(L-R)---Rani-(Captain,-Indian-Women's-Hockey-team),-Mr-Naveen-Patnaik-(Hon'ble-Chief-Minister-of-Odisha)-and-Manpreet-Singh-(Captain,-Indian-Men's-Hockey-team).

ପ୍ରାୟୋଜକ ହେଲା ଓଡ଼ିଶା

306

ଭାରତୀୟ ହକି ଦଳର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ, ୧୫ା୨: ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହିଳା-ପୁରୁଷ ହକି ଦଳର ନୂଆ ଜର୍ସି ଉନ୍ମୋଚନ କରିଛନ୍ତି । ଏହି ଅବସରରେ ଭାରତୀୟ ହକି ଦଳର ପ୍ରାୟୋଜକ ଓଡିଶା ହେବ ବୋଲି ସେ ଘୋଷଣା କରିଛନ୍ତି । ରାଜ୍ୟ ସରକାର ହକିର ପ୍ରଚାର ଓ ପ୍ରସାର ପାଇଁ ଭାରତୀୟ ମହିଳା ଓ ପୁରୁଷ ଦଳର ପ୍ରୟୋଜକ ରହିବେ ବୋଲି ସେ କହିଛନ୍ତି । ଆସନ୍ତା ୫ବର୍ଷ ପାଇଁ ଓଡ଼ିଶା ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଡ଼ିଶାକୁ ଏଭଳି ସୁଯୋଗ ମିଳିଥିବାରୁ ହକି ଇଣ୍ଡିଆକୁ ଧନ୍ୟବାଦ ପ୍ରଦାନ କରିଛନ୍ତି ଶ୍ରୀ ପଟ୍ଟନାୟକ । ରାଜ୍ୟ ସରକାର ଓ ହକି ଇଣ୍ଡିଆର ସହଭାଗିତାରେ ଚଳିତବର୍ଷ ଓଡ଼ିଶାରେ ହକି ବିଶ୍ୱ କପ୍ ଆରମ୍ଭ ହେବା ନିଶ୍ଚିତ ଭାବେ ନୂଆ ଅଧ୍ୟାୟ । କୌଣସି ରାଜ୍ୟ ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହୋଇନଥିଲେ । ପ୍ରଥମ ଥର ପାଇଁ ଓଡିଶା ସରକାର ଜାତୀୟ ହକି ଦଳ ପ୍ରାୟୋଜକ ହେବାର ଗୌରବ ହାସଲ କରିଛନ୍ତି । ଓଡ଼ିଶାରେ ହକିର ଖୁବ୍ ଚାହିଦା ରହିଛି । ଏଠାରେ ଶିଶୁ ହକି ବାଡି ଧରି ଚାଲିବା ଶିଖିଥାଏ । ଆଦିବାସୀଙ୍କ ଜୀବନ ସହ ହକି ଅଙ୍ଗାଙ୍ଗୀ ଭାବେ ଜଡିତ । ବିଶେଷ କରି ଓଡ଼ିଶାରୁ ହିଁ ବହୁ ହକି ଖେଳାଳି ଜାତୀୟସ୍ତରକୁ ମନୋନୀତ ହୋଇଛନ୍ତି । ଏହା ରାଷ୍ଟ୍ରକୁ ଓଡ଼ିଶାର ଦାନ କହିଲେ ଅତୁ୍ୟକ୍ତି ହେବ ନାହିଁ । କାରଣ ଦିଲୀପ୍ ତିର୍କୀ, ଇଗ୍ନେସ୍ ତିର୍କୀଙ୍କଠାରୁ ଆରମ୍ଭ କରି ଲାଜରୁସ୍ ବାର୍ଲା, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ୍ ତିର୍କୀ, ନମିତା ଟପ୍ପୋଙ୍କ ଭଳି ଖେଳାଳି ଓଡ଼ିଶାରୁ ହିଁ ସୃଷ୍ଟି । ଯେଉଁମାନେ କି ଭାରତୀୟ ହକିକୁ ଖୁବ୍ ଶୀର୍ଷକୁ ନେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଅବସରରେ ଆନ୍ତର୍ଜାତିକ ହକି ଫେଡେରେସନ୍ ଓ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ର ଅଧ୍ୟକ୍ଷ ନରେନ୍ଦ୍ର ବାତ୍ରା, ପୂର୍ବତନ ଅଲିମ୍ପିଆନ୍ ଦିଲୀପ୍ ତିର୍କୀ, ଧନରାଜ ପିଲ୍ଲେ, ବିରେନ୍ ରସ୍କାନା, ରାଣୀ ରାମପାଲ, ମନପ୍ରୀତ୍ ସିଂ, ମନ୍ତ୍ରୀ, ସାଂସଦ, ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ ।




Powered by odothemes.com