News-1

ଟିକାକରଣ ତ୍ୱରାନ୍ୱିତ ପାଇଁ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ

43

ଟାସ୍କ୍ ଫୋର୍ସର ବୈଠକ
କେନ୍ଦୁଝର,୧୩ ।୨(ଆପ୍ର): କେନ୍ଦୁଝର ଜିଲ୍ଲାରେ ମିଳିମିଳା ଓ ରୁବେଲା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ଆଶିଷ ଠାକ୍ରେ ନିଦେ୍ର୍ଦଶ ଦେଇଛନ୍ତି । ଏହି ଅଭିଯାନ ସହିତ ଜଡିତ ଅନୁଷ୍ଠାନ ଓ କର୍ମକର୍ତ୍ତା କର୍ତ୍ତବ୍ୟରେ ଅବହେଳା କିମ୍ବା ଅଭିଯାନକୁ ତ୍ୱରାନ୍ୱିତ କରିବାରେ ଅସହଯୋଗ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଗତ ଜାନୁଆରୀ ୨୯ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ ଠାକ୍ରେ ସମୀକ୍ଷା କରି ଏହି ନିଦେ୍ର୍ଦଶ ଦେଇଛନ୍ତି । ଚଳିତ ଫେବୃଆରୀ ୧୨ ତାରିଖ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନ୍ଫରେନ୍ସ୍ ହଲ୍ଠାରେ ଅନୁଷ୍ଠିତ ଟାସ୍କ୍ ଫୋର୍ସ ବୈଠକରେ ଜିଲ୍ଲାପାଳ ବ୍ଲକ୍ୱାରୀ ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ଟୀକାକରଣ ଅଭିଯାନ ଆରମ୍ଭ ହୋଇ ଚାଲୁରହିଛି । ଫେବୃଆରୀ ୧୦ ତାରିଖ ମଧ୍ୟରେ ଧାର୍ଯ୍ୟଲକ୍ଷ୍ୟ ୩୫୫୮୯୬ ମଧ୍ୟରୁ ୨୭୯୪୩୫ ଜଣ ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯାଇଛି ଯାହାକି ୭୯% ଅଟେ । ଯେଉଁ ବିଦ୍ୟାଳୟମାନଙ୍କରେ ଟୀକାକରଣ ଶେଷ ହୋଇଛି ଉକ୍ତ ବିଦ୍ୟାଳୟର ବାକି ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଟୀକାକରଣ କରିବାକୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ଯେଉଁ ବିଦ୍ୟାଳୟ ଅଭିଯାନରେ ସହଯୋଗ କରୁନାହାନ୍ତି ସେମାନଙ୍କର ତାଲିକା ପ୍ରଦାନ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକଙ୍କୁ ନିଦେ୍ର୍ଦଶ ଦେବା ସହିତ ସଂପୃକ୍ତ ବିଦ୍ୟାଳୟକୁ କାରଣଦର୍ଶାଅ ନୋଟିସ୍ ଜାରି କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଫେବୃଆରୀ ୧୯ ତାରିଖରୁ ଗୋଷ୍ଠୀସ୍ତରରେ ଅଙ୍ଗନୱାଡି କେନ୍ଦ୍ର, ଏ.ଏନ୍.ଏମ୍. ସେଣ୍ଟରମାନଙ୍କରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହେଉଥିବା ଦୃଷ୍ଟିରୁ ୯ ମାସରୁ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କୁ ଟୀକା ଦିଆଯିବ ସେଥିପାଇଁ ସମସ୍ତେ ଅଙ୍ଗୀକାରବଦ୍ଧ ହୋଇ କାର୍ଯ୍ୟନିର୍ବାହନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ଯଥେଷ୍ଟ ସୁବିଧା ନଥିବ ସେଠାରେ ସଂଲଗ୍ନ / ନିକଟସ୍ଥ ବିଦ୍ୟାଳୟ ପ୍ରକୋଷ୍ଠ ବ୍ୟବହୃତ ହେବ ବୋଲି ଜିଲ୍ଲାପାଳ କହିଥିଲେ । ସରକାରୀ କର୍ମଚାରୀ, ଲୋକପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ବିଭିନ୍ନ ଅନୁଷ୍ଠାନ / ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ସାମିଲ୍ କରି ମିଳିମିଳା ଓ ରୁବେଲା ଟୀକାକରଣ ଅଭିଯାନ ସଂପର୍କରେ ସଚେତନତା ସୃଷ୍ଟି କରିବା ନିମନ୍ତେ ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଶ୍ରୀ ଠାକ୍ରେ ନିଦେ୍ର୍ଦଶ ଦେଇଛନ୍ତି । ତୃଣମୂଳସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟବିଭାଗର କର୍ମକର୍ତ୍ତାମାନଙ୍କୁ ନିଦେ୍ର୍ଦଶ ଦେବା ସହ ପ୍ରତିଦିନ ସନ୍ଧ୍ୟାରେ ବ୍ଲକ୍ସ୍ତରରେ ଏବଂ ଜିଲ୍ଲାସ୍ତରରେ କୋର କମିଟି ସମୀକ୍ଷା କରି ଜିଲ୍ଲାପାଳଙ୍କୁ ଅବଗତ କରାଇବା ନିମନ୍ତେ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ମିଳିମିଳା ଓ ରୁବେଲା ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅନୁଷ୍ଠାନ / କର୍ମକର୍ତ୍ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ଡବ୍ଲୁ୍ୟଏଚ୍ଓର ଏସ୍.ଏମ୍.ଓ. ଡାଃ ସନ୍ତୋଷ କୁମାର ସାହୁ ପାୱାରପଏଣ୍ଟ୍ ପ୍ରେଜେଂଟେସନ୍ ମାଧ୍ୟମରେ ମିଳିମିଳା ଓ ରୁବେଲା ସଂପର୍କିତ ତଥ୍ୟ ଉପସ୍ଥାପନ କରିଥିଲେ । ଏଡିପିଏଚ୍ଓ (ଏଫ୍.ଡବ୍ଲୁ୍ୟ.)ଡାଃ ସୁଧାଂଶୁ ଶେଖର ବଳ, ଏଡିପିଏଚ୍ଓ (ଟିବି) ଡାଃ ଜ୍ଞାନେନ୍ଦ୍ର କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଦୁ୍ୟମ୍ନ କୁମାର ଦାଶ, ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସେଠୀ, ଡିପିଏମ୍ ସୋନାଲି ପ୍ରିୟଦର୍ଶନୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଶାରୀରିକ ଶିକ୍ଷା ନିରୀକ୍ଷକ ସର୍ଦ୍ଦାର ବାରିକ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରୋଗ୍ରାମ୍ ଅଫିସର ସତ୍ୟ ପ୍ରିୟଦର୍ଶନୀ ସାହୁ, ଡିପିଏଚସିଓ ପିତବାସ ମିଶ୍ର, ଏପିଡମିଲଜିଷ୍ଟ୍ ଡାଃ ଜ୍ୟୋତିରଞ୍ଜନ ରାଉତ, ଏସ୍.ଏ. ନୃସିଂହ ନାରାୟଣ ନନ୍ଦ, ଏ.ଏମ୍. ଜିକେଏସ୍ ଅଭିଶେଷ ଷଡଙ୍ଗୀ, ଏ.ଏମ୍ ଆଶା ପ୍ରସନ୍ନ କୁମାର ଦେବତା, ଆଇସିଏ ଚିତରଞ୍ଜନ ଜେନା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ ।




Powered by odothemes.com