cuttack-re-bibhirna-sarbat-dokanare-cmc-khadya-jogana-pakhyaru-chadhau--(5)

ସର୍ବତ ଦୋକାନ ଉପରେ ସିଏମ୍ସିର ଚଢ଼ଉ

54

କଟକ,୧୬ା୨(ବୁ୍ୟରୋ): ସାଲେପୁର ବ୍ଲକ୍ ରାଇସୁଙ୍ଗଡା ଗ୍ରାମରେ ଥିବା ଏକ ସର୍ବତ ଦୋକାନରୁ ସର୍ବତ ପିଇ ଦେଢ଼ଶହର ଊଦ୍ଧ୍ୱର୍ ଅସୁସ୍ଥ ହେବା ପରେ କଟକ ମହାନଗର ନିଗମର ସଜାଗ ହୋଇଛିି । ସହରରେ ଖୋଲିଥିବା କିଛି ସର୍ବତ ଦୋକାନ ଏବଂ ଜୁସ୍ ଦୋକନକୁ ଯାଇ ସତର୍କତା ପଦକ୍ଷେପ ଗ୍ରହଣ କରିବା ଲାଗି ଶୁକ୍ରବାର ସିଏମ୍ସି ତାଗିଦ୍ । ସର୍ବତ ପାଇଁ ସେମାନେ ବ୍ୟବହାର କରୁଥିବା ପାଣି, ବରଫଗୁଡିକ ପାନୀୟ ଉପଯୋଗୀ କି ନା ସେ ନେଇ ଯାଞ୍ଚ କରାଯିବ । ସେଥିରେ କୌଣସି ବ୍ୟତିକ୍ରମ ଦେଖାଦେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମ୍ସି ସଂପୃକ୍ତ ଦୋକାନୀଙ୍କୁ ଚେତାଇ ଦେଇଛି । ସିଏମ୍ସି ଫୁଡ୍ଇନ୍ସପେକ୍ଟର ପ୍ରଭାକର ପ୍ରଧାନଙ୍କ ନେତୃତ୍ୱରେ ଦୁଇଟି ଟିମ୍ ଏହି ଅଭିଯାନ ଚଳାଇଛି । ସୂଚନାଯୋଗ୍ୟ ଯେ କଟକ ସହରରେ ବଜ୍ରକବାଟି ଏବଂ ବକ୍ସିବଜାର ଅଞ୍ଚଳରେ ହାତଗଣତି ସର୍ବତ ଓ ଫଳରସ ଦୋକାନ ରହିଛି । ସେମାନଙ୍କୁ ଏହି ତାଗିଦ୍ କରାଯିବା ସହ ଖରାଦିନେ ଯେଉଁମାନେ ଅସ୍ଥାୟୀ ସର୍ବତ ଦେକାନ ଖୋଲିବେ ସେମାନଙ୍କୁ ସଚେତନ କରାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣେ ଅଧିକାରୀଙ୍କଠାରୁ ସୂଚନା ମିଳିଛି ।

ସେଆର କରନ୍ତୁ:



Powered by odothemes.com