“ଲୋକେ ବିରୋଧ କଲେ ଚଢ଼ାଉ କରାଯିବ’ | ସର୍ବସାଧାରଣ ଖବରକାଗଜ
dhenknal

“ଲୋକେ ବିରୋଧ କଲେ ଚଢ଼ାଉ କରାଯିବ’

35

 ସରକାରୀ ଜାଗାରୁ ମୋରମ ଚାଲାଣ
ପରଜଙ୍ଗ(ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ୍ର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଚୋରା ମାଟି, ମୋରମ ବିନା ପରମିଟ୍ରେ ଚାଲାଣ କରାଯାଉଥିବଲେ ବି ରାଜସ୍ୱ ବିଭାଗ ନିରବଦ୍ରଷ୍ଟା ସାଜିଛି । ପରଜଙ୍ଗ ତହସିଲର ଜହ୍ନପଡ଼ା ଭାଲିଆତଇଳା ସାହି ନିକଟରେ ଥିବା ସରକାରୀ ଜାଗାରେ ସୋମବାର ପରଜଙ୍ଗ ବ୍ରାଞ୍ଚ କେନାଲ କାର୍ଯ୍ୟ କରୁଥିବା କମ୍ପାନୀ ମୋରମ ଟାଣୁଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ଯୁବକ ପ୍ରତିବାଦ କରିଥିଲେ । ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗକୁ ଖବର ଦିଆଯାଇଥିଲେ ସୁଦ୍ଧା ଉକ୍ତ ସ୍ଥାନକୁ କେହି ଯାଇନଥିଲେ । ଚୋରା ମୋରମ ଚାଲାଣ କରି ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଲୋଟୁଥିବା ବେଳେ କେଉଁ ଉଦେ୍ଦଶ୍ୟ ନେଇ ରାଜସ୍ୱ ବିଭାଗ ଅଣଦେଖା କରୁଛି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବିଷୟରେ ପରଜଙ୍ଗ ଆର୍ଆଇ ଗିରିଶ ଚନ୍ଦ୍ର ସିଂହଙ୍କୁ ପଚାରିବାରୁ ତାଙ୍କ ପାଖରେ ଖବର ନଥିବା ବେଳେ ଉକ୍ତ ସ୍ଥାନକୁ ଯାଇ ଦେଖିବେ ବୋଲି କହିଥିଲେ । ତହସିଲଦାର ଲଳିତ ମୋହନ ବେହେରା କୁହନ୍ତି, ଯଦି ମୋରମ ଚାଲାଣକୁ ସ୍ଥାନୀୟ ଅଞ୍ଚଳବାସୀ ବିରୋଧ କରୁଛନ୍ତି ତେବେ ଗାଡିଗୁଡିକୁ ଅଟକାଇ ଦିଅନ୍ତୁ ଆମ୍ଭେ ଜବତ କରି ନେଇ ଆସିବୁ । କମ୍ପାନୀର ସାଇଡ୍ ଇନ୍ଚାର୍ଜ ବିଭୂ ପ୍ରସାଦ ଶର୍ମାଙ୍କୁ ଏହି ବିଷୟରେ ପଚାରିବାରୁ କିଛି ଲୋକ ସେଠାରୁ ନେବାକୁ କହିବାରୁ ମୋରମ୍ ଉଠୁଥିଲା । ବିରୋଧ ହେଉଥିବାରୁ ଆଉ ମୋରମ ଉଠିବ ନାହିଁ ବୋଲି ସେ କହିଥିଲେ । ।




Powered by odothemes.com