news-3

ମମତା ଯୋଜନା ହିତାଧିକାରୀଙ୍କ ପ୍ରତି ଯତ୍ନବାନ ହେବାକୁ ନିଦେ୍ର୍ଦଶ

59

ପ୍ରମୁଖ ଶାସନ ସଚିବଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା
କେନ୍ଦୁଝର,୯ା୨(ଆପ୍ର): କ୍ଷେତ୍ର ପରିଦର୍ଶନ ପରେ ଓଡିଶା ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ଶାସନ ସଚିବ ଆର୍.କେ. ଶର୍ମା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ବଡବିଲଠାରୁ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ପରେ ଅପରାହ୍ନରେ ଜିଲ୍ଲା ସଦର ମହକୁମାକୁ ଆସି ଜିଲ୍ଲା କାର୍ଯ୍ୟାଳୟର ମିନି କନଫରେନ୍ସ ହଲଠାରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକ୍ରେ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ପ୍ରମୁଖ ଶାସନ ସଚିବଙ୍କ କ୍ଷେତ୍ର ପରିଦର୍ଶନ ପରେ ସମୀକ୍ଷା ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବ ବୋଲି କହିଥିଲେ । ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକ୍ରମର କାର୍ଯ୍ୟକାରିତା, ଅଗ୍ରଗତି ସଂପର୍କରେ ସମୀକ୍ଷା କରି ମମତା ଯୋଜନାରେ ହିତାଧିକାରୀ କିପରି ସୁରୁଖୁରୁରେ ପ୍ରୋସôାହନ ରାଶି ପାଇପାରିବେ ସେ ଦିଗରେ ଯତ୍ନବାନ ହେବାକୁ ଡିଏସ୍ଡବ୍ଲୁ୍ୟଓଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଯେଉଁ ହିତାଧିକାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଛି ସେଗୁଡିକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବାକୁ ବିହୀତ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ନିର୍ମାଣାଧିନ ଅଙ୍ଗନୱାଡି କେନ୍ଦ୍ରଗୁଡିକର ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହିତ ମଞ୍ଜୁର ହୋଇଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ପିଡି ଡିଆର୍ଡିଏଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅଧିନରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବାସଗୁଡିକର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ବ୍ୟତୀତ ବିଗତ ବର୍ଷମାନଙ୍କରେ ଆରମ୍ଭ ହୋଇ ଅସଂପୂର୍ଣ୍ଣ ରହିଥିବା ଆବାସଗୁଡିକର ନିର୍ମାଣ ଶେଷ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଉଠାଜଳସେଚନ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରି ବାକିଥିବା ବୋରୱେଲ ନିର୍ମାଣ କାର୍ଯ୍ୟ ଶେଷ କରିବା ସହିତ ବିଦୁ୍ୟତ ସଂଯୋଗ କରିବା ନିମନ୍ତେ ବିହୀତ ପଦକ୍ଷେପ ନେବାକୁ ସଂପୃକ୍ତ ବିଭାଗୀୟ କର୍ମକର୍ତ୍ତାଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଔଷଧ ଯୋଗାଣ ଓ ମହଜୁଦ, ନିରାମୟ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ସମୀକ୍ଷା କରି ଏହି ବିଭାଗ ଦ୍ୱାରା ରୋଗୀମାନେ କିପରି ଉପକୃତ ହୋଇପାରିବେ ସେଥିପ୍ରତି ସଜାଗ ଦୃଷ୍ଟି ରଖି ବିହିତ ପଦକ୍ଷେପ ନେବାକୁ ଜିଲ୍ଲା ମୁଖ୍ୟ ଚିକିସôାଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ଓ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ସଂପର୍କରେ ସମୀକ୍ଷା କରି ବାକି ପଡିଥିବା ଦରଖାସ୍ତଗୁଡିକର ଯାଞ୍ଚ କରି ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗ୍ରାମ୍ୟ ଜଳ ଯୋଗାଣ, ପରିମଳ ଓ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରି ଜିଲ୍ଲାରେ ବୃହତ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଡିଏମ୍ଏଫ୍ ଅର୍ଥ ବିନିଯୋଗରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ଯୋଡା, ବଡବିଲ ସହରର ରାସ୍ତାଘାଟର ଉନ୍ନତିକରଣ ତଥା ଖଣି ପ୍ରଭାବିତ ଏହି ଦୁଇ ସହରକୁ ସ୍ମାର୍ଟ ସିଟି ଭଳି ବିକଶିତ କରିବା ନିମନ୍ତେ ମାଷ୍ଟର ପ୍ଲାନ ପ୍ରସ୍ତୁତ ଉପରେ ଗୁରୁତ୍ୱାରୋପ କରିଥିଲେ । ପୂର୍ତ୍ତ ବିଭାଗ ଏବଂ ପୌରପାଳିକାର ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ଆହ୍ୱାନ କରି ପୌରାଞ୍ଚଳରେ ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଗ୍ରାମୀଣ ବିଦୁ୍ୟତକରଣ ଯୋଜନା ସଂପର୍କରେ ସମୀକ୍ଷା କରି ଏହି ଯୋଜନାକୁ ଅଧିକ ଗତିଶୀଳ କରି ବାକି ରହିଥିବା ଗ୍ରାମଗୁଡିକର ବିଦୁ୍ୟତକରଣ ସଂପୂର୍ଣ୍ଣ କରିବାକୁ ନେସ୍କୋ ଏବଂ ଏନ୍ଟିପିସି କର୍ତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଏତଦ୍ବ୍ୟତୀତ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଜିଲ୍ଲାରେ ବେସାମରିକ ଯୋଗାଣ ବିଭାଗର କାର୍ଯ୍ୟକ୍ରମ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ବିଭାଗର କାର୍ଯ୍ୟକ୍ରମ,ବିଦ୍ୟାଳୟ ଗଣଶିକ୍ଷା ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳ ଶ୍ରୀ ଠାକ୍ରେଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଡଃ ଭକ୍ତଚରଣ ପ୍ରଧାନ, ପିଡି ଡିଆର୍ଡିଏ ନୃସିଂହ ଚରଣ ସ୍ୱାଇଁ, ଚମ୍ପୁଆ ଉପଜିଲ୍ଲାପାଳ ପାରୁଲ ପଟାୱାରୀ, ସିଡିଏମ୍ଓ ନିରଞ୍ଜନ ସ୍ୱାଇଁଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।




Powered by odothemes.com