Photo-No.tif00

ଆଜି ଜାଗର, କପିଳାସ ଚଳଚଞ୍ଚଳ

17

ପାଣି ସମସ୍ୟାକୁ ନେଇ ଶ୍ରଦ୍ଧାଳୁ ଡହଳବିକଳ
ଗଁଦିଆ,୧୩ା୨(ଆପ୍ର): ରାଜ୍ୟର ପ୍ରମୁଖ ଶୈବପୀଠ ମଧ୍ୟରେ କପିଳାସ ଶୈବପୀଠ ବେଶ୍ ପ୍ରସିଦ୍ଧ । ଏହି ପୀଠକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାନ୍ତି । ତେବେ ବୁଧବାର ମହାଜାଗର ଥିବାରୁ ଏବେ ଢ଼େଙ୍କାନାଳ ସହର ହୋଇପଡ଼ିଛି ଚଳଚଞ୍ଚଳ । ଆଜିଠାରୁ ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁ କପିଳାସଠାରେ ଜାଗର ଜାଳିବା ପାଇଁ ଭିଡ଼ ଜମାଇଛନ୍ତି । ଏହି ଅବସରରେ ବୁଧବାର ସକାଳୁ ପ୍ରଭୁ ଚନ୍ଦ୍ରଶେଖର ଓ ମା’ ପାର୍ବତୀଙ୍କ ନିମନ୍ତେ ସମସ୍ତ ସ୍ୱର୍ଣ୍ଣ ଓ ରୂପା ଅଳଙ୍କାର ଦେଓଗାଁ ସରଘରୁ ପୁଲିସ ସୁରକ୍ଷା ବଳୟ ମଧ୍ୟରେ ଏକ ଭାରରେ ସଂକୀର୍ତ୍ତନ ମାଧ୍ୟମରେ ମନ୍ଦିରକୁ ଆସିବ । ଭୋରୁ ମଙ୍ଗଳ ଆଳତୀ କରାଯାଇ ସକାଳ ୭ଟାରେ ସୂର୍ଯ୍ୟପୂଜା ଓ ଖେଚେଡ଼ି ଭୋଗ, ଚକା ପିଠାରେ ସକାଳ ଧୂପ କରାଯିବ । ମଧ୍ୟାହ୍ନରେ ଅନ୍ନ ଭୋଗ ପରେ ଅପରାହ୍ନରେ ଖେଚୁଡ଼ି ଓ ଦ୍ୱୀପର ଧୂପ କରାଯିବ । ସନ୍ଧ୍ୟାରେ ସଂଧ୍ୟା ଆଳତୀ ଧୂପ କରାଯିବା ପରେ ଶୋଡ଼ଷ ଉପଚାରରେ ପୂଜା ଆରମ୍ଭ ହେବ । ପ୍ରଥମ ୪ପୂଜା ପୂଜାପଣ୍ଡାଙ୍କ ଦ୍ୱାରା ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ୯ଟାରେ ଶେଷ ହେବ । ୯ଟା ରୁ ଆରମ୍ଭ ହୋଇ ସାଢ଼େ ୧୧ଟାରେ ଶେଷ ହେବ । ପୀଠ ପୂରୋଧାଙ୍କ ଦ୍ୱାରା ପୂଜା ପରେ ରାଜ ପୂରୋଧାଙ୍କ ଦ୍ୱାରା ସାଢ଼େ ୧୧ଟାରେ ୪ପୂଜା ଆରମ୍ଭ ହୋଇ ସାଢ଼େ ୨ଟାରେ ଶୋଡ଼ଷ ପୂଜା ଶେଷ ହେବ । ଏହି ୧୬ଉପଚାର ପୂଜାରେ ଖୀର, ଦହି, ଗୁଡ଼, ମହୁ ମିଶି ଘର୍ଷଣ କରାଯିବ । ପରେ ମହାଭିଷେକ, ମହାସ୍ନାନ, ନଗାଭରଣ ବେଶ ପାଇଁ ସୁନାର ଛତି, ମୁଣ୍ଡମାଳ, ପଦ୍ମମାଳ, ରୂପାର ପଞ୍ଚବକ୍ର ମୁଣ୍ଡ ଓ ନାଗରେ ସଜ୍ଜିତ କରାଯିବ । ପ୍ରଭୂଙ୍କର ନାଗାଭରଣ ବେଶ ଓ ମା’ ପାର୍ବତୀଙ୍କର ରାଜ ରାଜେଶ୍ୱରୀ ବେଶ ଦେଖିବା ପାଇଁ ଭକ୍ତଙ୍କର ଭିଡ଼ ଲାଗିଥାଏ । ନାଗାଭରଣ ବେଶ ପରେ ଚର୍ତୃପାଶ୍ୱ ବେଢ଼ା ପରିକ୍ରମା ମହାଦ୍ୱୀପ ଉତ୍ସର୍ଗ ଓ ପରେ ମହାଦ୍ୱୀପ ଉଠାଣ ହୋଇ ଭୋର ୪ଟା ୨୦ମି. ହେବ ବୋଲି ଜଣାପଡ଼ିଛି । ପରେ ହରିହର ଭେଟ ଓ ପ୍ରୀତିପଣା ପରେ ସକାଳ ୬ଟାରେ ଜୟ ମଙ୍ଗଳ ଆଳତୀ ହେବ । ପରେ ସବୁଦିନ ପରି ନୀତି ପାଳନ କରାଯିବ । ଚଳିତବର୍ଷ ପ୍ରଭୂଙ୍କ ନୀତି ଓ ଭକ୍ତମାନଙ୍କ ପାଇଁ ଜନମୁଖ୍ୟ ସମସ୍ୟା ହୋଇପାରେ । ପ୍ରଭୂଙ୍କର ମହାସ୍ନାନ ପାଇଁ କେବଳ ୧୦୮ଗରା ପାଣିର ଆବଶ୍ୟକ ଥିବାବେଳେ ଅନ୍ୟାନ୍ୟ ନୀତି ପାଇଁ ୧୫୦୦ରୁ ୨୦୦୦ଗରା ପାଣିର ଆବଶ୍ୟକତା ରହିଛି ବୋଲି ସେବାୟତ ସୂଚନା ଦେଇଛନ୍ତି । କିନ୍ତୁ ପ୍ରଭୂଙ୍କର ନୀତି ପାଇଁ ସ୍ୱତନ୍ତ୍ର ଭାବରେ ଯେଉଁ ପ୍ରୟାମୃତ କୁଣ୍ଡରୁ ପାଣି ନିଆଯାଏ ସେଠାରେ ଚଳିତବର୍ଷ ପାଣି ନାହିଁ । ଏପଟେ ଲକ୍ଷାଧିକ ଭକ୍ତଙ୍କ ପାଇଁ ପାନୀୟଜଳ ଅସୁବିଧା ହୋଇପାରେ । ଏହାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଜଳ ସୁବିଧା କରାଯାଇଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ହେବ । ଜାଗର ପାଇଁ କପିଳାସରେ ଏକତ୍ରିତ ହୋଇଥିବା ଶ୍ରଦ୍ଧାଳୁମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଣି ପାଇଁ ଅନେକ ସ୍ଥାନରେ ଥିବା ସ୍ଥାୟୀ ପାଣି ଟ୍ୟାପ୍ ଗୁଡ଼ିକକୁ ଖୋଲି ନେଇ ଅସଦ୍ ଉପାୟରେ ପାଇପ୍ ଲଗାଇ ପାଣି ବ୍ୟବହାର କରାଯାଉଥିବାରୁ ଅସ୍ଥାୟୀ ରୂପେ ଏଗୁଡ଼ିକୁ ବନ୍ଦ କରି ଦିଆଯାଇଛି । ଏପରିସ୍ଥଳେ ପାଣି ଟ୍ୟାଙ୍କର୍ ଗୁଡ଼ିକରେ ପାଣି ଷ୍ଟକ୍ ନଥିବାରୁ ଭକ୍ତମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ସୂଚନା ମିଳୁଛି ।




Powered by odothemes.com