CABINET-BRIFING-(2)1

୯୧୨ କୋଟିର ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

103

ଉପକୃତ ହେବେ ୫ ଜିଲ୍ଲାର ୬.୫୬ ଲକ୍ଷ ଲୋକ
ଭୁବନେଶ୍ୱର, ୨୧ା୨(ବୁ୍ୟରୋ): ୫ ଜିଲ୍ଲାରେ ୯୧୨ କୋଟି ଟଙ୍କା ବ୍ୟୟରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ କରାଯିବ । କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାର ୬ ଲକ୍ଷ ୫୬ ହଜାର ଲୋକ ଏହାଦ୍ୱାରା ଉପକୃତ ହେବେ । ଉପରୋକ୍ତ ପ୍ରସ୍ତାବ ସମେତ କ୍ୟାବିନେଟ୍ ଆଜି ୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଲେ ଯେ ୮ ଜିଲ୍ଲାର ୬୯୧ ଗ୍ରାମ ଖଣି ଦ୍ୱାରା ଭୂତଳ ଜଳ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି । ଏସବୁ ଜିଲ୍ଲାଗୁଡିକରେ ରାଜ୍ୟ ସରକାରଙ୍କ ଓଡିଶା ମିନେରାଲ୍ ବିୟରିଂ ଏରିଆ ଡେଭଲପ୍ମେଣ୍ଟ କର୍ପୋରେସନ୍ (ଓଏମ୍ବିଏଡିସି) ଅର୍ଥ ସହାୟତାରେ ଭୂପୃଷ୍ଠ ଜଳକୁ ବିଶୋଧନ କରି ବିଶୁଦ୍ଧ ଜଳ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଯାଜପୁର, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାର ଖଣି ଦ୍ୱାରା ପ୍ରଭାବିତ ଅଞ୍ଚଳ ଓ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ୪ଟି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପକୁ ଗୋଟିଏ ପ୍ୟାକେଜ୍ରେ କାର୍ଯ୍ୟକାରୀ କରିବା ନିମନ୍ତେ ପଦକ୍ଷେପ ନିଆଯାଇଛି । ୨୯୩ ଗ୍ରାମରେ ବସବାସ କରୁଥିବା ୨.୩୪ ଲକ୍ଷ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । କ୍ୟାବିନେଟ୍ ଉପରୋକ୍ତ ପ୍ରକଳ୍ପଗୁଡିକର କାର୍ଯ୍ୟ ସମ୍ପାଦନ ନିମନ୍ତେ ହାଇଦ୍ରାବାଦ୍ର ଏକ ଠିକା ସଂସ୍ଥାକୁ ଦିଆଯାଇଛି । ୫୫୧ କୋଟି ୭୮ ଲକ୍ଷ ଟଙ୍କାରେ ନିର୍ମାଣ ହେଉଥିବା ଏହି ପ୍ରକଳ୍ପ କାର୍ଯ୍ୟ ୨୪ ମାସରେ ସରିବ । ସେହିଭଳି କଟକ ଜିଲ୍ଲାର ନରସିଂହପୁର ଓ ବଡମ୍ବା ବ୍ଲକ୍ ଏବଂ ଜଗତସିଂହପୁର ଜିଲ୍ଲାର ବାଲିକୁଦା, ଏରସମା ଓ ନାଉଗାଁ ବ୍ଲକ୍ରେ କିଛି ଅଞ୍ଚଳ ଭୂତଳ ଜଳର ମାନ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଚତୁର୍ଥ ରାଜ୍ୟ ଅର୍ଥ କମିଶନଙ୍କ ଅନୁଦାନ ୨୭୨ କୋଟି ୫୬ ଲକ୍ଷ ଓ ବସୁଧା ଯୋଜନାରେ ୮୮ କୋଟି ୪ ଲକ୍ଷ ଟଙ୍କାକୁ ମିଶାଇ ୩୬୦ କୋଟି ୬୦ ଲକ୍ଷରେ ଏହି ଜିଲ୍ଲାରେ ୨ଟି ଗ୍ରାମୀଣ ପାଇପ୍ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ୪୭୩ ଗ୍ରାମର ୪.୨୨ ଲକ୍ଷ ଲୋକ ଉପକୃତ ହେବେ । ଏଲ୍ଆଣ୍ଡଟିକୁ ଏହି କାର୍ଯ୍ୟର ଠିକା ପ୍ରଦାନ କରାଯାଇଛି ଓ ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ସେହିଭଳି କ୍ୟାବିନେଟ୍ର ଅନ୍ୟାନ୍ୟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ସଚିବ କହିଥିଲେ ଯେ ରାଜ୍ୟ ଖଣି ନିଗମ (ଓଏମ୍ସି) ପକ୍ଷରୁ ଶିଳ୍ପ ସଂସ୍ଥାଗୁଡିକୁ ଲୁହାପଥର ଓ କ୍ରୋମାଇଟ୍ ସମେତ ଅନ୍ୟାନ୍ୟ ଖଣି ପଦାର୍ଥ ଦୀର୍ଘମିଆଦୀ ସଂଯୋଗ ଭିତ୍ତିରେ ଯୋଗାଇବା ପାଇଁ ସରକାର ୨୦୧୪ରେ ନୀତି ପ୍ରଣୟନ କରିଛନ୍ତି । ପରବର୍ତ୍ତୀ ସମୟରେ ୨୦୧୫ ଓ ୨୦୧୬ରେ ଏହାର ସଂଶୋଧନ କରାଯାଇ ଲୁହାପଥର ଓ କ୍ରୋମାଇଟ୍ ପଥର ପାଇଁ ସଂଶୋଧନ କରାଯାଇଥିଲା । ତେବେ ବକ୍ସାଇଟ୍ ପାଇଁ ଆଜିର କ୍ୟାବିନେଟ୍ ଦୀର୍ଘମିଆଦୀ ସଂଯୋଗ ନୀତିର ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଉପଲବ୍ଧ ବକ୍ସାଇଟ୍ ମଧ୍ୟରୁ ୭୦% ଦୀର୍ଘମିଆଦୀ ସୂତ୍ରରେ ସଂଯୋଗ ଦିଆଯିବ । ଅବଶିଷ୍ଟ ୩୦% ଜାତୀୟ ଇ-ନିଲାମ ମାଧ୍ୟମରେ ବିକ୍ରୟ କରାଯିବ । ତେବେ ଜାତୀୟ ଇ-ନିଲାମରେ ଧାର୍ଯ୍ୟ ହୋଇଥିବା ହାରାହାରି ମୂଲ୍ୟକୁ ଦୀର୍ଘମିଆଦୀ ସଂଯୋଗ ମୂଲ୍ୟଭାବେ ଗ୍ରହଣ କରାଯିବ । ଉତ୍ପାଦିତ ମୂଲ୍ୟ ଏବଂ ଲାଭାଂଶର ୫୦% ମିଶି ଜାତୀୟ ଇ-ନିଲାମ ନିମନ୍ତେ ମୂଳ ମୂଲ୍ୟ ସ୍ଥିରୀକୃତ ହେବ । ରାଜ୍ୟରେ ୧୯୬୮.୮୬୨ ନିୟୁତ ଟନ୍ ବକ୍ସାଇଟ୍ ମହଜୁଦ୍ ଅଛି । ମାତ୍ର ବର୍ଷକୁ ୯.୨ ନିୟୁତ ଟନ୍ ବକ୍ସାଇଟ୍ ଉତ୍ପାଦିତ ହେଉଛି । ଅଧିକ ବ୍ଲକ୍ ଚାଲୁ କରି ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଖଣିଜଭିତ୍ତିକ ଶିଳ୍ପ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛନ୍ତି । ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ବାହାର ସଂସ୍ଥା ଦ୍ୱାରା ଅଧିକରୁ ଅଧିକ ବକ୍ସାଇଟ୍ ବ୍ଲକ୍ ଅନ୍ୱେଷଣ କରାଯିବ । ସରକାର ଓ ବେଦାନ୍ତ କମ୍ପାନୀ




Powered by odothemes.com