ମୋଦିଙ୍କୁ ଭେଟିଲେ ନବୀନ | ସର୍ବସାଧାରଣ ଖବରକାଗଜ
CM-PM-MEET

ମୋଦିଙ୍କୁ ଭେଟିଲେ ନବୀନ

49

ଭୁବନେଶ୍ୱର, ୧୪ା୨(ବୁ୍ୟରୋ): ନୂଆଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ଜନକଲ୍ୟାଣ ମାର୍ଗସ୍ଥିତ ବାସଭବନରେ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ବିଜୁବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ’ ପ୍ରଦାନ କରିଥିଲେ । ସୁନ୍ଦର ଗଣେଶନ୍ଙ୍କ ଦ୍ୱାରା ଏହି ପୁସ୍ତକ ଲେଖାଯାଇଥିଲା । ଏଥିରେ ବିଜୁବାବୁଙ୍କର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ବିଶ୍ୱର ନାଗରିକ ହୋଇପାରିଥିବାରୁ ବିଜୁବାବୁ ଓଡିଆର ଗର୍ବ । ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେବା ସହ ଏହି ପୁସ୍ତକଟି ଭବିଷ୍ୟତ ପିଢିକୁ ପ୍ରେରଣା ଦେବା ସହ ଏହି କିମ୍ବଦନ୍ତୀ ନେତାଙ୍କର ଜୀବନ ଓ କାର୍ଯ୍ୟଶୈଳୀ ସେମାନଙ୍କୁ ଆଗକୁ ବଢିବା ଲାଗି ଉତ୍ସାହ ଯୋଗାଇବ । ପ୍ରାୟ ୨୦ ମିନିଟ୍କାଳ ଧରି ଏହି ସାକ୍ଷାତ ଆଲୋଚନା ଚାଲିଥିବା ସୂଚନା ମିଳିଛି ।




Powered by odothemes.com