Baliguda-Chori

ଚୋର ଧରୁଛି ଖଟ!

97

ବାଲିଗୁଡ଼ା (ଆପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳ ଆଜି ବି ସଂସ୍କାର କବଳରୁ ମୁକ୍ତି ପାଇପାରିନାହିଁ । ଲୋକେ ଚିକିତ୍ସା ଦାଇଁ ଡାକ୍ତରଙ୍କ ବଦରେ ଚେଙ୍କ ଉପରେ ଭରସା କରୁଥିବାବେଳେ ଚୋର ଧରିବା ପାଇଁ ପୁଲିସ ସହାୟତା ବଦଳରେ ଖଟ ଉପରେ ନିର୍ଭର କରୁଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲିଗୁଡ଼ା ଥାନା ସୁଡ଼୍ରା ଗ୍ରାମରେ । ଗ୍ରାମର ବ୍ୟବସାୟୀ ପ୍ରଫୁଲ୍ଲ ପ୍ରାଣିଗ୍ରାହୀଙ୍କ ଘରୁ ଚୋରି ହୋଇଥିଲା । ବ୍ୟବସାୟୀ ଜଣଙ୍କ ପୁଲିସରେ ଅଭିଯୋଗ ବଦଳରେ ଖଟ ବିଦ୍ୟାର ସାହାରା ନେଇଥିବା ଦେଖିବାକୁ ମିଳିଛି । କନ୍ଧମାଳରେ ମାଳମାଳ ସ୍ୱେଚ୍ଛାସେବୀ ସଂଗଠନ କାମ କରୁଥିଲେ ମଧ୍ୟ ଏ ଦିଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉନାହିଁ ।




Powered by odothemes.com