mahanadi-4

ଟ୍ରିବୁ୍ୟନାଲକୁ କ୍ୟାବିନେଟ୍ ମଞ୍ଜୁରୀ

60

ମହାନଦୀ ଜଳ ବିବାଦ
ନୂଆଦିଲ୍ଲୀ, ୨୦ା୨: ଓଡ଼ିଶା-ଛତିଶଗଡ ମଧ୍ୟରେ ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ଆଶା ସଞ୍ଚାର ହୋଇଛି । ଖୁବ୍ ଶୀଘ୍ର ଗଠନ ହେବାକୁ ଯାଉଛି ଟ୍ରିବୁ୍ୟନାଲ । ଆଜି ଟ୍ରିବୁ୍ୟନାଲ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ଓଡ଼ିଶାର ଅନୁରୋଧ କ୍ରମେ ଆନ୍ତଃରାଜ୍ୟ ନଦୀ ବିବାଦ ଆଇନ-୧୯୫୬ ଅନୁଯାୟୀ ଟ୍ରିବୁ୍ୟନାଲ ଗଠନ କରାଯିବ । ଆବଶ୍ୟକ ପଡିଲେ ଟ୍ରିବୁ୍ୟନାଲର କାର୍ଯ୍ୟକାଳ ଆଉ ୩ବର୍ଷ ବଢ଼ିବ । ଏଥିରେ ଜଣେ ଅଧ୍ୟକ୍ଷ ଏବଂ ଦୁଇଜଣ ସଦସ୍ୟ ରହିବେ । ସମସ୍ତଙ୍କୁ ସୁପ୍ରିମକୋର୍ଟ ବାଛିବେ । ମହାନଦୀ ଅବବାହିକାରେ ଅବସ୍ଥିତ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାପକ ଅନୁଯାୟୀ ଜଳ ବଣ୍ଟନ ପାଇଁ ଟ୍ରିବୁ୍ୟନାଲ ଆବଶ୍ୟକ ବ୍ୟବସ୍ଥା କରିବ । ମହନଦୀରେ ପ୍ରବାହିତ ହେଉଥିବା ଜଳ ପରିମାଣ, କେଉଁ ରାଜ୍ୟରୁ କେତେ ପରିମାଣର ଜଳ ମହାନଦୀକୁ ଆସୁଛି, ବର୍ତ୍ତମାନ ଓ ଭବିଷ୍ୟତରେ ଉଭୟ ରାଜ୍ୟ ପାଇଁ କେତେ ଜଳ ଆବଶ୍ୟକ ସେହି ଅନୁଯାୟୀ ଜଳବଣ୍ଟନ କରାଯିବ । ଉଭୟ ରାଜ୍ୟର ସ୍ୱାର୍ଥକୁ ବିଚାର କରି ତିନିବର୍ଷ ମଧ୍ୟରେ ଟ୍ରିବୁ୍ୟନାଲ ରିପୋର୍ଟ ସହିତ ନିଷ୍ପତ୍ତି ଶୁଣାଇବ । ଏହା ଫଳରେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ଅବସାନ ଘଟିବ ବୋଲି ଆଶା କରାଯାଉଛି । ସୂଚନା ଥାଉକି, ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ଏକାଧିକ ଜଳଭଣ୍ଡାର ନିର୍ମାଣ କରିଥିବାରୁ ଓଡ଼ିଶା ମହାନଦୀରୁ ଜଳ ପାଇବାରୁ ବଞ୍ଚିତ ହୋଇଛି । ଯାହା ଫଳରେ ସମସ୍ୟା ସୃଷ୍ଟି ହୋଇଥିଲା । ଯେହେତୁ ଓଡ଼ିଶାର ଜୀବନରେଖା ହେଉଛି ମହାନଦୀ ତେଣୁ ଛତିଶଗଡର ଏହି ବେଆଇନ୍ ନିର୍ମାଣ ପ୍ରକଳ୍ପକୁ ବନ୍ଦ କରିବାକୁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିଲା । ଏହାର ସମାଧାନ ପାଇଁ ଟ୍ରିବୁ୍ୟନାଲ ଗଠନ କରିବାକୁ ଓଡ଼ିଶା ସରକାର ଦାବି କରିଥିଲେ । ଟ୍ରିବୁ୍ୟନାଲ ଗଠନ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିଦେ୍ର୍ଦଶ ମଧ୍ୟ ଦେଇଥିଲେ । ତେବେ ଏହି ଟ୍ରିବୁ୍ୟନାଲ ଗଠନ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com