accident-2

୯ ମୃତ, ୬ ଆହତ

66

ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ସହାୟତା
୫ଠ ଫୁଟ୍ ଘାଟି ତଳକୁ ଖସିଲା ଟିପର୍
ବ୍ରହ୍ମପୁର, ୧୩ା୨ (ବୁ୍ୟରୋ): ଗଜପତି ଜିଲ୍ଲା କାଶିନଗର ବ୍ଲକର ପାର୍ତଡା ପଞ୍ଚାୟତର ତଳ ପାର୍ତଡା ଗ୍ରାମ ଉପର ମୁଣ୍ଡରେ ଥିବା ଘାଟିରାସ୍ତାରେ ଏକ ଇଟା ବୋଝେଇ ଟିପର (ନଂ ଓଡି-୨୦-୬୧୧୮) ୫୦ ଫୁଟ୍ ତଳକୁ ଖସିପଡିବାରୁ ଘଟଣାସ୍ଥଳରେ ୫ଜଣ ମୃତୁ୍ୟବରଣ ଘଟିଛି । ଅନ୍ୟ ୪ ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ଅଛନ୍ତି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୃତବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଘଟଣାରେ ଆହତ ବ୍ୟକ୍ତିଙ୍କୁ ମାଗଣାରେ ଚିକିତ୍ସା ଯୋଗାଇବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ୧୦ଜଣ ଆହତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଉକ୍ତ ୧୦ଆହତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଚିକିତ୍ସାଳୟ ଠାରେ ୨ଜଣଙ୍କର ମୃତୁ୍ୟ ଘଟିଥିବାବେଳେ ଅନ୍ୟ୨ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ସମୟରେ ସେମାନଙ୍କର ମୃତୁ୍ୟ ଘଟିଥିଲା । ଖବରପାଇ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ, ଗୁମ୍ମା ବିଡିଓ ସୁବାଦାର ପ୍ରଧାନ ପ୍ରମୁଖ ପହଞ୍ଚି ସେଠାରୁ ଆହତମାନଙ୍କୁ ଚିକିତ୍ସାଳୟ ପଠାଇବା ବ୍ୟବସ୍ଥା କରିଥିଲେ । ପ୍ରଶାସନ ପକ୍ଷରୁ ମୃତକମାନଙ୍କୁ ହରିଶଚନ୍ଦ୍ର ଯୋଜନାରେ ଶବ ସକ୍ରାର ପାଇଁ ଆର୍ଥିକ ସହାୟତା ଯୋାଗାଇବାର ବ୍ୟବସ୍ଥା ହୋଇଥିବା ବେଳେ ଆହତମାନଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଧ୍ରୁବରାଜ ପାଣ୍ଡେ, ଉପଜିଲାପାଳ ରଞ୍ଜନ ବିଶ୍ୱାଳ, ପୁଲିସ୍ ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ । ଏସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୩୨/୧୮ ନଂରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ଜାରି ରହିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ କହିଛନ୍ତି । ତେବେ ଗାଡିଟି ଭାରସାମ୍ୟ ହରାଇ ଉକ୍ତ ରାସ୍ତାରୁ ପ୍ରାୟ ୫୦ ଫୁଟ ଘାଟି ତଳକୁ ଖସିଯିବାରୁ ଏହିପରି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଗାଡି ଡାଲା ଉପରେ ବସିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜିନେଶ ଭୁୟାଁଙ୍କ ଘର ଗୁମ୍ମା ବ୍ଲକ ସେରଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ସମସ୍ତେ ଗୁମ୍ମା ବ୍ଲକ ଅନ୍ତର୍ଗତ ଅନୁକୁମ୍ବା ଗ୍ରାମର । ମୃତକଙ୍କ ମଧ୍ୟରେ ୪ଜଣ ମହିଳା ରହିଥିବାବେଳେ ଅନ୍ୟ ସମସ୍ତେ ପୁରୁଷ ।




Powered by odothemes.com