baitraniroad-RLY-Station

ବୈତରଣୀରୋଡ୍ ଷ୍ଟେସନ୍ ଅବହେଳିତ

64

ଷ୍ଟେସନ୍ ବାହାରେ ଆଲୋକ ନାହିଁ, ଏକ୍ସପ୍ରେସ୍ ରହଣି ଦାବି
କୋରେଇ (ଆପ୍ର): ଯାଜପୁର ଜିଲ୍ଲାର ସର୍ବପ୍ରଥମ ବୈତରଣୀ ରୋଡ୍ ଷ୍ଟେସନ୍ଟି ଅବହେଳିତ ଅବସ୍ଥାରେ ରହିଛି । ତେଣୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି । ଏହାର ସମାଧାନ ପାଇଁ ଅଞ୍ଚଳବାସୀ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଦାବି କରିଥିଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଗତମାସ ଜିଏମ୍ଙ୍କ ପରିଦର୍ଶନ ସମୟରେ ଅଞ୍ଚଳବାସୀଙ୍କ ପକ୍ଷରୁ ୮ଦଫା ଦାବିପତ୍ର ଦିଆଯାଇଥିଲା । ଦାବି ମଧ୍ୟରେ ପ୍ଲାଟଫମର୍୍ର ଉଚ୍ଚତା ବଢ଼ାଇବା, ଧଉଳି ଓ ନିଳାଚଳ ଏକ୍ସପ୍ରେସ୍ର ରହଣି, ପ୍ଲାଟଫର୍ମ୍ ଓ ଷ୍ଟେସନ୍ ବାହାରର ଆଲୋକ ବ୍ୟବସ୍ଥା, ଫୁଟ୍ ଓଭରବ୍ରିଜ୍କୁ ପୂର୍ବପଟକୁ ବଢ଼ାଇବା, ଟିକଟ ସଂରକ୍ଷଣ ବ୍ୟବସ୍ଥା, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର, ଫ୍ଲାଏ ଓଭରବ୍ରିଜ୍ ଆଦି ସମସ୍ୟା ଅନ୍ତର୍ଭୁକ୍ତ । ଦାବିପତ୍ର ଗ୍ରହଣ କରି ବିଚାର କରିବାକୁ ଜିଏମ୍ ପ୍ରତିଶ୍ରୁତି ଦେଇଥିଲେ । ସାକ୍ଷାତକାର ସମୟରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ହରେକୃଷ୍ଣ ସାହୁ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଭୟ ମହାପାତ୍ର, ବଳାରାମ ମହାନ୍ତି, ହରିହର ସିଂ, ସୁରେନ୍ଦ୍ର ପାଣି, ସୁଧୀର ମହାନ୍ତି, ଗଙ୍ଗାଧର ନାୟକ, ଉଦୟନାଥ ପରିଡା, ବରୁଣ୍ଡେଇ ସରପଞ୍ଚ ସୌଭାଗ୍ୟ ମହାନ୍ତି, ବିଶ୍ୱତୋଷ ସିହ୍ନା, ବାପି ସେନାପତି, ରବିନ୍ଦ୍ର ମଲ୍ଲିକ, ଅନିରୁଦ୍ଧ ଖଣ୍ଡେଇ, ଜିତେନ୍ଦ୍ର ପଣ୍ଡା, ବିମ୍ବାଧର ରାଉତ, ରାଜେନ୍ଦ୍ର ମହାପାତ୍ର, ନିରୋଦ ପତି, ମନୋଜ ମିଶ୍ର, ଲଲିତ ମହାନ୍ତି, ରଘୁନାଥ ବାରିକ, ଦିପ୍ତିରଞ୍ଜନ ପରିଡ଼ା, ନାରାୟଣ ରାଉତ, ମହମ୍ମଦ ଇସ୍ଲାମ୍, ତାରାକୋଟ ସମିତିସଭ୍ୟ ଉମାକାନ୍ତ ବେହେରା, ବିଷ୍ଣୁଚରଣ ଖଣ୍ଡାଇ, ରିଶିକାନ୍ତ ରାୟ, ନୃସିଂହ ନାରାୟଣ ମିଶ୍ର, ଗୌରାଙ୍ଗ ଚରଣ ଜେନା, ଶ୍ରୀକାନ୍ତ ମଲ୍ଲିକ, ରାଧାମୋହନ ବିଶ୍ୱାଳ, ରାଜେନ୍ଦ୍ର ଦାଶ, ସମସ୍ ତବରେଜ୍, ଆସିକ୍ ଖାଁ, ଗୋପବନ୍ଧୁ ଜେନା, ପ୍ରଭାତ ସିଂ, ନିଳମଣି ଜେନା, କାର୍ତ୍ତିକ ଖଣ୍ଡାଇ, ରଘୁନାଥ ଜେନା, ପିତାମ୍ବର ସାହୁ, ବିଶ୍ୱନାଥ ମହାପାତ୍ର, ବଲ୍ଲଭ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । କିନ୍ତୁ ଉକ୍ତ ଷ୍ଟେସନର ଅବସ୍ଥା ପୂର୍ବପରି ଅବହେଳିତ ଅବସ୍ଥାରେ ରହିଛି । ଏଥିପ୍ରତି ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଦୃଷ୍ଟି ଦେବା ସହ ପଦକ୍ଷେପ ନେବାକୁ ଜନସାଧାରଣ ଦାବି କରିଛନ୍ତି ।




Powered by odothemes.com