BJD-CEO-NKU-BHETI-DABIPATRA-PRADAN-KARUCHANTI-(2)

ନିର୍ବାଚନ ଅଧିକାରୀଙ୍କୁ ବିଜେଡିର ଫେରାଦ

20

ପେଡ୍ ନୁ୍ୟଜ୍ କରୁଛି ଓଟିଭି
ଭୁବନେଶ୍ୱର(ବୁ୍ୟରୋ): ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳ ବିରୋଧି କାର୍ଯ୍ୟକ୍ରମ ପାଇଁ ଦଳର ପ୍ରାଥମିକ ସଭ୍ୟପଦରୁ ନିଳମ୍ବିତ କଲାପରେ, ସେ ବିଜେଡ଼ି ବିରୋଧରେ ବିଷୋଦ୍‌ଗାର କରୁଛନ୍ତି । ନିଜେ ଓ ନିଜ ପରିବାର ନିୟନ୍ତ୍ରଣାଧୀନ ଓଟିଭିକୁ ମଧ୍ୟ ବିଜେଡ଼ି ବିରୋଧରେ ଲଗାଉଛନ୍ତି, ଯାହାକି ଗଣତାନ୍ତ୍ରିକ ବିଧିବ୍ୟବସ୍ଥାର ପରିପନ୍ଥୀ, ଗଣମାଧ୍ୟମର ନୀତି, ନୈତିକତା ଓ ଆଦର୍ଶର ବିରୁଦ୍ଧାଚରଣ କରୁଛି ବୋଲି ସୋମବାର ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ କେଶରୀ ଦେବ କହିଛନ୍ତି । ଏଥିସହ ବିଜେପୁର ଉପନିର୍ବାଚନ ଘୋଷଣା ପରଠାରୁ ଓଟିଭିର ସମ୍ବାଦ, ସମ୍ବାଦ ପ୍ରସାରଣ, ବ୍ରେକିଂ ନୁ୍ୟଜ୍ ସ୍କ୍ରୋଲ, ପ୍ୟାନେଲ ଡିସ୍‌କସନ, ଡିବେଟ୍‌, ଜନମଞ୍ଚ କାର୍ଯ୍ୟକ୍ରମ ଆଦିକୁ ତର୍ଜମା କଲେ ଜଣାପଡେ ଯେ, ଓଟିଭି ପୁରାପୁରି ପକ୍ଷପାତିତା କରୁଛି । ବସ୍ତୁତଃ ଓଟିଭି ବିଜେପି ପ୍ରାର୍ଥୀଙ୍କ ପ୍ରଚାରଯନ୍ତ୍ର ପାଲଟିଯାଇଛି । ଏହା ସରୋଗେଟ ବିଜ୍ଞାପନ ଓ ପେଡ୍‌ ନୁ୍ୟଜ୍‌ର ଅନ୍ତର୍ଗତ ବୋଲି ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ରାଜ୍ୟ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ରାଜ୍ୟ ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ପ୍ରକାଶଯୋଗ୍ୟ ଯେ, ଇମ୍ଫାର ଉପସଭାପତି ଥିବା ଶ୍ରୀ ପଣ୍ଡା ଓର୍ଟେଲ କମୁ୍ୟନିକେସନର ମଧ୍ୟ ଅଧ୍ୟକ୍ଷ ଅଛନ୍ତି । ଶ୍ରୀ ପଣ୍ଡାଙ୍କ ଧର୍ମପତ୍ନୀ ଜାଗିମଙ୍ଗତ ପଣ୍ଡା ଓଟିଭିର ନିଦେ୍ର୍ଦଶକ ଥିବାବେଳେ ଓର୍ଟେଲ କମୁ୍ୟନିକେସନରେ ପରିଚାଳନା ନିଦେ୍ର୍ଦଶିକା ଅଛନ୍ତି । ଶ୍ରୀ ପଣ୍ଡାଙ୍କ ଓର୍ଟେଲ କମୁ୍ୟନିକେସନରେ ୫,୮୦,୦୪୨ (୧.୯୧୦%) ଅଂଶଧନ ଥିବାବେଳେ ଉଭୟଙ୍କର ମୋଟ ୮,୫୦,୪୯୦ ଅଂଶଧନ ରହିଛି ଯାହା କମ୍ପାନୀର ୨.୮୦୧ ପ୍ରତିଶତ । ଦଳ ବିରୋଧି କାର୍ଯ୍ୟପାଇଁ ଶ୍ରୀ ପଣ୍ଡା ଦଳରୁ ନିଲମ୍ବନ ହେବାପରେ ଗଣମାଧ୍ୟମର ପ୍ରଚଳିତ ପରମ୍ପରା ମର୍ଯ୍ୟାଦା, ନିୟମ ଓ ନୀତିକୁ ଜଳାଞ୍ଜଳି ଦେଇ ଓଟିଭିକୁ ବିଜେଡ଼ି ବିରୋଧରେ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ସଂପ୍ରତି ବିଜେପୁର ଉପନିର୍ବାଚନରେ ଓ ଟିଭିର ସମ୍ବାଦ ପ୍ରସାରଣ ତର୍ଜମା ପରେ ଏହା ସ୍ପଷ୍ଟ ହୋଇଯାଇଛି । ଓଟିଭି ଖୋଲାଖୋଲି ଭାବରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାରରେ ଲାଗିଛି । ଓଟିଭି ଏବେ ବିଜେପି ଟିଭିରେ ପରିଣତ ହୋଇଛି ବୋଲି ଶ୍ରୀ ପାତ୍ର କହିଛନ୍ତି । ଶ୍ରୀ ଦେବ କହିଛନ୍ତି ଯେ ଓଟିଭି ଏବଂ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକଳାପ ସମ୍ପର୍କରେ ଓଡ଼ିଶାର ସାଧାରଣ ଲୋକମାନେ ଭଲଭାବରେ ଜାଣନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନ ଓ ବିରୋଧୀ ଗୋଷ୍ଠୀ ବିରୁଦ୍ଧରେ ଗଣମାଧ୍ୟମର ଅପପ୍ରୟୋଗ ସାମ୍ବାଦିକତାର ପ୍ରତିଷ୍ଠିତ ଓ ଅନୁସୃତ ନୀତି ଓ ନୈତିକତାର ବିରୋଧୀ । ଏହି ପରିପ୍ରେକ୍ଷୀରେ ଓଟିଭି ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ପେଡ୍‌ ନୁ୍ୟଜ୍‌କୁ ବିଜେପି ପ୍ରାର୍ଥୀଙ୍କ ଖର୍ଚ୍ଚ ତାଲିକାରେ ଅନ୍ତର୍ଭୁକ୍ତ କରାଯାଉ ସେ ଦାବି କରିଛନ୍ତି । ନିର୍ବାଚନ କମିଶନ ପେଡ୍‌ ନୁ୍ୟଜ୍‌ ସୀମା ଓ ରୂପରେଖ ସଂପର୍କରେ ସ୍ପଷ୍ଟଭାବେ ନିର୍ଣ୍ଣୟ କରିଛନ୍ତି । ଓଟିଭିର ସମସ୍ତ କାର୍ଯ୍ୟକ୍ରମ, କାର୍ଯ୍ୟଧାରା ଓ ସମ୍ବାଦ ପରିବେଷଣ ଆଭିମୁଖ୍ୟ ବିଜେପିକୁ ଓ ବିଜେପି ପ୍ରାର୍ଥୀଙ୍କୁ ସୁହାଇବା ଦେଖାଯାଉଛି । ଏହା ନିର୍ବାଚନ କମିଶନଙ୍କ ଧାର୍ଯ୍ୟ ସୀମାରେଖା ଉଲ୍ଲଙ୍ଘନ କରୁଥିବାରୁ ଏ ସମସ୍ତ ଖର୍ଚ୍ଚକୁ ହିସାବ କରି ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟ ନିର୍ବାଚନଙ୍କ ଅଧିକାରୀଙ୍କ ନିକଟରେ ଦାବି କରାଯାଇଛି ।




Powered by odothemes.com