binjharpur-hatyakanda-press-meet-(4)

୭ ଗିରଫ: ପିସ୍ତଲ, ରଡ୍, ବାଇକ୍, ଅଳଙ୍କାର ଜବତ

78

ବିଞ୍ଝାରପୁର ଡବଲ ମର୍ଡର ମାମଲା, ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ମୂଳ କାରଣ
ଯାଜପୁର(ଆପ୍ର): ବିଞ୍ଝାରପୁର ଡବଲ୍ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି । ଦୀର୍ଘ ୬ ଦିନ ଭିତରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୭ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ସେକ ମୁସାରଫଙ୍କ ପୁଅ ସେକ ରଞ୍ଜନ ଓରଫ ରାମୁ, ବିଞ୍ଝାରପୁରର ସେକ୍ ଜୁମାଙ୍କ ପୁଅ ସେକ ସରାଫତ, ଓଲାରପୁରର ବିରେନ୍ଦ୍ର ସାହୁଙ୍କ ପୁଅ ଚନ୍ଦ୍ରକାନ୍ତ ସାହୁ ଓରଫ ବାବୁ, ସୁକିନ୍ଦା ଥାନା ଅନ୍ତର୍ଗତ ଜାମୁପଶିର କେଶବ ଦାସଙ୍କ ପୁଅ ରାଜେନ୍ଦ୍ର ଦାସ ଓରଫ ମାଟିଆ ରାଜୁ, କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଇନ୍ଦୁପୁରର ବସନ୍ତ ସେଠୀଙ୍କ ପୁଅ ପିଣ୍ଟୁ, ଇନ୍ଦୁପୁରର ଇକବାଲ ହୁସେନଙ୍କ ପୁଅ ମୁସ୍ତାକ ହୁସେନ, ଦୋବଣ୍ଡ ଗାଁର ସେକ ମୁସାରଫଙ୍କ ପୁଅ ସେକ ମୁସ୍ତାକ ଓରଫ ମିଟୁ । ଏହି ହତ୍ୟାକାଣ୍ଡରେ ଆଉ ତିନିଜଣ ଜଡ଼ିତ ଥିବାବେଳେ ସେମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପାଣିକୋଇଲିସ୍ଥିତ ପୁଲିସ୍ କାର୍ଯ୍ୟାଳୟରେ ଏସ୍ପି ଚରଣସିଂହ ମୀନାଙ୍କ ଉପସ୍ଥିତିରେ କେନ୍ଦ୍ରାଞ୍ଜଳ ଆଇଜି ସୌମେନ୍ଦ୍ର ପି୍ରୟଦର୍ଶି ଏକ ସମ୍ବାଦିକ ସମ୍ମୀଳନୀରେ ଏହି ସୂଚନା ଦେଇଛନ୍ତି । ଗିରଫବ୍ୟକ୍ତିଙ୍କ ଠାରୁ ଗୋଟିଏ ପିସ୍ତଲ, ଗୋଟିଏ କଟୁରୀ, ଲୁହା ରଡ୍, ସୁନା, ରୂପା ଅଳଙ୍କାର, ୩ ବାଇକ ଓ ଗୋଟିଏ କାର୍ ଜବତ କରାଯାଇଛି । ତେବେ ଏହି ହତ୍ୟାକାଣ୍ଡ ପଛରେ ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତା ମୂଳକାରଣ ବୋଲି ପୁଲିସ୍ କହିଛି । ସୂଚନା ଯେ ଗତ ୯ ତାରିଖ ରାତ୍ର ସାଢ଼େ ୮ଟା ବେଳେ ପ୍ରତୀପୁର ବଜାରର ମା ତାରିଣୀ ସୁନା ଦେକାନୀ (ବିଞ୍ଝାରପୁର ଥାନା ସମଲପୁରର) ଖଗେଶ୍ୱର ରଣା ଓ ତାଙ୍କ କର୍ମର୍ଚାରୀ (କଲ୍ୟାଣପୁରର) ଚୈ÷ତନ୍ୟ ସାହୁଙ୍କୁ ନିର୍ମର୍ମଭାବେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ । ଏ ନେଇ ଏକ ମାମଲା ବିଞ୍ଝାରପୁର ଥାନାରେ କେସ୍ ନଂ ୪୨/୧୮ରେ ରୁଜୁ ହୋଇ ତଦନ୍ତ ଚାଲିଥିଲା । ତେବେ ବିଞ୍ଝାରପୁର ବଜାରରେ ସୁନା ଦୋକନ କରିଥିବା ଓ ନିୟମିତ ଲୁଟେରାମାନଙ୍କ ଠାରୁ ସୁନା ଜିନିଷ କିଣିୁଥିବା ଚନ୍ଦ୍ରକାନ୍ତ ସାହୁ ଓରଫ ବାବୁ ଓରଫ ଚାଚା ତାର ବ୍ୟବସାୟୀକ ପ୍ରତିଦ୍ୱନ୍ଦୀ ଖଗେଶ୍ୱରଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । କେନ୍ଦ୍ରାପଡ଼ା ଦୋବଣ୍ଡ ଗାଁର ସେକ ମୁସ୍ତାକ ଓରଫ ମିଟୁ ଯେକି ପୂର୍ବରୁ ତାଙ୍କୁ ଚୋରି ସୁନା ଦିଏ ତା ସହିତ ଯୋଗାଯୋଗ କରିଥିଲା । ଖଗେଶ୍ୱରଙ୍କ ଦୋକାନରୁ ସବୁ ମାଲ ଲୁଟିବାର ଯୋଜନା ହୋଇଥିଲା । ଯାହାର ୭୦ଭାଗ ଲୁଟେରାମାନେ ନେଇଥାନ୍ତେ ଓ ୩୦ଭାଗ ଚନ୍ଦ୍ରକାନ୍ତ ନେଇଥାନ୍ତା । ଯୋଜନାଭିତ୍ତିକ ଭାବେ ଖଇରାନାଳ ପାଖରେ ସେମାନେ ଖଗେଶ୍ୱର ଠାରୁ ଚାବି ନେଇ ଦୋକାନ ଲୁଟିବାର ଯୋଜନା କରିଥିଲେ । ମାତ୍ର ସେମାନେ ତାଙ୍କୁ ଚିହ୍ନି ପାରିବାରୁ ତାଙ୍କୁ ଲୁହା ରଡ୍ ଓ କଟୁରୀ ସାହାଯ୍ୟରେ ନିର୍ମମଭାବେ ହତ୍ୟା କରାଯାଇଥିଲା । ଘଟଣା ପରେ ପୁଲିସ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାଜପୁର ଏସଡିପିଓଙ୍କ ନେତୃତ୍ୱରେ ବିଞ୍ଝାରପୁର, ବାଲିଚନ୍ଦ୍ରପୁର ଓ କାଳିଆପାଣି ଥାନାଧିକାରୀଙ୍କୁ ନେଇ ୩ଟି ଟିମ୍ ଗଠନ କରି ଚଢ଼ଉ ଜାରି ରଖିଥିଲେ ।

ସେଆର କରନ୍ତୁ:



Powered by odothemes.com