MAHASIBARATRI-tatha-JAGARA-ABASARA-RE-SHRADHALU-BHAKTA-GANA-PRABHU-LINGARAJ-NKU-DARSAN-KARIBA-PAIN-LINE-RE-CHIDAHOECHANTI1111--(18)

ଶୈବପୀଠରେ ଭକ୍ତଙ୍କ ଗହଳି

132

ଭୁବନେଶ୍ୱର, ୧୪ା୨(ବୁ୍ୟରୋ): ପବିତ୍ର ମହାଶିବରାତ୍ରୀ ଅବସରରେ ରାଜ୍ୟର ଶୈବପୀଠଗୁଡିକ ଚଳଚଞ୍ଚଳ ହୋଇଛି । ଭୁବନେଶ୍ୱରସ୍ଥ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପୀଠ, କେଦାରେଶ୍ୱରଙ୍କ ସମେତ ଆଠଗଡ଼ର ପ୍ରଭୁ ଧବଳେଶ୍ୱର, ଆରେଡି ଆଖଣ୍ଡଳମଣି, ପୁରୀ ଶ୍ରୀଲୋକନାଥ, ମାର୍କଣ୍ଡେଶ୍ୱର, ବେଲେଶ୍ୱର, ବୁଢ଼ାଲିଙ୍ଗ, ବାଲେଶ୍ୱରର ପଞ୍ଚଲିଙ୍ଗେଶ୍ୱର, ଚନ୍ଦନେଶ୍ୱର, ମଣିନାଗେଶ୍ୱର, କପିଳାଶର ବାବା ଚନ୍ଦ୍ରଶେଖର, ଜଗତ୍ସିଂହପୁରର ବାବା ଗୋରେଖନାଥ, କୋରାପୁଟର ଗୁପ୍ତେଶ୍ୱର, ଆସିକାର ରାମେଶ୍ୱର, ଲଙ୍କାଗଡ଼ର ରାମେଶ୍ୱର, ଆନନ୍ଦପୁରସ୍ଥ ଉତ୍ତରେଶ୍ୱର, କୁଶଳେଶ୍ୱର, ସମ୍ବଲପୁରସ୍ଥିତ ବମ୍ବରାଡ଼ ଆଦି ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ଶ୍ରଦ୍ଧାଳୁମାନେ ଉପବାସ କରିବା ସହିତ ଉଜାଗର ହୋଇ ଦୀପ ଜାଳିଛନ୍ତି । ଶିବରାତ୍ରି ପାଇଁ ଆଜି ସକାଳୁ ଶିବମନ୍ଦିର ଗୁଡ଼ିକରେ ଭିଡ଼ ଲାଗି ରହିଥିଲା । ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ପୂଜାର୍ଚ୍ଚନା କରିଥିଲେ । ଭିଡକୁ ଲକ୍ଷ୍ୟ କରି ଶୃଙ୍ଖଳିତ ଦର୍ଶନ ଲାଗି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡ଼ି କରାଯାଇଥିଲା । ବିଳମ୍ବିତ ରାତିରେ ମହାଦୀପ ଉଠିବା ପରେ ଭକ୍ତମାନେ ଜଳଗ୍ରହଣ କରିଥିଲେ । ଶିବରାତ୍ରି ପାଇଁ ବିଭିନ୍ନ ମନ୍ଦିରରେ ଭଜନ ସମାରୋହ, ପ୍ରବଚନ, ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ମନ୍ଦିରଗୁଡ଼ିକୁ ଫୁଲ ଓ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com