river

ଅଦିନିଆ ପାଣି ଧୋଇନେଲା ଖରାଦିନିଆ ରାସ୍ତା

59

ବରୀ(ଆପ୍ର): କମଳପୁର ଘାଟ ଖରସ୍ରୋତ ନଦୀ ଉପରେ ନିର୍ମାଣାଧୀନ ସେତୁ କାର୍ଯ୍ୟ ଚାଲୁରହିଥିବା ବେଳେ ସ୍ଥାନୀୟ ଜନସାଧାରଣଙ୍କ ଯାତାୟତ ପାଇଁ ଅସ୍ଥାୟୀ ଭାବେ ନିର୍ମାଣ କରାଯାଇଥିବା ଖରାଦିନିଆ ରାସ୍ତାକୁ ଅଦିନିଆ ନଦୀ ପାଣି ଧୋଇ ନେଇଛି । ନିମ୍ନ ମାନର ଖରା ଦିନିଆ ରାସ୍ତା ନିର୍ମାଣ ଶୈଳିଯୋଗୁ ଏହି ରାସ୍ତା ଉପରେ ୬ଟି ପଞ୍ଚାୟତ ଯଥା ଭଅଁରା, ବୋଦୁଅ, ଛତିଶଦେବିଲ, ସାନସୁଆର, ବଡ଼ସୁଆର, ମାର୍କଣ୍ଡପୁର, ବାସୁଦେବପୁରର ପ୍ରାୟ ୩୦ ହଜାରରୁ ଊଦ୍ଧ୍ୱର୍ ନିର୍ଭରଶୀଳ ଥିଲେ । ଏହା ବ୍ୟତିତ ଏହି ଖରାଦିନିଆ ରାସ୍ତା ଦେଇ ସ୍କୁଲ କଲେଜ ଛାତ୍ର ଛାତ୍ରୀଙ୍କ ସମେତ ବ୍ୟବସାୟୀ, ସରକାରୀ କର୍ମଚାରୀ ତଥା ସାଧାରଣ ଜନତା ଦୈନିକ ଯାଆସ କରନ୍ତି । ହଠାତ୍ ନଦୀରେ ପାଣି ଆସି ଉକ୍ତ ଖରାଦିନିଆ ରାସ୍ତାଟିକୁ ଧୋଇ ନେବା ଫଳରେ ହଜାର ହଜାର ଜନସାଧାରଣ ନାହିଁ ନଥିବା ହୀନସ୍ଥା ଭୋଗିଛନ୍ତି । ଜନସାଧାରଣଙ୍କ ଅସୁବିଧାକୁ ଗୁରୁତ୍ୱ ପ୍ରଦାନ କରି ବିଭାଗୀୟ କର୍ତ୍ତୃପକ୍ଷ ରାସ୍ତାକୁ ପୁନଃ ନିର୍ମାଣ ଉପରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।




Powered by odothemes.com