D-&-W-sachiba-nka-korei-gasta-(2)

ଅଧିକାରୀ କାର୍ଯ୍ୟ ନକଲେ କାର୍ଯ୍ୟାନୁଷ୍ଠାନ

58

ଜଳଯୋଗାଣ ସଚିବଙ୍କ ଜଳ ପ୍ରକଳ୍ପ ତଦାରଖ
ଯାଜପୁର (ଆପ୍ର): ଆସିଲା ଗ୍ରାଷ୍ମଋତୁ । ଅସହ୍ୟ ତାତି ସହ ଜଳ ସମସ୍ୟା ଅଞ୍ଚଳର ଏକ ବଡ଼ ସମସ୍ୟା । ପ୍ରତିବର୍ଷ ଗ୍ରାଷ୍ମ ପ୍ରବାହ ଯୋଗୁ ଲୋକମାନେ ପୋକମାଛି ପରି ଚଟପଟ ହୋଇ ମରିବା ଦେଖିବାକୁ ମିଳୁଥିବା ବେଳେ ଜଳ ପାଇଁ ଆଉଟୁପାଉଟୁ ହେଉଥାନ୍ତି । ଏହା ହେଉଛି କୋରେଇ ବ୍ଲକ୍ର ସମସ୍ୟା । ତେଣୁ ଏହି ବ୍ଲକରେ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ସମୟ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଅଧିନସ୍ଥ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅତିରିକ୍ତ ସଚିବ ବୁଧବାର କୋରାଇ ବ୍ଲକ୍ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମେତ ୪ର୍ଥ ଓ ଚତୁର୍ଦ୍ଦଶ ଅର୍ଥ କମିଶନ ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା ଓ ପାନୀୟ ଜଳଯୋଗାଣ ଯୋଜନାର ସମୀକ୍ଷା କରିଥିଲେ । ସେ ବିଭିନ୍ନ ପଞ୍ଚାୟତ ବୁଲି କାର୍ଯ୍ୟର ତଦାରଖ୍ କରିଛନ୍ତି । ଅତିରିକ୍ତ ସଚିବ ସତ୍ୟ ନାରାୟଣ ଦାସ ଆଜି କୋରେଇ ବ୍ଲକ୍ର ବରୁଣ୍ଡାଇ, ପଛିକୋଟ, କରଦା ଏବଂ ତଣ୍ଡରା ଭଳି ଭୂତଳ ଜଳ ସଙ୍କଟ ଚିହ୍ନଟ ପଞ୍ଚାୟତକୁ ଗସ୍ତ କରି ପଞ୍ଚାୟତର ପାନୀୟ ଜଳ ବ୍ୟବସ୍ଥା ଉପରେ ତଦାରଖ କରିଛନ୍ତି । ବ୍ଲକ୍ର ପାନୀୟ ଜଳଯୋଗାଣ ଯନ୍ତ୍ରୀ-୨ ମିନତୀ ମହାରଣାଙ୍କ ରିପୋର୍ଟ ଅନୁଯାୟୀ ଅଦ୍ୟବଧି କୋରାଇ ବ୍ଲକ୍ରେ ୧୮ ଶହରୁ ଊଦ୍ଧ୍ୱର୍ ନଳକୂପ ଖନନ କରାଯାଇଥିବା ବେଳେ ଆଗାମୀ ଗ୍ରୀଷ୍ମଋତୁକୁ ନଜରରେ ରଖି ଆହୁରି ନଳକୂପର ଆବଶ୍ୟକତା ରହିଥିବାର କହିଥିଲେ । ସମଗ୍ର ବ୍ଲକ୍ରେ ଅନ୍ଧାରୀ ଏବଂ ପଛିକୋଟ ପଞ୍ଚାୟତରେ ଗ୍ରୀଷ୍ମଋତୁରେ ଜଳସଙ୍କଟ ଦେଖା ଦେଉଥିବାରୁ ପ୍ରତିଦିନ ଅନୁନ୍ୟ ୨ଟି ଟ୍ୟାଙ୍କରର ଆବଶ୍ୟକତା ଥିବାର ଜଣାଇଥିଲେ । ଏତଦ୍ବ୍ୟତୀତ ନଳକୂପ ଗୁଡ଼ିକର ମରାମତି ପାଇଁ ୨ଟି ଗାଡିର ଆବଶ୍ୟକତା ଥିବା ବେଳେ ବିଭାଗ ନିକଟରେ କେବଳ ଗୋଟିଏ ମାତ୍ର ଗାଡ଼ି ଥିବାରୁ କାର୍ଯ୍ୟ କରିବାକୁ ଅସୁବିଧା ହେଉଥିବାର ଶ୍ରୀମତୀ ମହାରଣା ପ୍ରକାଶ କରିଥିଲେ । ତେବେ ଏସବୁର ତୁରନ୍ତ ସମାଧାନ କରାଯିବାକୁ ସଚିବ ଶ୍ରୀ ଦାସ୍ କୋରାଇ ବିଡିଓ ହେମନ୍ତ କୁମାର ବିହାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ପରେ ଶ୍ରୀ ଦାସ ବ୍ଲକ୍ର ତଣ୍ଡରା, କରଦା ଓ ବରୁଣ୍ଡାଇ ଠାରେ ଥିବା ଜଳ ପ୍ରକଳ୍ପକୁ ମଧ୍ୟ ବୁଲି ଦେଖିଥିଲେ । ବ୍ଲକ୍ର ଜହ୍ନା, ବଡବିରୁହାଁ ଏବଂ ଖମଣ ପଞ୍ଚାୟତରେ ଜଳ ପ୍ରକଳ୍ପ କାର୍ଯ୍ୟ କରୁନଥିବାର ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଏସବୁର ତୁରନ୍ତ ସମାଧାନ କରିବା ପାଇଁ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ-୧ ସୋମନାଥ ପାଣିଗ୍ରାହୀଙ୍କୁ ସଚିବ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ତେବେ ଗ୍ରୀଷ୍ମଋତୁ ଆରମ୍ଭରୁ କେବଳ ଅଧିକାରୀଙ୍କୁ ତାଗିଦ୍ ଏବଂ ସଚେତନ କରାଯାଇଥିବା ବେଳେ ଏହାର ସମାଧାନ କରାନଗଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଚିବ ଶ୍ରୀ ଦାସ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ତଦାରଖ ଟିମ ମଧ୍ୟ କାର୍ଯ୍ୟ କରୁଛି, କୌଣସି ଗ୍ରାମରେ ଜଳ ପ୍ରକଳ୍ପ କାର୍ଯ୍ୟ କରୁନଥିଲେ କିମ୍ବା ଅଧିକାରୀ କାର୍ଯ୍ୟ କରୁନଥିଲେ ସିଧାସଳଖ ସେମାନଙ୍କ ନିକଟରେ ଅଭିଯୋଗ କରିବାକୁ ସଚିବ ଶ୍ରୀ ଦାସ କହିଛନ୍ତି । ତେବେ ଆଜିର ଏହି ଗସ୍ତରେ ସଚିବ ଶ୍ରୀ ଦାସଙ୍କ ସମେତ ଜଳ ଯୋଗାଣ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅଶୋକ ସେଠୀ, କୋରେଇ ବିଡିଓ ହେମନ୍ତ କୁମାର ବିହାରୀ, ବ୍ଲକ୍ ଜଳଯୋଗାଣ ଯନ୍ତ୍ରୀ ସୋମନାଥ ପାଣିଗ୍ରାହୀ ପ୍ରମୁଖ ସାମିଲ ଥିଲେ ।

ସେଆର କରନ୍ତୁ:



Powered by odothemes.com