ANGANBADI-KENDRA-1-copy

୪ବର୍ଷରେ ବି ସରିଲାନି ଅଙ୍ଗନୱାଡ଼ି

49

ବାଲିଚନ୍ଦ୍ରପୁର(ଆପ୍ର): ବର୍ଷେ ନୁହେଁକି ୨ ବର୍ଷ ନୁହେଁ ୪ ବର୍ଷ ବିତିଗଲା ପରେ ବି ନିର୍ମାଣ ସରୁନି ବଡ଼ଚଣା ବ୍ଲକ୍ ନଳୀପୁର ପଞ୍ଚାୟତ ବାଉଜଙ୍ଗ ୧ ଓ ୨ ଅଙ୍ଗନୱାଡି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାର୍ଯ୍ୟ । ଅଧପନ୍ତରିଆ ହୋଇ ପଡିରହିଥିବା ଏହି ଗୃହ ଚତୁଃପାଶ୍ୱର୍ରେ ଅନାବନା ଲତା ମାଡ଼ିଗଲାଣି । ସେପଟେ ଗୃହ ଅଭାବରୁ କବାଟ, ଝରକା ନଥିବା ବାଉଜଙ୍ଗ ଉପ୍ରା ବିଦ୍ୟାଳୟର ଗୋଟିଏ ପରିତ୍ୟକ୍ତ କୋଠରୀରେ ଏହି ଦୁଇ କେନ୍ଦ୍ର ଚାଲୁଛି । ୨୦୧୫-୧୬ରେ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ବ୍ଲକ୍ର କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏଥିପାଇଁ ଆବଶ୍ୟକ ହେଉଥିବା ଅର୍ଥର କୌଣସି ଅଭାବ ନଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱହିନତା ପାଇଁ ଗୃହ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡିରହିଛି । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ନାମକୁ ମାତ୍ର ନଥିପତ୍ରରେ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କର୍ଯ୍ୟାଦେଶ ହୋଇଥାଏ । ସଂପୃକ୍ତ ଯନ୍ତ୍ରୀ ନିଜକୁ ସୁହାଇଲା ଭଳି ବ୍ୟକ୍ତିଙ୍କୁ ତାଙ୍କ ଇଛା ଅନୁସାରେ କାର୍ଯ୍ୟ କରିବାକୁ ଲିଖିତ ଆଦେଶ ଦେଇଥାନ୍ତି, ତାପରେ ସଂପୃକ୍ତ ବ୍ୟକ୍ତି ଲାଭକ୍ଷୋର ମନବୃତ୍ତି ରଖି ନିଜ ଇଚ୍ଛାନୁଯାୟୀ କାର୍ଯ୍ୟ କରନ୍ତି । ଏହାପରେ କୌଣସି କାରଣରୁ ନିଜ ନିଜ ମଧ୍ୟରେ ଭାଗ ବଣ୍ଟା ଠିକ୍ ହୋଇନପାରିଲେ କାର୍ଯ୍ୟ ସେଇଠି ରହିଲା । ତେବେ ସମ୍ପୃକ୍ତ କାର୍ଯ୍ୟକୁ ନେଇ ବହୁବାର ବିଭାଗୀୟ ଯନ୍ତ୍ରୀ, ବଡଚଣା ବିଡିଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ ନଳୀପୁର ସରପଞ୍ଚ ମନୋରଞ୍ଜନ ମଲ୍ଲିକ, ସମିତିସଭ୍ୟ ଖଗେଶ୍ୱର ବେହେରା ଯାଜପରୁ ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି ।




Powered by odothemes.com