17-2-2018=2

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନୀତି ଆୟୋଗ ଉପାଧ୍ୟକ୍ଷ

94

ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି
ଭୁବନେଶ୍ୱର, ୧୭ା୨ (ବୁ୍ୟରୋ) : ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ସଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ବିଷୟ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କେବିକେ, ଆଇଏପି ଓ ବିଆରଜିଏଫ୍ ଜିଲ୍ଲାଗୁଡିକ ପାଇଁ କେନ୍ଦ୍ର ସହାୟତା ପୁନଃ ପ୍ରଚଳନ କରିବା, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରିବା, ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ କେନ୍ଦ୍ରର ଅଂଶଧନକୁ ୭୫ ପ୍ରତିଶତରୁ ୯୦ ପ୍ରତିଶତକୁ ବୃଦ୍ଧି ପାଇଁ କେନ୍ଦ୍ରୀୟ ପ୍ରତିଶ୍ରୁତିକୁ ପାଳନ କରାଯିବା, କେନ୍ଦ୍ରୀୟ ଯୋଜନାରେ ବାର୍ଷିକ ଅନୁଦାନ ବିଷୟରେ ଆଗୁଆ ସୂଚନା ଦେବା ଏବଂ ଘୋଷିତ ଅନୁଦାନରେ କୌଣସି ପ୍ରକାର କାଟଛାଣ୍ଟ ନକରିବା, ୩୮ଟି ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ବ୍ଲକ୍ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯେଜାନା ନିୟମାବଳୀକୁ କୋହଳ କରିବା, ରାଜ୍ୟର ୪୩୭୬ଟି ବ୍ୟାଙ୍କ ନଥିବା ଗ୍ରାମ ପଞ୍ଚାୟତରେ ବ୍ୟାଙ୍କ ଖୋଲିବା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ୧୧,୨୦୦ଗାଁରେ ମୋବାଇଲ ନେଟ୍ ୱାର୍କ ସଂପ୍ରସାରଣ ଏବଂ ସବୁ ଗ୍ରାମ ପଞ୍ଚାୟତ ବିଶେଷତଃ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ପଞ୍ଚାୟତମାନଙ୍କରେ ବ୍ରଡବ୍ୟାଙ୍କ କନେକ୍ଟିଭିଟି ଉପଲବ୍ଧ କରାଇବା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଏତଦ୍ବ୍ୟତୀତ ରାଜ୍ୟ ମଧ୍ୟ ଦେଇଯାଇଥିବା ଜାତୀୟ ରଜାପଥର ବିକାଶ ଓ ରକ୍ଷଣାବେକ୍ଷଣ, ରେଳପଥର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା, କୋଇଲା ରୟାଲ୍ଟିର ସଂଶୋଧନ, ଅମୃତସର-କୋଲକାତା ଶିଳ୍ପ କରିଡୋରକୁ ବିଶାଖାପାଟଣା ପର୍ଯ୍ୟନ୍ତ ସଂପ୍ରସାରିତ କରି ଓଡ଼ିଶାକୁ ଏଥିରେ ଅନ୍ତର୍ଭୁକ୍ତ କରିବା ଏବଂ ରାଜ୍ୟ ସରକାରଙ୍କର ମମତା ଯୋଜନା ଅନୁକରଣରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନାରେ ଅଧିକ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ନିୟମାବଳୀକୁ ସଂଶୋଦନ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଏହି ବୈଠକରେ କୃଷି ଉତ୍ପାଦନ କମିଶନର ଗଗନ ବିହାରୀ ଧଳଙ୍କ ସମେତ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଓ ଶାସନ ସଚିବ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।




Powered by odothemes.com