News-7

କର୍ତ୍ତବ୍ୟରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

104

ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ଚେତାବନୀ
କେନ୍ଦୁଝର,୧୮ ।୨(ଆପ୍ର): ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ନିମନ୍ତେ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଜିଲ୍ଲାପାଳ ଆଶିଷ ଠାକ୍ରେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହ ଜନିତ ଯେପରି କୌଣସି ଜୀବନହାନି ନଘଟିବ ସେଥିପାଇଁ ସମସ୍ତେ ସଜାଗ ହୋଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଶ୍ରୀ ଠାକ୍ରେ ନିଦେ୍ର୍ଦଶ ଦେଇଛନ୍ତି । କର୍ତ୍ତବ୍ୟରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀ/କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗ୍ରୀଷ୍ମପ୍ରବାହର ମୁକାବିଲା କରିବା ନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରିଣ୍ଟ୍ମିଡିଆ ଓ ବୈଦୁ୍ୟତିକ ଗଣମାଧ୍ୟମ ଜରିଆରେ ଏ ସଂପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଗ୍ରୀଷ୍ମଋତୁରେ ଯେମିତି ପାନୀୟ ଜଳର ସମସ୍ୟା ରହିବ ନାହିଁ, ଅଚଳ ନଳକୂପଗୁଡିକର ତୁରନ୍ତ ମରାମତି ଏବଂ ହାଟବଜାର, ବସ୍ ଷ୍ଟାଣ୍ଡ୍, ସ୍କୁଲ୍ ଓ କଲେଜ୍ ତଥା ଜନଗହଳି ସ୍ଥାନମାନଙ୍କରେ ଜଳଛତ୍ର ଖୋଲି ପିଇବା ଉପଯୋଗୀ ପାନୀୟ ଜଳର ବ୍ୟବସ୍ଥା ଉପରେ ଜିଲ୍ଲାପାଳ ଶ୍ରୀ ଠାକ୍ରେ ଗୁରୁତ୍ୱାରୋପ କରି ସଂପୃକ୍ତ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରି ଗ୍ରାମାଞ୍ଚଳ ଓ ସହରାଚଂଳରେ ଜଳକ୍ଳିଷ୍ଟ ଅଞ୍ଚଳରେ ଟ୍ୟାଙ୍କର୍/ସିନ୍ଟେକ୍ସ ଯୋଗେ ପାନୀୟଜଳର ବ୍ୟବସ୍ଥା କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ବିଡିଓ ଓ ମୁ୍ୟନିସିପାଲିଟି/ଏନ୍.ଏ.ସି.ର ନିର୍ବାହୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପାନୀୟଜଳ ଉତ୍ସଗୁଡିକରେ ବିଦୁ୍ୟତ ସଂଯୋଗ ନକାଟିବା ନିମନ୍ତେ ସଂପୃକ୍ତ ବିଭାଗକୁ ନିଦେ୍ର୍ଦଶ ଦେବା ସହିତ ପଂଚାୟତମାନେ ବକେୟା ବିଦୁ୍ୟତ୍ ବିଲ୍ ପୈଠ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ଆବଶ୍ୟକସ୍ଥଳେ ପଂଚାୟତମାନେ କେନ୍ଦି୍ରିୟ ଫାଇନାନ୍ସ୍ କମିଶନ ଏବଂ ରାଜ୍ୟ ଫାଇନାନ୍ସ୍ କିମିଶନଙ୍କଠାରୁ ମିଳୁଥିବା ଅନୁଦାନ ରାଶିରୁ ୩୦% ପାନୀୟ ଜଳ ଯୋଗାଣ ଏବଂ ଏ ସଂପର୍କିତ ମରାମତି ଆଦି କାର୍ଯ୍ୟରେ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ । ଶ୍ରମିକମାନେ କାର୍ଯ୍ୟ କରୁଥିବା ସ୍ଥାନରେ ପାନୀୟଜଳ ଓ ଆଶ୍ରୟସ୍ଥଳର ବନେ୍ଦାବସ୍ତ କରାଯିବା ସହ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ଘ.୩.୩୦ ମି. ମଧ୍ୟରେ ଟାଣ ଖରାରେ କାମ ନକରାଇବାକୁ ଏବଂ କାର୍ଯ୍ୟସ୍ଥଳରେ ପାନୀୟ ଜଳର ବ୍ୟବସ୍ଥା, ଆଶ୍ରୟସ୍ଥଳ ଓ ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖିବା ନିମନ୍ତେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦିଆଯାଇଛି । ଏହି ମର୍ମରେ ଶ୍ରମ ବିଭାଗକୁ ତଦାରଖ ନିମନ୍ତେ ନିଦେ୍ର୍ଦଶ ଦେବା ସହିତ ଜିଲ୍ଲାର ବିଭିନ୍ନ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ପର୍ଯ୍ୟାପ୍ତ ପରିମାଣରେ ଓଆର୍ଏସ୍ ପାଉଡର, ବରଫ, ଅଂଶୁଘାତର ପ୍ରତିକାର ପାଇଁ ଔଷଧପତ୍ର, ଜୀବନ ରକ୍ଷାକାରୀ ଔଷଧ ମହଜୁଦ୍ ରଖିବା, ଆମ୍ବୁଲାନ୍ସ୍ ବ୍ୟବସ୍ଥା ସହ ଜନସାଧାରଣଙ୍କୁ ଗ୍ରୀଷ୍ମପ୍ରବାହ ଓ ଅଂଶୁଘାତର ମୁକାବିଲା ପାଇଁ ସଚେତନତା ସୃଷ୍ଟି କରିବା ଏବଂ କଂଟ୍ରୋଲ୍ ରୁମ୍ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ନେବାକୁ ସି.ଡି.ଏମ୍.ଓ.ଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଡାକ୍ତରଖାନାମାନଙ୍କରେ ଅଂଶୁଘାତରେ ପୀଡିତ ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର କକ୍ଷ ବ୍ୟବସ୍ଥା, ଜିଲ୍ଲା ଚିକିତ୍ସ ।ଳୟ ଓ ଉପଖଣ୍ଡ ଚିକିତ୍ସାଳୟମାନଙ୍କରେ କଂଟ୍ରୋଲ୍ ରୁମ୍ ଖୋଲାଯିବା ସହ ଗ୍ରୀଷ୍ମପ୍ରବାହର ମୁକାବିଲା ସଂପର୍କରେ ସଂପୃକ୍ତ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବାକୁ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗ୍ରୀଷ୍ମପ୍ରବାହ ସମୟରେ ଯାତ୍ରୀବାହୀ ବସ ତଥା ଅନ୍ୟାନ୍ୟ ଯାତ୍ରୀବାହୀ ଗାଡିଗୁଡିକର ଚଳାଚଳ ନିୟନ୍ତ୍ରଣ କରିବା, ଗାଡିଗୁଡିକରେ ପର୍ଯ୍ୟାପ୍ତ ପାନୀୟ ଜଳ, ଓ.ଆର୍.ଏସ୍. ପ୍ୟାକେଟ୍ ରଖିବା ଏବଂ ବସ୍ ରହଣୀ ସ୍ଥାନମାନଙ୍କରେ ବିଶ୍ରାମସ୍ଥଳୀ ଓ ଜଳଛତ୍ର ଖୋଲିବା ପାଇଁ ବିହିତ ପଦକ୍ଷେପ ନେବାକୁ ଆଂଚଳିକ ପରିବହନ ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ସରକାରୀ ଓ ବେସରକାରୀ ସ୍କୁଲ କଲେଜ ତଥା ପବ୍ଲିକ ସ୍କୁଲ ଗୁଡିକର ଶିକ୍ଷାଦାନ ସମୟ ସରକାରଙ୍କର ନିଦେ୍ର୍ଦଶାନାମା ଅନୁଯାୟୀ ନିର୍ଦ୍ଧାରଣ କରିବା ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ଭାବେ ବିଦୁ୍ୟତ ଯୋଗାଣ ବ୍ୟବସ୍ଥା କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ନେସ୍କୋର ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ ପ୍ରସ୍ତୁତି ବୈଠକର ଉଦେ୍ଦଶ୍ୟ ସଂପର୍କର ଆଲୋକପାତ କରିଥିଲେ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିଦେ୍ର୍ଦଶକ (ଅର୍ଥ) ସନ୍ତୋଷ ମହାପାତ୍ର, ଆନନ୍ଦପୁର ଉପଜିଲ୍ଲାପାଳ ନିଦ୍ୟାନନ୍ଦ ବାରିକ,ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ୍ ପଟାୱରୀ, କେନ୍ଦୁଝର ଉପଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ରମିଶ୍ର, ଜିଲ୍ଲା ଆପତକାଳୀନ ବିଭାଗର ଆସିଷ୍ଟାଂଟ୍ କଲେକ୍ଟର ସୁରଞ୍ଜିକା ବେହେରାଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବ୍ଲକର ବିଡିଓ ଓ ପୌରନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com