IMG-20180211-WA0002

ହରିପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି

51

ରସୁଲପୁର(ଆପ୍ର): ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ହରିପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ସମୟରେ ଡାକ୍ତର ରହୁନାହାନ୍ତି । ଫଳରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ରୋଗୀମାନେ ହଇରାଣ ହରକତ ହେଉଛନ୍ତି । ଜଣେ ଫାର୍ମାଶିଷ୍ଟ ଡାକ୍ତରଖାନା ଚଲାଉଛନ୍ତି । ଏ ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି ସୁଫଳ ମିଳୁନି । ଯେଉଁ ଫାର୍ମାଶିଷ୍ଟ ଜଣକ ଏଠାରେ ଚିକିତ୍ସା ଦାୟିତ୍ୱ ସମ୍ଭାଳୁଛନ୍ତି ସେ ମଧ୍ୟ ରାତିରେ ରହୁନାହାନ୍ତି । ପୂର୍ବରୁ ରହିବା ଘର ନଥିବା କାରଣରୁ ଡାକ୍ତର କିମ୍ବା ଫାର୍ମାସିଷ୍ଟ ରହୁନଥିଲେ ବୋଲି କହୁଥିଲେ । କିନ୍ତୁ ବର୍ତ୍ତମାନ ଡାକ୍ତର ଏବଂ ଫାର୍ମାସିଷ୍ଟମାନଙ୍କ ପାଇଁ ନୂଆ କ୍ୱାର୍ଟର ନିର୍ମାଣ କରାଯାଇ ଥିଲେ ମଧ୍ୟ ସେମାନେ ନରହିବା ରୋଗୀଙ୍କୁ ହତାଶ କରିଛି । ହରିପୁର ଠାରୁ ବରୁଆଁ ପର୍ଯ୍ୟନ୍ତ ରାସ୍ତା ଜିଲ୍ଲା ମୁଖ୍ୟାଳୟକୁ ପ୍ରବେଶ ପଥ ହୋଇଥିବାରୁ ବହୁ ଯାନବାହାନ ଚଳାଚଳ କରିଥାଏ । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟି ଲୋକମାନେ ମୃତାହତ ହୋଇଥାନ୍ତି । କିନ୍ତୁ ପାଖରେ ଡାକ୍ତରଖାନାଟିଏ ଥିଲେ ମଧ୍ୟ ଅନେକ ସମୟରେ ଏଠାରେ ଚିକିତ୍ସା ସୁବିଧା ନମିଳିବା କାରଣରୁ ଅନେକ ମୁଲ୍ୟବାନ ଜୀବନ ଯାଉଛି । ଡାକ୍ତର ନରହିବା କାରଣରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇ ଏହା ଆନେ୍ଦାଳନାତ୍ମକ ରୂପ ଧରିବାକୁ ଯାଉଛି । ଯଥା ଶୀଘ୍ର ଏହି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com