naveen

ବିଜେପୁରରେ ଆଜି ନବୀନଙ୍କ ସଭା, ରୋଡ୍ ଶୋ’

106

ବିଜେପୁର, ୧୯ା୨ (ଆପ୍ର): ବିଜେପୁର ନିର୍ବାଚନକୁ ଚାରିଦିନ ବାକି ରହିଛି । ବିଜେଡିକୁ ଛାଡ଼ି ବିଜେପି ଓ କଂଗ୍ରେସର ରାଜ୍ୟସ୍ତରୀୟ ଟାଣୁଆ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ସାରିଛନ୍ତି । ବିଜେଡିର ମୁଖ୍ୟ ଆକର୍ଷଣ ତଥା ଦଳର ସର୍ବଶ୍ରେଷ୍ଠ ପୁଞ୍ଜି ବୋଲି ବିବେଚନା କରାଯାଉଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପର୍ଯ୍ୟନ୍ତ ପ୍ରଚାର କରିନାହାନ୍ତି । ୨୦ ଓ ୨୧ରେ ଦୁଇଦିନ ଧରି ସେ ଲଗାତାର ପ୍ରଚାର କରିବେ । ୨୦ ତାରିଖ ଦିନ ବରପାଲି ବ୍ଲକ୍ରେ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେବା ସହ ଏକ ରୋଡ଼୍ ଶୋ’ କରିବେ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବରପାଲିରେ ପୂର୍ବାହ୍ନ ସାଢ଼େ ୧୧ଟାରେ ପହଞ୍ଚôବେ । ସେଠାରେ ପହଞ୍ଚôଲା ପରେ ବରପାଲି ଛକ ନିକଟରେ ସାଧାରଣ ଲୋକଙ୍କୁ ଉଦ୍ବୋଧନ ଦେବେ । ପ୍ରାୟ ୧୫ ହଜାରରୁ ୨୦ ହଜାର ଲୋକଙ୍କର ଜନସମାଗମ ପାଇଁ ବିଜେଡି ପକ୍ଷରୁ ଯୋଜନା କରାଯାଇଛି । ଏହାପରେ ଶ୍ରୀ ପଟ୍ଟନାୟକ ମଧ୍ୟାହ୍ନ ଭୋଜନ କଲାପରେ ରୋଡ଼୍ ଶୋ’ରେ ବାହାରିବେ । ବରପାଲିରୁ ରେମ୍ଟା ଦେଇ ରାସ୍ତାରେ କୁମ୍ଭାରୀ ପର୍ଯ୍ୟନ୍ତ ଯିବେ । ରାସ୍ତାପାଶ୍ୱର୍ରେ ଥିବା ଲୋକମାନଙ୍କୁ ସେ ଉଦ୍ବୋଧନ ଦେବେ । ଏହାପରେ ଅଗଲପୁର ଓ ରକ୍ସି ପଞ୍ଚାୟତ ଯାଇ ପ୍ରଚାର କରିବେ । ୨୦ ତାରିଖରେ ବରଗଡ଼ ସର୍କିଟ୍ ହାଉସ୍ରେ ରାତ୍ରିଯାପନ କରିବେ । ୨୧ ତାରିଖ ଦିନ ଗାଇସିଲେଟ୍ ବ୍ଲକ୍ର କଲାଙ୍ଗପାଲିଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ । ଏହାପରେ ଅପରାହ୍ଣରେ ସେ ବିଜେପୁର ହାଇସ୍କୁଲ ପଡ଼ିଆରେ ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନରେ ବିଜେପି ଓ କଂଗ୍ରେସର ହେଭିୱେଟ୍ ନେତାମାନେ ପ୍ରଚାର କାର୍ଯ୍ୟ କରିସାରିଲେଣି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍ ଓରାମ୍, ସନ୍ତୋଷ ଗଙ୍ଗୱାର୍ ପ୍ରମୁଖ ପ୍ରଚାର ସାରିଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ଜୟଦେବ ଜେନା, କିଶୋର ପଟେଲ୍ ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ପଟ୍ଟନାୟକ ଶେଷ ଦୁଇଦିନ ଲାଗି ପ୍ରଚାର କରିବାକୁ ଯାଉଛନ୍ତି ।

ସେଆର କରନ୍ତୁ:



Powered by odothemes.com