ଏକୁଟିଆ ୨୭ ବର୍ଷ ଖୋଳିଲେ ପୋଖରୀ | ସର୍ବସାଧାରଣ ଖବରକାଗଜ
IMG-20180211-WA0004

ଏକୁଟିଆ ୨୭ ବର୍ଷ ଖୋଳିଲେ ପୋଖରୀ

61

ଆଶ୍ଚର୍ଯ୍ୟ ହେଲେ ବି ସତ
ମାଲକାନଗିରି (ଆପ୍ର): କଥାରେ ଅଛି ମନୋବଳ ଦୃଢ ଥିଲେ ସବୁ ସମ୍ଭବ । ଏହି ଉକ୍ତିଟିକୁ ପ୍ରତିପାଦିତ କରିଛନ୍ତି ଛତିଶଗଡ଼ ରାଜ୍ୟର ହେକୋରିଆ ଜିଲ୍ଲା ଚିରମୀରି ନଗରପାଳିକାର ସାଜାପାହାଡ ଗ୍ରାମର ଶ୍ୟାମଲାଲ । ଏପରି ଏକ ଦୁଃସାଧ୍ୟ କାମ ପାଇଁ ଅଗଷ୍ଟ ୨୬ ତାରିଖର ତାଙ୍କୁ ସ୍ଥାନୀୟ ବିଧାୟକ ୧୦ ହଜାର ଟଙ୍କା ପୁରସ୍କାର ଦେଇଛନ୍ତି । ନିଜ ଅଞ୍ଚଳରେ ଦୀର୍ଘ ଦିନ ଧରି ପାଣି ସମସ୍ୟା ଲାଗି ରହିଥିବାରୁ ଏହାକୁ ସୁଧାରିବା ଲାଗି ସେ ଏପରି କାର୍ଯ୍ୟ କରି ଦେଖେଇଲେ ଯାହା କେହି ସ୍ୱପ୍ନରେ ସୁଦ୍ଧା ଭାବି ନଥିବେ । ୨୭ ବର୍ଷଧରି ଶ୍ୟାମଲାଲ ଏକୁଟିଆ ପ୍ରତିଦିନ ଅକ୍ଳାନ୍ତ ପରିଶ୍ରମରେ ଏକ ବଡ ପୋଖରୀ ଖୋଳିବାରେ ସଫଳ ହୋଇଛନ୍ତି । ଆଉ ଏବେ ସେହି ପୋଖରୀ ସାଧାରଣ ଲୋକଙ୍କ କାମରେ ଆସୁଛି । ଗୃହ ପାଳିତ ପଶୁମାନଙ୍କ ପାଇଁ ଏହି ପୋଖରୀ ଏବେ ଜୀବନ ଭଳି ପ୍ରମାଣିତ ହୋଇଛି । ପ୍ରକୃତରେ ଚିରମୀରି ନଗରପାଳିକା ନିଗମର ସାଜାପାହାଡ ଅଞ୍ଚଳ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏଠାରେ ଯିବା ଆସିବା କରିବା ପାଇଁ ଭଲ ରାସ୍ତାଟିଏ ନାହିଁ କି ବିଜୁଳି ଆଲୋକ ନା ପାନୀୟ ଜଳର ସୁବିଧା ନାହିଁ । ଜଳ କଷ୍ଟ ଉକ୍ରଟ ରୂପ ଧାରଣ କରିଥିବା ବେଳେ ଶ୍ୟାମଲାଲ ି ସମସ୍ୟାକୁ ନିଜ ବାହୁ ବଳରେ ସମାଧାନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ୟାମଲାଲ ଗାଇଗୋରୁ ଚରାଇବାକୁ ନେବା ବେଳେ ଜଙ୍ଗଲରେ ପାଣି ମିଳୁ ନଥିଲା । ୧୫ ବର୍ଷ ବୟସରେ ସେ ଏପରି ଏକ ସଂକଳ୍ପ ନେଇଥିଲେଯାହାର କେହି କଳ୍ପନା କରି ନଥିଲେ । ସେ ପ୍ରତ୍ୟେକ ଦିନ ଗାଈଗୋରୁ ଚରାଇବା ପାଇଁ ଜଙ୍ଗଲକୁ ପୋଖରୀ ଖୋଳିବାରେ ଲାଗୁଥିଲେ । ପ୍ରଥମେ ପ୍ରଥମେ ଗ୍ରାମବାସୀ ତାଙ୍କ କାମ ଦେଖି ହସୁଥିଲେ ଏବଂ ପାଗଳ କହୁଥିଲେ । କିନ୍ତୁ ସେ ଲୋକମାନଙ୍କ କଥାରେ ଧ୍ୟାନ ନଦେଇ ଲକ୍ଷ୍ୟ ସାଧନରେ ବ୍ୟସ୍ତ ଥିଲେ । ଶ୍ୟାମଲାଲଙ୍କ ସାହସ ଓ ନିଷ୍ଠାପରତା ସମ୍ପର୍କରେ ସ୍ଥାନୀୟ ବିଧାୟକ ଶ୍ୟାମ ବିହାରୀ ଜୟସ୍ୱାଲ ଜାଣିବାକୁ ପାଇ ତାଙ୍କୁ ଭେଟିଥିଲେ । ସେ ସାଜାପାହାଡ ଗ୍ରାମରେ ପହଞ୍ଚିଲା ବେଳକୁ ଶ୍ୟାମଲାଲ ଜଙ୍ଗଲରେ ପୋଖରୀ ଖୋଳିବାରେ ବ୍ୟସ୍ତ ଥିଲେ । ସେ ପୋଖରୀ ଖୋଳୁଥିବା ଦେଖି ବିଧାୟକ ମଧ୍ୟ ତାଙ୍କ ସହିତ ସାମିଲ ହୋଇଥିଲେ । ତାଙ୍କ ନିଷ୍ଠାରେ ମୁଗ୍ଧ ହୋଇ ବିଧାୟକ ଜୟସ୍ୱାଲ ପୁରସ୍କାର ଦେବା ପାଇଁ ଘୋଷଣା କରିଥିଲୋ ।




Powered by odothemes.com