DHARANA-STALLA---Odisha-school-college-teachers-&-employees-united-forum-ra-karmakartagana-mantri-nkn-saha-alochana-pare-dharana-pratyahruta-boli-ghosana-karuchanti(3)

ମାର୍ଚ୍ଚ ୯ ପର୍ଯ୍ୟନ୍ତ ସ୍ଥଗିତ

63

ଆନେ୍ଦାଳନରୁ ଓହରିଲେ ଶିକ୍ଷକ
ଭୁବନେଶ୍ୱର, ୧୮ା୨(ବୁ୍ୟରୋ) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ସହ ରବିବାର ରାଜ୍ୟ ସରକାରଙ୍କ ଆଲୋଚନା ପରେ ସେମାନେ ଆନେ୍ଦାଳନରୁ ଓହରିଛନ୍ତି । ଆସନ୍ତା ମାର୍ଚ୍ଚ ୯ତାରିଖ ପର୍ଯ୍ୟନ୍ତ ଆନେ୍ଦାଳନକୁ ସ୍ଥଗିତ ରଖାଯାଇଛି । ସୂଚନାଯୋଗ୍ୟ, ଫେବୃଆରୀ ୭ରୁ ଆନେ୍ଦାଳନ ଜାରି ରଖିଥିବା ମିଳିତ ମଞ୍ଚର ଅହୋରାତ୍ର ଧାରଣା ୧୨ ଦିନରେ ପହଞ୍ଚିଥିବାବେଳେ ରବିବାର ସଚିବାଳୟରେ ଅନୁଷ୍ଠିତ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ତେବେ ଏହି ଆଲୋଚନା ସୌହାଦ୍ଦ୍ୟପୂର୍ଣ୍ଣ ଥିଲା । ଆନେ୍ଦାଳନର ଭବିଷ୍ୟତ ରୂପରେଖ ପାଇଁ ମଞ୍ଚ ପକ୍ଷରୁ ଷ୍ଟିୟରିଂ କମିଟିରେ ଆଲୋଚନା କରାଯାଇଥିଲା । ଷ୍ଟିୟରିଂ କମିଟି ବୈଠକ ପରେ ମଞ୍ଚ ଆନେ୍ଦାଳନରୁ ଓହରିବା ଲାଗି ନିଷ୍ପତ୍ତି ନେଇଥିବା ଆବାହକ ଗୋଲକ ନାୟକ ସୂଚନା ଦେଇଥିଲେ । ସଚିବାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଦ୍ୱିପାକ୍ଷିକ ବୈଠକ ହୋଇଥିଲା । ଶିକ୍ଷକ ମଞ୍ଚର ଆନେ୍ଦାଳନ ଦ୍ୱାଦଶ ଦିନରେ ପହଞ୍ଚିଥିବାବେଳେ ଅହୋରାତ୍ର ଧାରଣାରେ ବସିଥିବା ଶିକ୍ଷକ, ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷାରେ ସହଯୋଗ କରିବା ପାଇଁ ସରକାର ନିବେଦନ ରଖିଥିଲେ । ବିଜେପୁର ଉପ-ନିର୍ବାଚନ ଲାଗି ଆଚରଣ ବିଧି ଲାଗୁ ହୋଇଥିବାରୁ ମାର୍ଚ୍ଚ ୯ତାରିଖ ପରେ ଶିକ୍ଷକଙ୍କ ଦାବି ସମ୍ବଳିତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ରାଜ୍ୟ ସରକାର ଶିକ୍ଷକମାନଙ୍କ ଦାବିକୁ ଯଥା ଶୀଘ୍ର ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଶିକ୍ଷକ ସମାଜ ଏହାକୁ ଗ୍ରହଣ କରି ଆଗାମୀ ମାଟି୍ରକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ସହଯୋଗ କରିବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଯତ୍ନବାନ ହେବାକୁ ଉଭୟ ମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି । ସରକାରଙ୍କ ପ୍ରତିଶ୍ରୁତି ପରେ ମିଳିତ ମଞ୍ଚ ପକ୍ଷରୁ ଷ୍ଟିୟରିଂ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଠାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଥିବା ବିଷୟବସ୍ତୁକୁ ତର୍ଜମା କରିବା ପରେ ଆନେ୍ଦାଳନରୁ ଓହରିବା ଲାଗି ନିଷ୍ପତ୍ତି ହୋଇଛି ବୋଲି ମିଳିତ ମଞ୍ଚର ଆବାହକ ଘୋଷଣା କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com