Matric-Result-2014-bseodisha.nic_

ଅନ୍ଲାଇନ୍ ଇନ୍ଫର୍ମେସନ ଟ୍ରାନ୍ସଫର ଯୋଜନା

86

ମାଟ୍ରିକ ପରୀକ୍ଷାରେ ତି୍ରସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର/କଟକ (ବୁ୍ୟରୋ): ଆସନ୍ତା ୨୩ରୁ ରାଜ୍ୟରେ ମାଟ୍ର୍ରିକ ପରୀକ୍ଷା ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ୬,୦୮,୦୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ କିଭଳି ସୁଚାରୁ ରୂପେ ପରିଚାଳନା କରାଯିବ ସେନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ସଚିବାଳୟରେ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପରୀକ୍ଷା ପରିଚାଳନାକୁ ନେଇ କର୍ତ୍ତୃପକ୍ଷ ସମ୍ପୁର୍ଣ୍ଣ ପ୍ରସ୍ତୁତ ଥିବା ବୋର୍ଡର ସଭାପତି ଜାହାନ ଆରା ବେଗମ କହିଥିଲେ । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ ହେଉଛି ଯେ, ଆସନ୍ତା ୨୪ ରେ ବିଜେପୁର ଉପ-ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହା ଯେପରି ପରୀକ୍ଷା ଉପରେ ପ୍ରଭାବ ନପକାଇବ ସେଥିପ୍ରତି ଗୁରୁତ୍ୱ ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ଏଥର ପରୀକ୍ଷା ସମ୍ପର୍କିତ ଟିକିନିଖି ତଥ୍ୟ ଖୁବ୍ କମ୍ ସମୟ ମଧ୍ୟରେ ବୋର୍ଡ ନିକଟରେ ପହଞ୍ଚôବା ଲାଗି ଅନ୍ଲାଇନ ଇନଫର୍ମେସନ ଟ୍ରାନ୍ସଫର ଯୋଜନା ଲାଗୁ କରାଯାଉଛି ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଂଜନ ମହନ୍ତି ସୁଚନା ଦେଇଛନ୍ତି । ସଚିବାଳୟରେ ଅନୁଷ୍ଠିତ ବୈଠକ ପରେ ବୋର୍ଡ ଅଧ୍ୟକ୍ଷା ଜାହାନଆରା ବେଗମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ପରୀକ୍ଷା ପାଇଁ ରାଜ୍ୟରେ ୨୮୧୮ ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯାଇଛି । ଅନୁଗୁଳ ଜିଲ୍ଲାର ଦୁଇଟି କାରାଗାର ମଧ୍ୟରେ ଦୁଇଟି ସବ୍-ସେଣ୍ଟର ଖୋଲାଯିବ । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ଲାଗି ଜିଲ୍ଲା ଗୁଡିକରେ ୩୦୨ ନୋଡାଲ ସେଣ୍ଟର ଖୋଲାଯାଇଛି । ମାଓ ଅଧୁ୍ୟଷିତ ଜିଲ୍ଲା ଗୁଡିକରେ ଅଧିକ ସୁରକ୍ଷା ଲାଗି ୨୩ଟି ଥାନାକୁ ନୋଡାଲ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି । ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସମସ୍ତ ନୋଡାଲ ସେଣ୍ଟରକୁ କଡା ସୁରକ୍ଷାରେ ନିଆଯିବ । ଆଡ୍ମିଟ୍ କାର୍ଡକୁ ବୋର୍ଡ ପକ୍ଷରୁ ୱେବ୍ସାଇଟ୍ରେ ଅପଲୋଡ୍ କରାଯାଇଛି । ପ୍ରତ୍ୟେକ ସ୍କୁଲ କର୍ତ୍ତୃପକ୍ଷ ହାର୍ଡ କପି ବାହାର କରି ଛାତ୍ରଛାତ୍ରୀମାନଙ୍କୁ ଯୋଗାଇଦେବା ଲାଗି ନିଦେ୍ର୍ଦଶ ଦିଆଯାଇଛି । ପ୍ରତ୍ୟେକ ସେଣ୍ଟରକୁ ପରୀକ୍ଷା ସମ୍ପର୍କୀତ ଗାଇଡ ଲାଇନ ପ୍ରଦାନ କରାଯାଇଛି । ପ୍ରଶ୍ନପତ୍ରକୁ ୨୪ ଘଣ୍ଟିଆ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ରଖାଯିବ । କପି ରୋକିବା ଲାଗି ପ୍ରତ୍ୟେକ ଜିଲ୍ଲାରେ ୫୮ ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ସେହିଭଳି ବୋର୍ଡ ପକ୍ଷରୁ ୩୭ ଟି ସ୍ୱତନ୍ତ୍ର ଫ୍ଲାଇଂ ସ୍କାର୍ଡ ଗଠନ କରାଯାଇଛି । ଜୋନ ସ୍ତରରେ ପରୀକ୍ଷା ତଦାରଖ କରିବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଏହା ବ୍ୟତିତ ଜିଲ୍ଲା ସ୍ତରରେ ତଦାରଖ ଲାଗି ତହସିଲଦାର ଏବଂ ବିଡିଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରିବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶନାମା ଜାରି କରାଯାଇଛି । ପରୀକ୍ଷା ପରେ ଇ-ମୂଲ୍ୟାୟନ ଲାଗି ୫୭ ଟି ସ୍କୁଲକୁ ଇ-ଭ୍ୟାଲୁଏସନ ସେଣ୍ଟର ଭାବେ ଚିହ୍ନଟ କରାଯାଇଛି । ଏହି ସମସ୍ତ ସେଣ୍ଟରରେ ମାର୍ଚ୍ଚ ୨୦ରୁ ଏପ୍ରିଲ ୨ ମଧ୍ୟରେ ଇ-ଭ୍ୟାଲୁଏସନ ପ୍ରକ୍ରିୟା ଶେଷ କରାଯିବ । ଚଳିତ ବର୍ଷ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସହାୟତାରେ ସବ୍ଜେଟିଭ୍ ମାର୍କ ଗୁଡିକୁ ଟ୍ରାନ୍ସଫର କରାଯିବ ବୋଲି ବୋର୍ଡ ଅଧ୍ୟକ୍ଷା କହିଛନ୍ତି ।
କଟକସ୍ଥିତ ବୋର୍ଡ ଅଫିସରେ ଅନ୍ଲାଇନ ଇନଫର୍ମେସନ ଟ୍ରାନ୍ସଫର ଯୋଜନା ସମ୍ପର୍କରେ ସୂଚନା ଦେଇ ନିୟନ୍ତ୍ରକ ଡ. ମହାନ୍ତି କହିଛନ୍ତି, ପରୀକ୍ଷା ସରିବାର ଅଳ୍ପ ସମୟ ମଧ୍ୟରେ ବୋର୍ଡର୍ କଣ୍ଟ୍ରୋଲରୁମରେ ପହଞ୍ଚôବ । ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା, ମାଲ୍ପ୍ରାକ୍ଟିସରେ ଧରାପଡ଼ିଥିବା ପିଲାଙ୍କ ସଂଖ୍ୟା, ପରୀକ୍ଷା ପରିଚାଳନାରେ ସମ୍ପୃକ୍ତ ଶିକ୍ଷକଙ୍କ ସୂଚନା, ବିଷୟ ବଦଳାଇଥିବା ପରୀକ୍ଷାର୍ଥୀଙ୍କ ନାମ ଓ ସଂଖ୍ୟା ଇତ୍ୟାଦି ଅଳ୍ପ ସମୟ ମଧ୍ୟରେ ବୋର୍ଡକୁ ଆସିପାରିବ । ଯେଉଁ ପରୀକ୍ଷା କେନ୍ଦ୍ରରେ କମ୍ପୁଟର ଅଥବା ବିଦୁ୍ୟତ ବ୍ୟବସ୍ଥା ନଥିବ ସେଠାରେ ଆଣ୍ଡ୍ରଏଡ୍ ମୋବାଇଲ ମାଧ୍ୟମରେ କେନ୍ଦ୍ରର ମୁଖ୍ୟ ସମସ୍ତ ସୂଚନା ପ୍ରେରଣ କରିପାରିବେ । ଏଥିପାଇଁ ବୋର୍ଡ ୱେବସାଇଟ୍ ଙ୍ଗଙ୍ଗଙ୍ଗ.ଭଗ୍ଦରକ୍ଟୟସଗ୍ଦଷବ.ବମ.ସଦ୍ଭ ରେ ଲଗଇନ୍ କରି ଲିଙ୍କ୍ ଫଲୋ କରିବାକୁ ହେବ । ଏହି ଲିଙ୍କ ସହିତ ୩୦ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଯେଡ୍ଡାଯାଇଛି । ଅପରାହ୍ନ ୩ଟା ପୂର୍ବରୁ ଏହି ଲିଙ୍କରେ ସୂଚନା ପ୍ରଦାନ କରିବାକୁ ହେବ । ଏହାଦ୍ୱାରା ପରୀକ୍ଷା ଫଳ ପ୍ରକାଶନ ଆହୁରି ସହଜ ହୋଇପାରିବ ।

ସେଆର କରନ୍ତୁ:



Powered by odothemes.com