Sarakari-school-thikadaranka-camp-palatichhi1-2-copy

ଶ୍ରେଣୀଗୃହ ପାଲଟିଛି ନିର୍ମାଣ ଶ୍ରମିକଙ୍କ ଶିବିର

48

 ସପ୍ତାହ ହେଲା ସାରୋଇ ସ୍କୁଲରେ ପାଠପଢ଼ା ବନ୍ଦ
ଯାଜପୁର (ଆପ୍ର): ଯାଜପୁର ଜିଲ୍ଲା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନ୍ତର୍ଗତ ଧର୍ମଶାଳା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିନ ସାରୋଇ ସରକାରୀ ପ୍ରାଥମିକ ବିଦ୍ୟାଳୟ ସଂପ୍ରତି ରାସ୍ତା ନିର୍ମାଣ କରୁଥିବା ଶ୍ରମିକଙ୍କ ଶିବିର ପାଲଟିଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଗତ ୮ଦିନ ହେଲା ପିଲାଙ୍କର ପାଠପଢ଼ାକୁ ବନ୍ଦ କରିବା ପୂର୍ବକ ଛୁଟି କରିଦେଇ ନିକଟସ୍ଥ ଚୁଡ଼ଖିଆ-ହରିଦାସପୁର ରାସ୍ତା ନିର୍ମାଣ କରୁଥିବା ଠିକାଦାରଙ୍କୁ ଶ୍ରମିକଙ୍କ କ୍ୟାମ୍ପ କରିବା ପାଇଁ ଛାଡ଼ି ଦେଇଛନ୍ତି । ପାଣିକୋଇଲି ପୂର୍ତ୍ତ ଡିଭିଜନ ଅଧିନସ୍ଥ ଏହି ରାସ୍ତାଟିକୁ ନିର୍ମାଣ କରୁଥିବା ଠିକାଦାର ଓ ତଦାରଖକାରୀ ଅଧିକାରୀ ପ୍ରଭାବଶାଳୀ ବ୍ୟକ୍ତି ଭାବେ ବେଶ୍ ଜଣାଶୁଣା । ରାଜନୈତିକ ପୃଷ୍ଠପୋଷକତା ରଖୁଥିବା ଉକ୍ତ ରାସ୍ତା ନିର୍ମାଣକାରୀ ଠିକାଦାର ପ୍ରଭାବ ବିସ୍ତାର ପୂର୍ବକ ସ୍କୁଲକୁ ବନ୍ଦ କରିଦେଇ ସେଠାରେ ୩ଠରୁ ଊଦ୍ଧ୍ୱର୍ ଶ୍ରମିକଙ୍କୁ ନେଇ ଏକ କ୍ୟାମ୍ପ କରିବା ସହ ପରିସରରେ ବହୁ ବାଇକ୍ ପାର୍କିଂ, ପିଚୁ ଡ୍ରମ ଓ ନିର୍ମାଣ ସାମଗ୍ରୀ ସବୁ ଠୁଳ କରିଛନ୍ତି । ଶ୍ରମିକମାନେ ପିଲାଙ୍କ ପାଠପଢ଼ା ଯାଉଥିବା ଶ୍ରେଣୀଗୃହରେ ଶୟନ କରିବା ସହିତ ସେଠାରେ ରୋଷେଇ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏପରିକି ବ୍ଲାକବୋର୍ଡକୁ ଡ୍ରେସ୍ ହ୍ୟାଙ୍ଗର ଭାବେ ବ୍ୟବହାର କରୁଛନ୍ତି । ଏନେଇ ସୋମବାର ଜିଲ୍ଲା ବିଜେପି ଉପସଭାପତି ସର୍ବେଶ୍ୱର ବେହୁରା ପାଣିକୋଇଲିସ୍ଥିତ ପୂର୍ତ୍ତ ନିର୍ବାହୀଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କୁ ଭେଟି ଦାୟିତ୍ୱରେ ଥିବା ଠିକାଦାର ଓ ଯନ୍ତ୍ରୀଙ୍କ ଏପ୍ରକାର କାର୍ଯ୍ୟଧାରା ନେଇ ଅଭିଯୋଗ କରିଛନ୍ତି । ସେହିଭଳି ଉପରୋକ୍ତ ଅଭିଯୋଗ ନେଇ ବ୍ଲକ ଶିକ୍ଷାଧିକାରୀ ରସାନନ୍ଦ କରଙ୍କୁ ପଚାରିବାରେ ଏଭଳି ଅଭିଯୋଗ ପୂର୍ବରୁ ମୋ ଦୃଷ୍ଟିକୁ ଆସିଛି । ତେବେ ସିଆର୍ସିଙ୍କୁ ସଂପୃକ୍ତ ସ୍ଥାନକୁ ପଠାଯାଇଥିବା ବେଳେ ତାଙ୍କ ରିପୋର୍ଟ ପାଇଲା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।




Powered by odothemes.com