sala-tree

ଦିନଦିପହରରେ ଶାଳଗଛ ଚୋରି ଉଦ୍ୟମ, ବନବିଭାଗ ନୀରବ

142

ଛେଣ୍ଡିପଦା,୧୪ା୨(ଆପ୍ର): ଦୁର୍ଗାପୁର ବନାଞ୍ଚଳ ଅନ୍ତର୍ଗତ ପଳାଶ ବଣିଆଁ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲରୁ ଏକ ଶାଳ ଗଛକୁ କୌଣସି ଦୁର୍ବୃତ୍ତ କାଟି ପକାଇ ଦେଇ ଫେରାର ହୋଇଯାଇଛି । ପଳାଶ ବଣିଆଁ ଗ୍ରାମ୍ୟ ସଂରକ୍ଷିତ ଜଙ୍ଗଲର ଛେଣ୍ଡିପଦା-ଜରପଡ଼ା ମୁଖ୍ୟରାସ୍ତା କଡ଼ରେ ଥିବା ପଳାଶ ବଣିଆଁ କାମନା ଘର ନିକଟରୁ ମଙ୍ଗଳବାର ଅପରାହ୍ନ ୩ଟା ବେଳେ କୌଣସି ଦୁର୍ବୃତ ଗଛଟିକୁ କାଟୁ ଥିବା ଖବରପାଇ ବାଘ ଗଣନା ପାଇଁ ସଭା କରୁଥିବା ଦୁର୍ଗାପୁର ରେଞ୍ଜର ହୃଦାନନ୍ଦ ନାଏକ, ବାଲିପଟା ଫରେଷ୍ଟର ବିକାଶ ନାଏକ, ବାଲିପଟା-୨ର ଗାର୍ଡ ମିନତୀ ବେହେରା ଘଟଣା ସ୍ଥଳକୁ ପହଞ୍ଚିବା ବେଳକୁ କାଠ ଚୋର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ପରେ ରେଞ୍ଜର ହୃଦାନନ୍ଦ ନାଏକ ଉକ୍ତ ଜଙ୍ଗଲକୁ ରକ୍ଷଣାବେକ୍ଷଣ କରୁଥିବା ପଳାଶ ବଣିଆଁ ବନ ସଂରକ୍ଷଣ ସମିତିକୁ ଡାକି ଚୋରି ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଦିନ ଦ୍ୱିପହରେ ଜନସାଧାରଣଙ୍କ ଯାତାୟତ ସତ୍ତ୍ୱେ ଚୋର ଖୋଦ ମୁଖ୍ୟରାସ୍ତା କଡ଼ରୁ ଶାଳଗଛ କାଟି ଚୋରି କରିବାକୁ ଉଦ୍ୟମ କରିବା ବନବିଭାଗର ପାରିବା ପଣିଆ ଆଡ଼କୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଏନେଇ ଦୁର୍ଗାପୁର ରେଞ୍ଜର ହୃଦାନନ୍ଦ ନାଏକଙ୍କୁ ଯୋଗାଯୋଗ କରିବାରେ ‘ମୁଁ ପଳାଶ ବଣିଆଁ ବନସଂରକ୍ଷଣ ସମିତିର ସଭାପତି ଓ ସମ୍ପାଦକଙ୍କୁ ଡାକି ଏ ଘଟଣାର ପୁନରାବୃତି ନକରିବାକୁ ତାଗିଦ କରିଛି” ବୋଲି ହାଲୁକା ଭାବେ ଉତ୍ତର ଦେଇଥିଲେ ।




Powered by odothemes.com