matric-exam-photo

ଯାଜପୁର, କେନ୍ଦ୍ରାପଡ଼ାରେ ୫୧,୯୪୪ ମାଟ୍ରିକ୍ ପରୀକ୍ଷାର୍ଥୀ

48

ଯାଜପୁର(ଆପ୍ର): ଶୁକ୍ରବାର ଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ଯାଜପୁରରେ ମୋଟ ୨୮୮୨୮ ଛାତ୍ରଛାତ୍ରୀ ୧୪୭ ଟି କେନ୍ଦ୍ରରେ ପରୀକ୍ଷା ଦେବାର ବ୍ୟବସ୍ଥା ହୋଇଥିବା ବେଳେ ୨୮, ୨୦୦ ଜଣ ପରୀକ୍ଷା ଦେଇଛନ୍ତି । ବ୍ୟକ୍ତିଗତ କାରଣରୁ ୬୨୮ଜଣ ଛାତ୍ର ଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହିଛନ୍ତି । ପରୀକ୍ଷାରେ କପି କରିବା ଅଭିଯୋଗରେ ୩ ଜଣଙ୍କୁ ପରୀକ୍ଷାରୁ ବହିଷ୍କାର କରାଯାଇଛି । ଜିଲ୍ଲାପାଳ ରଂଜନ ଦାସ ଯାଜପୁର ଜିଲ୍ଲା ସ୍କୁଲ, ସରକାରୀ ବାଳିକା ଊଚ୍ଚ ବିଦ୍ୟାଳୟ, ବିରଜା ଊଚ୍ଚ ବିଦ୍ୟାଳୟ ପ୍ରଭୃତି ପରୀକ୍ଷା କେନ୍ଦ୍ର ଗୁଡିକୁ ପରିଦର୍ଶନ କରି ପରୀକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ସହ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ଦାସ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଳ, ଡିଏସ୍ଆର୍ ପ୍ରଦୀପ ସେଠୀ, ପ୍ରଶାନ୍ତ ପୁହାଣ ପ୍ରମୁଖ ଯାଜପୁର ଓ ବରୀ ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ । ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲାପାଳ ତହସିଲଦାର, ବିଡିଓ, ଡେପୁଟୀ କଲେକ୍ଟର, ଅତିରିକ୍ତ ତହସିଲଦାର, ସହକାରୀ ଜିଲ୍ଲାପାଳ ପ୍ରମୁଖ ୫୧ ଜଣ ପ୍ରଶାସନିକ ଅଧିକାରୀ ଓ ୨ ବୋର୍ଡ ସ୍କ୍ୱାଡ୍ଙ୍କୁ ନିୟୋଜିତ କରିଛନ୍ତି । ଅପରପକ୍ଷରେ ଶୁକ୍ରବାର ଠାରୁ ମୁକ୍ତ ବିଦ୍ୟାଳୟ ପରୀକ୍ଷା ପାଇଁ ୨ଟି କେନ୍ଦ୍ରରେ ୪୬୨ ପିଲା ପରୀକ୍ଷା ଦେଉଥିବା ବେଳେ ଶନିବାର ଠାରୁ ମଧ୍ୟମା ପରୀକ୍ଷା ପାଇଁ ୪ କେନ୍ଦ୍ରରେ ୪୦୧ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲାର ୧୦୪ଟି ପରୀକ୍ଷା କେନ୍ଦ୍ରରେ ୨୩ହଜାର ୧୧୬ ମାଟ୍ରିକ୍ ପରୀକ୍ଷାର୍ଥୀ । ଏଥିରୁ ୨୧ହଜାର ୧୫ଜଣ ରେଗୁଲାର୍ ହୋଇଥିବାବେଳେ ଏକ୍ସ-ରେଗୁଲାର୍ରେ ୫୬୫ଜଣ, ମଧ୍ୟମାରେ ୪୧୮ଜଣ ମଦ୍ରାସାର ୨୩୭ଜଣ ଏବଂ ମୁକ୍ତ ସ୍କୁଲ୍ର ୮୮୧ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ରଖାଯିବା ପାଇଁ ଜିଲ୍ଲାରେ ୯ଟି ନୋଡାଲ୍ ସେଣ୍ଟର କାର୍ଯ୍ୟ କରୁଛି । ସେଥିରୁ କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ମାର୍ଶାଘାଇ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଟକୁରା ଉଚ୍ଚ ବିଦ୍ୟାଳୟ, ମହାକାଳପଡାର କେଆରବାଙ୍କ ପଞ୍ଚାୟତ ହାଇସ୍କୁଲ, ପଟ୍ଟାମୁଣ୍ଡାଇର କଷଣ ଅଣ୍ଟା ପଞ୍ଚାୟତ ହାଇସ୍କୁଲ, ଆଳିର ଆଳି ଉଚ୍ଚ ବିଦ୍ୟାଳୟ, ରାଜକନିକାର ଆର୍.ଏନ୍. ହାଇସ୍କୁଲ, ରାଜନଗର ରାଜନଗର ଉଚ୍ଚ ବିଦ୍ୟାଳୟ ନୋଡାଲ ସେଣ୍ଟର ଭାବେ କାର୍ଯ୍ୟ କରୁଛି । ଜିଲ୍ଲାର ୯ଟି ବ୍ଲକ ସମେତ ଦୁଇଟି ପୈାରାଞ୍ଚଳର ୧୦୪ଟି ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ପାଇଁ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ରାଜକନିକା ବ୍ଲକ୍ରେ ୧୧ଟି ହାଇସ୍କୁଲରେ ମାଟ୍ରିକ ପରୀକ୍ଷାକେନ୍ଦ୍ର କରାଯାଇଥିବାବେଳେ ଆଳି ବ୍ଲକ୍ର ୧୨ଟି, ରାଜନଗର ବ୍ଲକର ୧୪ଟି, ପଟ୍ଟାମୁଣ୍ଡାଇ ବ୍ଲକର ୧୪ଟି, ମହାକାଳପଡା ବ୍ଲକର ୧୦ଟି, ମାର୍ଶାଘାଇ ବ୍ଲକର ୮ଟି, ଗରଦପୁର ବ୍ଲକର ୧୧ଟି, ଡେରାବିଶ ବ୍ଲକର ୧୨ଟି, କେନ୍ଦ୍ରାପଡା ବ୍ଲକ ଓ ପୈାରାଚଂଳର ୧୩ଟି ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା କେନ୍ଦ୍ର କରାଯାଇଛି । ସେହିଭଳି ରାଜନଗର ବ୍ଲକର ଗୋଟିଏ, ପଟ୍ଟାମୁଣ୍ଡାଇ ବ୍ଲକର ଗୋଟିଏ, ମାର୍ଶାଘାଇ ବ୍ଲକର ଗୋଟିଏ ଓ କେନ୍ଦ୍ରାପଡା ପୈାରାଞ୍ଚଳର ଗୋଟିଏ ଉଚ୍ଚ ବିଦ୍ୟାଳୟରେ ଦ୍ୱତୀୟ ସିଟିଙ୍ଗରେ ମଧ୍ୟମା ଓ ମଦ୍ରାସା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର କରାଯାଇଛି । ଜିଲ୍ଲାର ୧୦୪ଟି ପରୀକ୍ଷାକେନ୍ଦ୍ର ମଧ୍ୟରୁ ୧୭ଟି ପରୀକ୍ଷା କେନ୍ଦ୍ରକୁ ସମ୍ବେଦନଶୀଳ ଘୋଷଣା କରାଯାଇଛି ।

ସେଆର କରନ୍ତୁ:



Powered by odothemes.com