍ଷିତ ରଖିବା ପାଇଁ ସେସବୁ ସ୍ଥାନରେ ପାଚେରୀ ନିର୍ମାଣ ନିମନ୍ତେ ଇଡ୍କୋକୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ଗୋପାଳପୁର ବନ୍ଦର ୨୦୧୩ ମସିହାରୁ କାର୍ଯ୍ୟକ୍ଷମ ହେଉଥିବା ବେଳେ ଫାଇଲିନ୍ ବାତ୍ୟାରେ କ୍ଷତିଗ୍ରସ୍ତ ହେବା ଯୋଗୁଁ ବନ୍ଦର କାରବାର ବନ୍ଦ କରାଯାଇଛି । ଆବଶ୍ୟକୀୟ ମରାମତି ସରିବା ପରେ ୨୦୧୫ ଡିସେମ୍ବରରୁ ଏହା ପୁଣି କାର୍ଯ୍ୟକ୍ଷମ ହେବା ଆରମ୍ଭ କରିଛି । ବନ୍ଦରରେ ବର୍ଥର ଦୃଢ଼ୀକରଣ ଏବଂ ସଂପ୍ରସାରଣ ନିମନ୍ତେ ୨ଟି ବର୍ଥର ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ବନ୍ଦର ବ୍ୟାକଅପ୍ ୟାର୍ଡ ନିର୍ମାଣ କାର୍ଯ୍ୟ ୨୦୧୯ ଜୁନ ସୁଦ୍ଧା ଶେଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି । ଗୋପାଳପୁର ଠାରେ ମାଛଧରା ଜେଟିର ବିକାଶ, ବନ୍ଦର ଉତ୍ତର ପଟୁ ବିଚ୍‌ର ବିକାଶ ଏବଂ ମତ୍ସ୍ୟଜୀବୀଙ୍କ ନିମନ୍ତେ ଉନ୍ନୟନ ମୂଳକ କାର୍ଯ୍ୟ ଆଦିକୁ ତ୍ୱରାନ୍ୱିତ କରିବା ପାଇଁ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସେହିଭଳି ବନ୍ଦର ନିର୍ମାଣ କାର୍ଯ୍ୟରେ ଅଧିକ ସ୍ଥାନୀୟ ଯୁବକ ଯୁବତୀ ଏବଂ ଶ୍ରମିକଙ୍କୁ ନିୟୋଜିତ କରିବା ସହ କୌଶଳ ବିକାଶ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ମଧ୍ୟ ବନ୍ଦର କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଥିଲା । ସୁବର୍ଣ୍ଣରେଖା ଏବଂ ଅସ୍ତରଙ୍ଗ ବନ୍ଦର ପ୍ରତିଷ୍ଠା ନିମନ୍ତେ ଜମି ଅଧିଗ୍ରହଣ ଏବଂ ପରିବେଶ ଅନୁମତି ଆଦି କାର୍ଯ୍ୟର ବେଶ ଅଗ୍ରଗତି ହୋଇଥିବାରୁ କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଶ୍ରୀ ପାଢ଼ୀ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ବାଣିଜ୍ୟ ଓ ପରିବହନ ସଚିବ ଡି.ଶ୍ରୀନିବାସ, ସ୍ୱତନ୍ତ୍ର ସଚିବ ତଥା ରେଲୱେ କମିଶନର ମନୋଜ କୁମାର ମିଶ୍ର, ପଶୁ ସମ୍ପଦ ସଚିବ ବିଶାଳ ଗଗନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଶାସନ ସଚିବ ଡଃ.ଚନ୍ଦ୍ରଶେଖର କୁମାର ପ୍ରମୁଖ ଯୋଗ ଦେଇଥିବା ବେଳେ ଭଦ୍ରକ, ପୁରୀ ଓ ଗଞ୍ଜାମ ଜିଲ୍ଲାପାଳମାନେ ଭିଡିଓ କନ୍ଫରେନସିଂରେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com