electricity_Resized

ଶିଳ୍ପ ସଂସ୍ଥା ଉପରେ ୭୩୫ କୋଟି

14

ଆଦାୟ ହୋଇପାରୁନି ବିଦୁ୍ୟତ ବକେୟା
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ ଅନୁଷ୍ଠାନ ବିଦୁ୍ୟତ ଦେୟ ବାବଦକୁ ୭୩୫ କୋଟି ୭୫ ଲକ୍ଷ ଟଙ୍କା ବକେୟା ଅନାଦେୟ ରହିଛି । ବାରମ୍ବାର ବିଦୁ୍ୟତ ବିଚ୍ଛିନ୍ନ ନୋଟିସ ସତ୍ତ୍ୱେ ଉକ୍ତ ଶିଳ୍ପ ସଂସ୍ଥା ଗୁଡିକ କର୍ଣ୍ଣପାତ କରୁନଥିବା ବେଳେ କେତେକ ଶିଳ୍ପାନୁଷ୍ଠାନ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ଗୋଟିଏ ପଟେ କୋଟି କୋଟି ଟଙ୍କାର ବିଦୁ୍ୟତ ବକେୟା ଗଡୁଥିବା ବେଳେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଅପର ପକ୍ଷରେ ବିଦୁ୍ୟତ ବକେୟା ଆଦାୟ ଦିଗରେ ବିଭାଗଗ ପକ୍ଷରୁ ଉଚିତ ପଦକ୍ଷେପ ଗ୍ରହଣ କରାଯାଉଥିବା ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି । ବିଭାଗୀୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ବିଦୁ୍ୟତ ବକେୟା ବାବଦକୁ ୭୩୫ କୋଟି ୭୫ ଲକ୍ଷ ଟଙ୍କା ଅନାଦେୟ ରହିଛି । ବିଦୁ୍ୟତ ଟିକସ ଆଦାୟ ପାଇଁ ଓଇଆରସିର ନିୟମ ଅନୁସାରେ ସମ୍ପୃକ୍ତ ଶିଳ୍ପ ସଂସ୍ଥା ଗୁଡିକୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ନୋଟିସ୍‌ ଦିଆଯାଇଛି । ତେବେ ଏଥିମଧ୍ୟରୁ ୨୮୯ ଟି ଶିଳ୍ପ ସଂସ୍ଥା ଅଦାଲତରେ ଦ୍ୱାରସ୍ଥ ହୋଇଥିବାରୁ ଏହି ଶିଳ୍ପ ସଂସ୍ଥାମାନଙ୍କ ଠାରୁ ଆଦୌ ବକେୟା ଆଦାୟ ହୋଇିପାରୁନାହିଁ । ବିଦୁ୍ୟତ ବିତରଣ କମ୍ପାନୀମାନଙ୍କ ଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ ସେସୁର ଅଧିନରେ ମୋଟ ୧୦ ହଜାର ୩୮୬ ଟି ଶିଳ୍ପନୁଷ୍ଠାନ ବିଦୁ୍ୟତ ଉପଭୋକ୍ତା ଅଛନ୍ତି । ଏମାନଙ୍କ ମଧ୍ୟରୁ ୪ ହଜାର ୩୬୯ ଶିଳ୍ପ ସଂସ୍ଥା ଉପରେ ବିଦୁ୍ୟତ ଦେୟ ବାବଦକୁ ୫୩ କୋଟି ୫୧ ଲକ୍ଷ ୧୬ ହଜାର ୪୨ ଟଙ୍କା ବକେୟା ଗଡୁଛି । ସେହିଭଳି ନେସ୍‌କୋ ଅଧିନରେ ୫ ହଜାର ୬୪୫ ଟି ଶିଳ୍ପ ସଂସ୍ଥା ରହିଛି । ଏମାନଙ୍କ ମଧ୍ୟରୁ ୨ ହଜାର ୧୩୧ ଟି ଶିଳ୍ପ ସଂସ୍ଥା ୩୪୦ କୋଟି ୮୭ ଲକ୍ଷ ୩୯ ହଜାର ୪୮ ଟଙ୍କା ବକେୟା ରଖିଛନ୍ତି । ୱେସ୍କୋ ଅଧୀନରେ ୫ ହଜାର ୯୦୭ ଶିଳ୍ପ ସଂସ୍ଥା ରହିଛି । ଏଥିମଧ୍ୟରୁ ୧୯୨୯ ଶିଳ୍ପ ସଂସ୍ଥା ବିଦୁ୍ୟତ ଦେୟ ବାବଦକୁ ୩୨୮ କୋଟି ୯୬ ଲକ୍ଷ ୫୭ ହଜାର ୮୦୯୧ ଟଙ୍କା ଦେଇନାହାନ୍ତି । ସେହିଭଳି ସାଉଥ୍‌ କୋ ଅଧୀନରେ ମୋଟ ୪ ହଜାର ୩୦୬ ଟି ଶିଳ୍ପ ସଂସ୍ଥା ରହିଛି । ସେମାନଙ୍କ ମଧ୍ୟରୁ ୧୮୬୦ ଟି ଶିଳ୍ପ ସଂସ୍ଥା ବିଦୁ୍ୟତ ଦେୟ ବାବଦକୁ ୧୨ କୋଟି ୪୦ ଲକ୍ଷ ୩୮ ହଜାର ୨୩୨ ଟଙ୍କା ବେକୟା ଗଡୁଛି । ଏହିଭଳି ୪ ବିରତଣ କମ୍ପାନୀର ବିଦୁ୍ୟତ ଦେୟ ୭୩୫ କୋଟି ୭୫ ଲକ୍ଷ ୫୧ ହଜାର ୧୨୩ ଟଙ୍କା ଅନାଦେୟ ରହିଛି । ତେବେ ବକେୟା ବିଦୁ୍ୟତ ଆଦାୟ ପାଇଁ ଓଇଆରସି ନିୟମ ଅନୁସାରେ ଶିଳ୍ପ ସଂସ୍ଥାମାନଙ୍କୁ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ନୋଟିସ ଦିଆଯାଇ ବକେୟା ଆଦାୟ କରାଯାଉଛି । ଆବଶ୍ୟକ ସ୍ଥଳେ ମାମଲା ରୁଜ କରାଯାଇ ମଧ୍ୟ ବିଦୁ୍ୟତ ବକେୟା ଆଦାୟ କରାଯାଉଛି । ବର୍ତ୍ତମାନ ୨୮୯ ଶିଳ୍ପ ସଂସ୍ଥାର ମାମଲା ଅଦାଲତରେ ବିଚାରାଧୀନ ରହିଛି ବୋଲି ଶକ୍ତି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୁଚନା ଦେଇଛନ୍ତି ।




Powered by odothemes.com