ବିଜୁ କୃଷକ କଲ୍ୟାଣ ବୀମା ଅବଧି ବଢ଼ିଲା

44

ବୀମାକାର୍ଡ ବ୍ୟବହାର ପ୍ରୋତ୍ସାହନ ପାଇଁ ନିଦେ୍ର୍ଦଶ
ଭୁବନେଶ୍ୱର (ବୁ୍ୟରୋ): ବିଜୁ କୃଷକ କଲ୍ୟାଣ ଯୋଜନା (ବିକେକେ ୱାଇ)ରେ ବୀମା ଅବଧିରୁ ଚଳିତ ବର୍ଷ ଜୁଲାଇ ମାସ ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇଛି । ଏହା ଫଳରେ ରାଜ୍ୟରେ ୫୭.୬୪ ଲକ୍ଷରୁ ଉଦ୍ଧ୍ୱର୍ କୃଷକ ପରିବାର ସ୍ୱାସ୍ଥ୍ୟ ବୀମା ସୁବିଧା ପାଇପାରିବ । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ କ୍ଷମତାସଂପନ୍ନ (ହାଇପାୱାର) କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ବିଜୁ ବିଜୁ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ବିଷୟବସ୍ତୁ ଏବଂ କୃଷି ନିଦେ୍ର୍ଦଶକ ଏମ୍ ମୁଥୁକୁମାର ସଦ୍ୟତନ ତଥ୍ୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଯୋଜନାର କାର୍ଯ୍ୟାନ୍ୱୟନର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଏ ବିଷୟରେ ଲଗାତାର ସଚେତନତା କାର୍ଯ୍ୟକ୍ରମ ଜାରି ରଖିବା ପାଇଁ ଉଭୟ ବୀମା କମ୍ପାନୀ ଏବଂ ସରକାରୀ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବୀମାଭୁକ୍ତ କୃଷକ ପରିବାରମାନେ କିପରି ସୁବିଧାରେ ବିନା ନଗଦ ଅର୍ଥରେ ଚିକିତ୍ସା ପାଇବା ସହ ଚିକିତ୍ସା ବାବଦରେ ଅର୍ଥ ଭରଣା ପାଇଁ ବୀମା କମ୍ପାନୀକୁ ଦାବି କରିପାରିବେ ସେ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି ନିମନ୍ତେ ନିଦେ୍ର୍ଦଶ ଦେଇଥିଲେ । ସରକାରୀ ଡାକ୍ତରଖାନାରେ ବିକେକେ ୱାଇ ସ୍ମାର୍ଟ କାର୍ଡ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା । ସ୍ମାର୍ଟ କାର୍ଡର ବ୍ୟବହାର କରି ରୋଗୀଙ୍କୁ ଚିକିତ୍ସା ଦେବାରେ ସହାୟତା କରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ଷ୍ଟାଫ୍ମାନଙ୍କୁ ବୀମାରାଶିର ଏକ ନିର୍ଦ୍ଧିଷ୍ଟ ଅଂଶ ପ୍ରୋତ୍ସାହନ ଭାବେ ଦିଆଯିବା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ହୋଇଥିଲା । ବୈଠକର ଆଲୋଚନାରୁ ଜଣାପଡ଼ିଥିଲା ଯେ, ବିଜୁ କୃଷକ କଲ୍ୟାଣ ଯୋଜନା ଧାରା-୧ ରେ ୨୫,୬୦,୬୦୨ ପରିବାର ଏବଂ ଧାରା-୨ରେ ୩୨,୦୨,୭୫୭ ପରିବାର ଏହି ପରି ସମୁଦାୟ ୫୭୬୪,୩୬୯ କୃଷକ ପରିବାରଙ୍କୁ ସ୍ୱାସ୍ଥ୍ୟବୀମାଭୁକ୍ତ କରାଯାଇଛି । ଏଥି ନିମନ୍ତେ ରାଜ୍ୟ ସରକାର ପ୍ରାୟ ୪୦୫.୩୮ କୋଟି ଟଙ୍କା ବିନିଯୋଗ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪.୬୬ ଲକ୍ଷରୁ ଉଦ୍ଧ୍ୱର୍ ପରିବାର ବିଭିନ୍ନ ରୋଗର ଚିକିତ୍ସା ନିମନ୍ତେ ଉଭୟ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାଙ୍କ ମାଧ୍ୟମରେ ବୀମା କମ୍ପାନୀମାନଙ୍କଠାରୁ ପ୍ରାୟ ୨୭୯ କୋଟି ଟଙ୍କାର ଚିକିତ୍ସା ସାହାଯ୍ୟ ପାଇଛନ୍ତି । ଏହି ଯୋଜନାରେ କୃଷକ ପରିବାରମାନଙ୍କୁ ଚିକିତ୍ସା ଯୋଗାଇବା ନିମନ୍ତେ ୧୨୮ଟି ଘରୋଇ ଏବଂ ୪୨୩ଟି ସରକାରୀ ଏହିପରି ସମୁଦାୟ ୫୫୧ଟି ଡାକ୍ତରଖାନା, ସ୍ପେସାଲିଟି ହସ୍ପିଟାଲ୍ ଏବଂ ମେଡିକାଲ କଲେଜମାନଙ୍କୁ ତାଲିକାଭୁକ୍ତ କରାଯାଇଛି । କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶକ ସାଳିନୀ ପଣ୍ଡିତ, କୃଷି ନିଦେ୍ର୍ଦଶକ ଏମ୍ ମୁଥୁକୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com