20180219_122946

ଅନ୍ତେବାସୀଙ୍କୁ ସିଆଇଏସ୍ଏଫ୍ଙ୍କ ଆକ୍ରମଣ ପ୍ରତିବାଦରେ ରାସ୍ତାରୋକ

60

ଯାଜପୁର/ଡୁବୁରି, (ଆପ୍ର): କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥିତ ଟାଟା ଷ୍ଟିଲ୍ କାରଖାନାର ସୁରକ୍ଷା ଦାୟିତ୍ୱରେ ଥିବା କେନ୍ଦ୍ରୀୟ ସୁରକ୍ଷା ବାହିନୀ (ସିଆଇଏସ୍ଏଫ୍)ରବିବାର ରାତି ୧୧ଘଟିକା ପରେ ଗୋବରଘାଟୀ ସରକାରୀ ଆବାସିକ ବିଦ୍ୟାଳୟରେ ପଶି ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ସହିତ ଶିକ୍ଷକଙ୍କୁ ମଧ୍ୟ ମାଡ ମାରିଥିବା କଳିଙ୍ଗନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ବିବରଣୀରୁ ପ୍ରକାଶ, କଳିଙ୍ଗନଗର ଟାଟା ଷ୍ଟିଲ୍ କାରଖାନାର ପାଚେରୀକୁ ଲାଗି ଆବାସିକ ବିଦ୍ୟାଳୟଟି ଅବସ୍ଥିତ । ବିଦ୍ୟାଳୟରେ ୪ର୍ଥ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ଛାତ୍ରନିବାସରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀ ଅଧ୍ୟୟନ କରନ୍ତି । ତେବେ ରବିବାର ରାତିରେ ଭୋଜନ ପରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶୋଇବାର କିଛି ସମୟ ପରେ ସିଆଇଏସ୍ଏଫ୍ର ପ୍ରାୟ ୨୦ରୁ ଊଦ୍ଧ୍ୱର୍ ଜବାନ ହାତରେ ଲାଠି ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଛାତ୍ରାବାସରେ ପ୍ରବେଶ କରିଥିଲେ । କୌଣସି କଥାବାର୍ତ୍ତା ବା ପଚରାଉଚୁରା ନ କରି ନିସ୍ତୁକ ମାଡମାରିଥିଲେ । ଛାତ୍ରମାନେ ଅସହ୍ୟ ଚିତ୍କାର କରିବାର ଶୁଣି ଶିକ୍ଷକଙ୍କ ନିଦ ଭାଙ୍ଗିଥିଲା । ଜଣେ ଶିକ୍ଷକ ଘଟଣାସ୍ଥଳକୁ ଯାଇ ଛାତ୍ରଙ୍କୁ ନିର୍ଧୁମ ମାଡ ମାରୁଥିବା ଦେଖି ବିରୋଧ କରିବା ସହ ଆମକୁ ନଜଣାଇ କାହିଁକି ଆପଣମାନେ ମାଡ ମାରୁଛନ୍ତି ବୋଲି ପ୍ରତିବାଦ କରିଥିଲେ । ସିଆଇଏସ୍ଏଫ୍ର କର୍ମଚାରୀ ଶିକ୍ଷକଙ୍କ କଥାକୁ ଶୁଣି ନଥିଲେ । ପ୍ରତିବାଦରେ ତାଙ୍କୁ ମଧ୍ୟ ନିସ୍ତୁକ ମାଡ ମାରି ଖଣ୍ଡିଆଖାବରା କରି ଦେଇଥିଲେ । ଦୀର୍ଘ ୧ଘଣ୍ଟା କାଳ ସିଆଇଏସ୍ଏଫ୍ କର୍ମଚାରୀଙ୍କ ଆକ୍ରମଣ ଚାଲିଥିଲା । ତେବେ ଆକ୍ରମଣରେ ୩୩ଜଣ ଛାତ୍ର ୧ଜଣ ଶିକ୍ଷକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଦିବ୍ୟାଙ୍ଗ ଛାତ୍ର ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି । କୌଣସି ସୂତ୍ରରୁ ଖବରପାଇ କଳିଙ୍ଗନଗର ଥାନା ପୁଲିସ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ର ଓ ଶିକ୍ଷକଙ୍କୁ ଉଦ୍ଧାର କରିବା ସହିତ ପ୍ରାଥମିକ ଚିକିସôା ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଘଟଣା ପ୍ରଚାର ହେବା ପରେ ସମସ୍ତ ଛାତ୍ର, ସ୍ଥାନୀୟ ଜନସାଧାରଣ, ଅବିଭାବକ ଜାଣିବା ବିଦ୍ୟାଳୟରେ ପହଞ୍ଚିି ସିଆଏସ୍ଏଫ୍ର ଦୌରାତ୍ମ୍ୟକୁ ନିନ୍ଦା କରିବା ସହ ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅଡି ବସିଥିଲେ । ଏନେଇ ଚଣ୍ଡିଖୋଲ-ଡୁବୁରି ୫୩ନଂ ଜାତୀୟ ରାଜପଥର ଗୋବରଘାଟୀ ଛକ ଠାରେ ରାସ୍ତା ଅବରୋଧ କରିବା ସହିତ ଟାଟା ଷ୍ଟିଲ୍ ମୁଖ୍ୟ ଫାଟକକୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ । ଘଟଣାସ୍ଥଳରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରାଜକିଶୋର ଦୋରା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅବ୍ଦୁଲ ଅଲିମ ଖାଁ, ସୁକିନ୍ଦା ତହସିଲଦାର ନବକୃଷ୍ଣ ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦନା ସେଠୀ ପ୍ରମୁଖଙ୍କ ସମେତ ବହୁ ସରକାରୀ ଉଚ୍ଚପଦସ୍ଥ କର୍ମଚାରୀ, ବିଭିନ୍ନ ଥାନାର ଅଧିକାରୀ ଉପସ୍ଥିତ ରହି ଯେପରି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ତୀକ୍ଷ୍ଣ ନଜର ରଖିଥିଲେ । ଦୀର୍ଘ ସମୟଧରି ଆନେ୍ଦାଳନ ଚାଲୁରହିବା ସହ ଉତ୍ତେଜନା ଦେଖାଦେଇଥିଲା । ଏପରିକିି ଟାଟାଷ୍ଟିଲ୍ ମୁଖ୍ୟ ଫାଟକ ସମ୍ମୁଖରେ ଭଙ୍ଗାରୁଜା, ପୋଡାଜଳା ସହିତ କାରଖାନାକୁ ଧଷେଇ ପଶିବା ଉଦ୍ୟମ କରିବା ସମୟରେ ପୁଲିସ୍ ଓ ଆନେ୍ଦାଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସିଆଇଏସ୍ଏଫ୍ ର ଏଭଳୀ ବର୍ବରତା କାଣ୍ଡକୁ ବିରୋଧ କରି ସ୍ଥାନୀୟ ଅଂଚଳର କିଛି ସଂଗଠନ, ପୂର୍ବାଞ୍ଚଳ ଛାତ୍ର ସଂଘ ସୁକିନ୍ଦା କଲେଜର ଛାତ୍ରଗଣ ବିଭିନ୍ନ ସ୍ଲୋଗାନ ଦେଇ ଆନେ୍ଦାଳନ ସ୍ଥଳରେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନ, ପୁଲିସ୍, ଅବିଭାବକ ଓ ସ୍ଥାନୀୟ ଜନପ୍ରତିନିଧି ସହ ଘଟଣାର ସମାଧାନ ପାଇଁ ବାରମ୍ବାର ଆଲୋଚନା କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଆନେ୍ଦାଳନରେ କଳିଙ୍ଗନଗର ଶ୍ରମିକ ସଂଘର ସଭାପତି ଶୁରେଶ ହାଇବ୍ରୁ, ଗୋବରଘାଟୀ ସରପଞ୍ଚ ସ୍ୱର୍ଣ୍ଣଲତା ବାନରା, ସମିତିସଭ୍ୟା ଝରଣା ମହାନ୍ତ, ବିସ୍ଥାପନ ବିରୋଧି ଜନମଞ୍ଚର ସଭାପତି ଅମର ସିଂ ବାନରା, ସଂପାଦକ ରବିନ୍ଦ୍ର ଜାରିକା, ବାବୁଲା ଯାମୁଦା, ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ସାମିଲ ଥିଲେ । ରାସ୍ତାରୋକ ଯୋଗୁ ଉଭୟ ପାଶ୍ୱର୍ରେ ଶହଶହ ଭାରିଯାନ, ଯାତ୍ରୀବାହି ବସ୍, ଠିଆ ହୋଇ ରହିଥିବା ଦେଖିବାକୁ ମିଳିଛି ।




Powered by odothemes.com