12-2-2018=5

‘ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ’

77

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବହୁ କର୍ମଚାରୀ ସଂଘ
ଭୁବନେଶ୍ୱର, ୧୨ା୨(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ବାସଭବନ ଉପରେ ଏକ ରାଜନୈତିକ ଦଳର କର୍ମୀମାନଙ୍କ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରି ଆଜି ବିଭିନ୍ନ ସରକାରୀ ଅଧିକାରୀ ଓ କର୍ମଚାରୀ ସଂଘଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । କର୍ମାଚରୀ ସଂଘମାନେ ଏହି ଘଟରା ଆଦୌ ବରଦାସ୍ତ ଯୋଗ୍ୟ ନୁହେଁ ଏବଂ ଏହା ଗଣତନ୍ତ୍ରର ପରିପନ୍ଥୀ ବୋଲି ସେମାନେ ତାଙ୍କ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଅଧିକାରୀ ଓ କର୍ମଚାରୀଙ୍କ ସରକାରୀ କିମ୍ବା ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ସେମାନେ କହିଛନ୍ତି । ତେଣୁ ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନ ଓ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠନା ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା ସଂଘଗୁଡ଼ିକ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବା ସଂଘ, ଓଡ଼ିଶା ପ୍ରଶାସନିକ ସେବା ସଂଘ, ଓଡ଼ିଶା ଅର୍ଥ ସେବା ସଂଘ, ଓଡ଼ିଶା ସୂଚାନ ସେବା ସଂଘ, ଓଡ଼ିଶା ପୁଲିସ ଅଧିକାରୀ ସଂଘ, ଓଡ଼ିଶା ରାଜସ୍ୱ ସେବା ସଂଘ, ରାଜ୍ୟ କର୍ମଚାରୀ ମହାସଂଘ, ଓଡ଼ିଶା ସଚିବାଳୟ ସେବା ସଂଘ, ରାଜ୍ୟମୁଖ୍ୟ ଦପ୍ତର କର୍ମଚାରୀ ସଂଘ, ଓଡ଼ିଶା ପିଏ ସଂଘ, କନେଷ୍ଟବଳ ସିପାହୀ ମହାସଂଘ, ଅଣଗେଜେଟେଡ୍ ଅଧିକାରୀ ସମନ୍ୱୟ ସମିତି, ମିନିଷ୍ଟରିଆଲ ଅଫିସର୍ସ ଆସୋସିଏସନ୍, ନର୍ସିଂ କର୍ମଚାରୀ ସଂଘ, ଅଣଗେଜେଟେଡ୍ ବନସେବା ସଂଘ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ସଂଘ, ରେଡିଓ ଗ୍ରାଫର ସେବା ସଂଘ, ଫାର୍ମାସିଷ୍ଟ ସେବା ସଂଘ, ମ୍ୟାଲେରିଆ ଲୋବ୍ରୋଟେରୀ ଟେକ୍ନିସିଆନ୍ ସେବା ସଂଘ, ସ୍ୱାସ୍ଥ୍ୟ ସୁପରଭାଇଜର ସଂଘ, ଡ୍ରାଫ୍ଟ୍ସମ୍ୟାନ୍ ସଂଘ, ସଚିବାଳୟ ନିମ୍ନ ବେତନଭୋଗୀ କର୍ମଚାରୀ ସଂଘ, ଭେଟେରିନାରୀ ସଂଘ, କୃଷି ଓଭରସିଅର ସଂଘ, ମାଧ୍ୟମିକ ଶିକ୍ଷକ ସଂଘ, ଷ୍ଟାଟିଷ୍ଟିକ ଆସୋସିଏସନ୍, ରାଜସ୍ୱ ଅମଲା ସଂଘ ଓ ଓଡ଼ିଶା ଯୋଜନା ଅଧିକାରୀ ସଂଘ । ସୂଚନାଯୋଗ୍ୟ ମଧାହ୍ନ ଭୋଜନ ବିରତି ସମୟରେ ସଚିବାଳୟ ଲନ୍ରେ କର୍ମଚାରୀମାନେ ଏହି ନିନ୍ଦନୀୟ ଘଟଣାର ଦୃଢ଼ ପ୍ରତିବାଦ କରିଥିଲେ ।




Powered by odothemes.com