ଭୌଗୋଳିକ ମାନ୍ୟତା ରଦ୍ଦ ପାଇଁ ଆବେଦନ | ସର୍ବସାଧାରଣ ଖବରକାଗଜ
RASOGOLLA

ଭୌଗୋଳିକ ମାନ୍ୟତା ରଦ୍ଦ ପାଇଁ ଆବେଦନ

134

ବାଂଲା ରସଗୋଲା
ଭୁବନେଶ୍ୱର (ବୁ୍ୟରୋ): ରସଗୋଲା ଉପରେ ପଶ୍ଚିମ ବଙ୍ଗ ନିଜର ହକ୍ ଜାହିର କରୁଥିବା ବେଳେ ଓଡ଼ିଶା ପକ୍ଷରୁ ଚେକ୍‌ ଦିଆଯାଇଛି । ବାଂଲା ରସଗୋଲା ନାଁରେ ଜିଆଇ ଟ୍ୟାଗ୍‌ ମାନ୍ୟତା ଅସିଦ୍ଧ ଘୋଷଣା କରିବା ଲାଗି ପୁଣି ଦାବି କରାଯାଇଛି । ଏନେଇ ମଙ୍ଗଳବାର ଚିନ୍ନାଇ ସ୍ଥିତ ଇଣ୍ଟେଲେକ୍ଚୁଆଲ ପ୍ରପ୍ରର୍ଟି ଅଫିସରେ ଦାବିପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱରର ରିଜିଓନାଲ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ରମେଶ ଚନ୍ଦ୍ର ସାହୁ , ଚେନ୍ନାଇ ସ୍ଥିତ ଉକ୍ରଳ ଆସୋସିଏସନ ଅଫ ମାଡ୍ରାସ ସହାୟତାରେ ଏହି ଆବେଦନ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ଅବସରରେ ସାଂସ୍କୃତିକ ଅନୁଷ୍ଠାନ ପୁଣ୍ୟ ଉକ୍ରଳ ପକ୍ଷରୁ ସୁଶାନ୍ତ ଏବଂ ସାହିତ୍ୟ ପତ୍ରିକା ଓଡିଆ ପର୍ବ ସମ୍ପାଦକ ସନ୍ତୋଷ କୁମାର ସାହୁ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ, ଭୂଲ ତଥ୍ୟ ଉପସ୍ଥାପନ କରି, ମାତ୍ର ଦେଢ଼ ଶହ ବର୍ଷ ତଳେ ପଶ୍ଚିମବଙ୍ଗ ରସଗୋଲା ଉଦ୍ଭାବନ କରିଥିବା ଦର୍ଶାଇବା ସହିତ ତଞ୍ଚକତା କରି ଭୌ÷÷ଗଳିକ ମାନ୍ୟତା ହାସଲ କରିଥିଲା । ଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆ ପରଂପରାରେ ୮ ଶହରୁ ଏକ ହଜାର ବର୍ଷ ତଳେ ରସଗୋଲା ଉତ୍ପତ୍ତି ହୋଇଥିବା ପ୍ରମାଣ ମିଳିଛି । ପାଞ୍ଚଶହ ବର୍ଷ ତଳେ ଭକ୍ତ କବି ବଳରାମ ଦାସଙ୍କ ଦ୍ୱାରା ଲିଖିତ ଦାଣ୍ଡିରାମାୟଣରେ ରସଗୋଲା ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଅଥଚ ଇଣ୍ଟେଲେକ୍ଚୁ୍ୟଆଲ ପ୍ରପର୍ଟି ସମ୍ମୁଖରେ ସେ ବିଷୟ ବିଧିବଦ୍ଧ ଭାବେ ଉପସ୍ଥାପନ କରାଯାଇନଥିବାରୁ ପଶ୍ଚିମବଙ୍ଗକୁ ଭୌଗଳିକ ମାନ୍ୟତା ମିଳିଥିବା କୁହାଯାଇଛି । ତେବେ ଗତ ସପ୍ତାହରେ ବାଂଲା ରସୋଗୁଲ୍ଲାର ଜିଆଇ ମାନ୍ୟତାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଥିବା ବେଳେ ଓଡିଶା ରସଗୋଲାର ଜିଆଇ ମାନ୍ୟତା ଦାବି ଆଉ ଏକ ପଦକ୍ଷେପ । ଚେନ୍ନାଇସ୍ଥିତ ଜିଆଇ ଅଫିସର ନ୍ୟାୟିକ ବ୍ୟବସ୍ଥା ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ ଜାରି କରିବ ବୋଲି ଆଇପି କାର୍ଯ୍ୟାଳୟ ଉପମୁଖ୍ୟ ସୁଚନା ଦେଇଛନ୍ତି ।




Powered by odothemes.com