12-2-2018=1

ପରଲୋକରେ ପାର୍ବତୀ ଘୋଷ

122

ଭୁବନେଶ୍ୱର, ୧୨ା୨(ବୁ୍ୟରୋ): ଓଡ଼ିଆ ସିନେ ଜଗତର ବର୍ଷିଆନ୍ ଅଭିନେତ୍ରୀ, ପ୍ରଯୋଜିକା ତଥା ନିଦେ୍ର୍ଦଶିକା ପାର୍ବତୀ ଘୋଷଙ୍କ ୮୫ବର୍ଷ ବୟସରେ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବାସଭବନରେ ରବିବାର ରାତିରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଉଥିବା ବାଟରେ ହିଁ ତାଙ୍କର ପରଲୋକ ହୋଇଥିଲା । ହସ୍ପିଟାଲରେ ପହଞ୍ଚିବାବେଳକୁ ଡାକ୍ତର ତାଙ୍କୁୁ ମୃତ ଘୋଷଣା କରିଥିଲେ । ପାର୍ବତୀ ଘୋଷଙ୍କ ପରଲୋକ ପ୍ରଚାରିତ ହେବା ପରେ ତାଙ୍କର ଶେଷ ଦର୍ଶନ ପାଇଁ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀଙ୍କ ସୁଅ ଛୁଟିଥିଲା । ଦୁଃଖଦ ସମ୍ବାଦ ପାଇବା ପରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଥିଲା । ତେବେ ଶ୍ରୀମତୀ ଘୋଷଙ୍କ ପୁଅ ଏବଂ ଝିଅ ଆମେରିକାରେ ରହିଥିବାରୁ ମରଶରୀରକୁ ଶବାଗାରରେ ରଖାଯାଇଥିଲା । ଆଜି ସକାଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ପହଞ୍ଚି ଶ୍ରୀମତୀ ଘୋଷଙ୍କ ଶେଷ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶ୍ରୀମତୀ ଘୋଷଙ୍କ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଥିଲେ । ଏଥିସହ ତାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଥିଲେ । ପାର୍ବତୀ ଘୋଷଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ, ସେ ଏକାକୀ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଆଗକ ନେଇପାରିଥିଲେ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ । ଏହାଛଡା ନାରୀ ସଶକ୍ତୀକରଣର ସେ ଥିଲେ ଅନନ୍ୟ ପ୍ରତୀକ । ସେହିଳି ଖବର ପାଇ ଓଡ଼ିଆ ସିନେ କଳାକାରଙ୍କ ଭିଡ ଜମିବା ସହ ଶ୍ରୀମତୀ ଘୋଷଙ୍କ ଭାଇ ତଥା ବିଶିଷ୍ଟ ସଂଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ ଡାକ୍ତରଖାନାରେ ପହଞ୍ଚିଥିଲେ । ସୂଚନାଯୋଗ୍ୟ ତାଙ୍କ ଅଭିନୀତ ଆମରି ଗାଁ ଝିଅ, ଭାଇଭାଇ, ମା, ଲକ୍ଷ୍ମୀ, ସ୍ତ୍ରୀ, କା, ସଂସାର ଭଳି ଚଳଚ୍ଚିତ୍ର ମଧ୍ୟରୁ ଛ’ମାଣ ଆଠଗୁଣ୍ଠ ଓଡ଼ିଆ ସିନେ ଜଗତରେ ଚହଳ ସୃଷ୍ଟି କରିଥିଲା । ପ୍ରଥମେ ସେ ୧୯୫୦ମସିହାରେ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ରରେ ଅଭିନୟ କରି ଲୋକଲୋଚନକୁ ଆସିଥିଲେ । ଶ୍ରୀମତୀ ଘୋଷ କଟକ ମାନସିଂହ ପାଟଣାରେ ୧୯୩୩ ମାର୍ଚ୍ଚ ୨୮ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ । ଓଡ଼ିଶାର ବିଶିଷ୍ଟ ଅଭିନେତା, ନିଦେ୍ର୍ଦଶକ ତଥା ପ୍ରଯୋଜକ ଗୌରପ୍ରସାଦ ଘୋଷକୁ ବିବାହ କରିବା ପରେ ତାଙ୍କ ନାମ ପାର୍ବତୀ ଘୋଷ ହୋଇଥିଲା । ଶ୍ରୀମତୀ ଘୋଷ ଜୟଦେବ ପୁରସ୍କାର, ଫିଟ୍ଫାଟ ବାଇସ୍କୋପ୍ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ । ତାଙ୍କ ବିୟୋଗରେ ଓଲିଉଡ୍ ଜଗତରେ ଏକ ଅପୂରଣୀୟ କ୍ଷତି କହିଲେ ଅତୁ୍ୟକ୍ତି ହେବ ନାହିଁ । ସବୁଠୁ ବଡ କଥା ହେଲା ଗୌରପ୍ରସାଦଙ୍କୁ ବିବାହ କରିବା ପରେ ଉଭୟ ବିିଭିନ୍ନ ଚଳଚ୍ଚିତ୍ରରେ ଅଭିନୟ କରି ଓଡ଼ିଆ ସିନେ ଜଗତରେ ନୂଆ ଅଧ୍ୟାୟ ସୃଷ୍ଟି କରିପାରିଥିଲେ ।

ସେଆର କରନ୍ତୁ:



Powered by odothemes.com