pattabhisek-mohaschab

‘ଗୁରୁ ପରମ୍ପରାରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରେଷ୍ଠ’

103

ପୁରୀ, ୧୦ା୨(ବୁ୍ୟରୋ): ଆମର ଗୁରୁ ପରମ୍ପରାରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରେଷ୍ଠ ଗୁରୁ । ସମାଜରେ ଆଧ୍ୟାତ୍ମିକତା ପ୍ରସାରରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମାର୍ଗଦର୍ଶନ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରାଯାଏ । ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ୨୫ ବର୍ଷ ପୂର୍ତ୍ତି କାର୍ଯ୍ୟରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ ଆନନ୍ଦ ବ୍ୟକ୍ତ କରିବା ସହ ଏହାକୁ ଏକ ଆଧ୍ୟାମିôକ ଅନୁଭୂତିଭାବେ ବର୍ଣ୍ଣନା କରିଛନ୍ତି । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଗୋବର୍ଦ୍ଧନ ପୀଠର ପୀଠାଧିଶ ପୂଜ୍ୟ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ରୂପା ତାରକଶୀର ଏକ ଗଣେଶ ମୂର୍ତ୍ତି ଭେଟି ଦେଇଥିଲେ । ଶଙ୍କରାଚାର୍ଯ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏକ ସାଲ୍ ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ । ଶ୍ରୀ ପଟ୍ଟନାୟକ ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ରଚିତ ଗଣିତ ଶାସ୍ତ୍ର ପୁସ୍ତକ ଉନ୍ମୋଚିତ କରିଥିଲେ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ଉଦ୍ୟାପନୀ ସମାରୋହରେ ଆଶି୍ରବଚନ ପ୍ରଦାନ କରି ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀମନ୍ଦିର ଓ ମଠ ମନ୍ଦିର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସଭାରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ସାହା ଦେବ, ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ସମେତ ସାଧୁ ସନ୍ଥ ଓ ବିଦ୍ୱାନ ଉପସ୍ଥିତ ଥିଲେ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ଲାଗି ଉଦ୍ୟମ କରାଯାଇଥିଲା । ପୁଲିସ୍ ୭ ଜଣଙ୍କୁ ସେଠାରୁ କାବୁ କରି ଅଟକ ରଖିଥିଲା । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ସହିତ ୫୦ ଜଣ ସୁରକ୍ଷା ଅଧିକାରୀଙ୍କୁ ମୁତୟନ କରାଯାଇଥିଲା ।




Powered by odothemes.com