News-11--Milita-Kriyanusthan-Comitee-Annual-Day-Meeting

ଆନେ୍ଦାଳନକୁ ଓହ୍ଲାଇବ କି୍ରୟାନୁଷ୍ଠାନ କମିଟି

50

ସରକାର ଦାବି ପୂରଣ କରୁନାହାନ୍ତି
କେନ୍ଦୁଝର, ୧୦ା୨(ଆପ୍ର): କେନ୍ଦୁଝର ମିିଳିତ କି୍ରୟାନୁଷ୍ଠାନ କମିଟିର ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ନଗରଭବନଠାରେ ଶୁକ୍ରବାର ଦିନ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । କ୍ରିୟାନୁଷ୍ଠାନ କମିଟିର ଆବାହକ ତଥା ଆଇନଜୀବୀ ରୁଦ୍ରନାରାୟଣ ମହାନ୍ତଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲାର ବିକାଶକୁ ଗୁରୁତ୍ୱ ଦେଇ ମିଳିତ କି୍ରୟାନୁଷ୍ଠାନ କମିଟି ବିଭିନ୍ନ ପର୍ଯ୍ୟାୟରେ ନିଜର ଲକ୍ଷ୍ୟପଥରେ ଅଗ୍ରସର ହେବ ବୋଲି ବକ୍ତାମାନେ ମତପୋଷଣ କରିଥିଲେ । ଆଜକୁ ଚାରିବର୍ଷ ହେବ ଜିଲ୍ଲାର ସାମଗ୍ରିକ ବିକାଶ ନେଇ କି୍ରୟାନୁଷ୍ଠାନ କମିଟି ବିଭିନ୍ନ ସମୟରେ ଆନେ୍ଦାଳନାତ୍ମକ ଭୂମିକା ନିଭାଇ ଆସୁଥିବାବେଳେ ସରକାର ଦାବିଗୁଡିକ ପୂରଣ ଦିଗରେ କୌଣସି ବଳିଷ୍ଠ ଭୂମିକା ନିଭାଉ ନଥିବା ଯୋଗୁଁ ଉକ୍ତ ବୈଠକରେ ଦଳଗତ ଓ ବ୍ୟକ୍ତିବିଶେଷ ନିର୍ବିଶେଷରେ କ୍ଷୋଭ ପ୍ରକାଶ କରାଯାଇଥିଲା । କି୍ରୟାନୁଷ୍ଠାନ କମିଟି କରିଥିବା ଦାବିଗୁଡିକ ମଧ୍ୟରେ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା, ବୃହତ୍ ଇସ୍ପାତ ପ୍ରକଳ୍ପ ସ୍ଥାପନ, ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟରେ ପରିବର୍ତ୍ତିତ କରିବା, ଜୁଡିଆସ୍ଥିତ କୃଷି ବିଜ୍ଞାନକେନ୍ଦ୍ରକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା, ବୈତରଣୀ ନଦୀ ଜଳର ସଦୁପଯୋଗ ଓ ଚମ୍ପୁଆଠାରୁ ଆନନ୍ଦପୁରକୁ ରେଳପଥ ସଂଯୋଗ ଆଦି ରହିଥିଲା । ଏହି ଦାବିଗୁଡିକ ଦୀର୍ଘ ଦିନ ହେବ ସରକାର ଗ୍ରହଣ କରୁନଥିବାରୁ ଆଗାମୀ ଦିନରେ କି୍ରୟାନୁଷ୍ଠାନ କମିଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ପ୍ରକାଶଯୋଗ୍ୟ ଯେ, ମିଳିତ କି୍ରୟାନୁଷ୍ଠାନ କମିଟି ପକ୍ଷରୁ କେନ୍ଦୁଝର ଜିଲ୍ଲାବାସୀଙ୍କ ସ୍ୱାର୍ଥ ସମ୍ବଳିତ ଦାବିଗୁଡିକ ଉପରେ ୨୦୧୫ ମସିହା ଫେବୃୟାରୀ ୯ ତାରିଖଠାରୁ ଦୀର୍ଘ ୫୯ଦିନ ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ସରକାର କମିଟିର ଗୋଟିଏ ହେଲେ ଦାବିକୁ ପୂରଣ କରିନଥିବା ଯୋଗୁଁ ଜିଲ୍ଲାବାସୀଙ୍କୁ ସରକାର ପ୍ରତାରଣା କରିଥିବା ବୈଠକରେ ଅଭିଯୋଗ କରାଯାଇଥିଲା । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଗିରିଜା ମିଶ୍ର, ସଞ୍ଜିବ ବେହେରା, ସଦର ବ୍ଲକ ଅଧ୍ୟକ୍ଷା ଲତିକା ଦେହୁରୀ, ତେଲକୋଇ ବ୍ଲକ ଅଧ୍ୟକ୍ଷା, ସଦର ବ୍ଲକ ଉପାଧ୍ୟକ୍ଷ ବିଶ୍ୱନାଥ ବାରିକ,ରକ୍ଷାକର ପତି, କିରଣବାଳା ନାଏକ, ପ୍ରଭାତୀ ପଟ୍ଟନାୟକ,ଅରୁଣ ଦାସ,ସୁରେଶ ସାହୁ,ପ୍ରମୋଦ ବ୍ରହ୍ମ,ଦିଲ୍ଲୀପ କୁମାର ପଣ୍ଡା, ସାମ୍ବାଦିକ ଦୀପକ ମିଶ୍ର, ଦେବାଶିଷ ମିଶ୍ର, ଜୟକୃଷ୍ଣ ପଣ୍ଡା, ପ୍ରଦୀପ ମହାନ୍ତି, ମଦନ ପାଣି, ଶରତ ଚନ୍ଦ୍ର ଜେନା, ଜ୍ଞାନରଞ୍ଜନ ମିଶ୍ର, ସୁଧୀର କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ପ୍ରଦାନ କରିଥିଲେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।




Powered by odothemes.com